ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର…

modi sjai

ନୂଆଦିଲ୍ଲୀ: ଆଜି ଭ‌ାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ହରଦୀପ ସିଂହ ନିଜ୍ଜାର୍‌ ହତ୍ୟା ଘଟଣା ନେଇ ଭାରତ ଓ କାନାଡା ମଧ୍ୟରେ ସୃଷ୍ଟି ହୋଇଥିବା କୂଟନୈତିକ ବିବାଦ ବିଷୟରେ ସଂକ୍ଷିପ୍ତରେ ସବୁକଥା ଅବଗତ କରାଇଛନ୍ତି। ନୂତନ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର  ଭାରତ-କାନାଡା ସମ୍ପର୍କ ସମ୍ବନ୍ଧୀୟ ଆଲୋଚନା କରିଛନ୍ତି।

ସେପଟେ, ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟା ଘଟଣାରେ ଭାରତର ସମ୍ପୃକ୍ତି ଅଛି ବୋଲି ଅଭିଯୋଗ କରିଥିବା କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କୁ ସମାଲୋଚନା କରି ବିରୋଧୀ ଦଳର ନେତା ପିଏରି ପୋଇଲିଏଭର୍‌ କହିଛନ୍ତି ଯେ, ବିବୃତି ଦେବା ଆଗରୁ ସେ ସମସ୍ତ ତଥ୍ୟ ସ୍ପଷ୍ଟରୂପେ ଜାଣିବା ଉଚିତ।

ସୂଚନାଯୋଗ୍ୟ, ଜୁନ୍‌ ୧୮ ତାରିଖ ଦିନ କାନାଡାର ବ୍ରିଟିସ୍‌ କଲମ୍ବିଆ ଅନ୍ତର୍ଗତ ସୁରେସ୍ଥିତ ଗୁରୁଦ୍ବାର ବାହାରେ ଥିବା ପାର୍କିଙ୍ଗ୍‌ ଅଞ୍ଚଳରେ ‘ଖଲିସ୍ତାନୀ ଟାଇଗର୍‌ ଫୋର୍ସ’ର ମୁଖ୍ୟ ତଥା ଭାରତୀୟ ଆତଙ୍କବାଦୀ ୪୫ ବର୍ଷିୟ ହରଦୀପ ସିଂହ ନିଜ୍ଜାରଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏଥିରେ ଭାରତ ସମ୍ପୃକ୍ତ ବୋଲି ଟ୍ରୁଡୁ କହିବାରୁ ଭାରତ ଓ କାନାଡା ନିଜ ନିଜର ଦେଶରୁ ଜଣେ ଲେଖାଏଁ ବରିଷ୍ଠ କୂଟନୀତିଜ୍ଞଙ୍କୁ ବହିଷ୍କାର କରିଛନ୍ତି। ଭାରତ ଟ୍ରୁଡୁଙ୍କ ଅଭିଯୋଗକୁ ଅବାନ୍ତର ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛି।

nis-ad
Leave A Reply

Your email address will not be published.