ଗଞ୍ଜାମ ଜିଲ୍ଲା ଅବକାରୀ ଓ ରାଜସ୍ୱ ବିଭାଗ ର ବାବୁ ମାନେ ଏବେ ଜଣେ ଜଣେ କୁବେର : ରାଜ୍ୟ ସରକାର ଧୃତରାଷ୍ଟ୍ର…!!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରେ ଏବେ ମଦ ଓ ବାଲି ବ୍ୟବସାୟ ଭଲ ଲାଭବାନ ବ୍ୟବସାୟ ପାଲଟିଛି। ଏହି ବ୍ୟବସାୟ ରେ ନେତା-ଅବକାରୀ- ରାଜସ୍ୱ ବିଭାଗ ଠାରୁ ଆରମ୍ଭ କରି ମାଫିଆମାନେ ହାତକୁ ହାତ ମିଶାଇ ମୁଠା ମୁଠା ଟଙ୍କା ଆଦାୟ କରୁଥିବା ଏବେ ଚାର୍ଚ୍ଚା ର ବିଷୟ ହୋଇଛି। ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକ ଅଞ୍ଚଳରେ ଦେଶୀ ମଦ ଭାଟି ଓ ବିଭିନ୍ନ ନଦୀ ରେ ଥିବା ବାଲି ଘାଟ ରେ ସରକାରଙ୍କ ସମସ୍ତ ନୀତିନିୟମ କୁ ଉଲଘ୍ନନ କରି ଏହି ବ୍ୟବସାୟ ଚାଲିଛି। ପ୍ରଶାସନ ର ଇଶାରା ଓ ଆଶିର୍ବାଦ ରୁ ରାଜନେତା ଓ ମାଫିଆମାନେ ଏହି କାରବାର କରି କୋଟି କୋଟି ଟଙ୍କାର ମାଲିକ ହେଉଥିବା ବେଳେ ସରକାର ଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ କ୍ଷତି ହେଉଥିବା ଚାର୍ଚ୍ଚା ହେଉଛି। କେତେକ ଦେଶୀ ମଦ ଭାଟି ରେ ମଦ ପ୍ରସ୍ତୁତ ବେଳେ ମହୁଲ ରେ ପୋଚ ପ୍ରସ୍ତୁତ ନହୋଇ ଇଷ୍ଟ ଓ ୟୁରିଆ ବ୍ୟବହାର କରଯାଉଥିବା ରୀତିମତ ଅଭିଯୋଗ ହେଉଛି। ଆଜି ପର୍ଯ୍ୟନ୍ତ ଅବକାରୀ ବିଭାଗ ଅପମିଶ୍ରଣ ପୋଚ କୁ ଯାଞ୍ଚ କରିବା କୁ ସାହସ କରି ପାରୁନାହିଁ ଯାହାକି ଡିଲ ହୋଇଥିବା କୁ ନେଇ ଚାରି ଆଡ଼େ ଚାର୍ଚ୍ଚା ହେଉଛି। ବାରମ୍ବାର ଗଣ ମାଧ୍ୟମରେ ଖବର ପ୍ରଚାର ହେବା ସତ୍ୱେ ବାବୁ ମାନେ ଚୁପ କାଣି ବିରାଡ଼ି ର କୁଜି ଅସରୋପା ଉପରେ ଦାଉ ପରି କୁଚିଆ ବେପାରୀ ମାନଙ୍କ ଉପରେ ଚଢ଼ାଉ ଜାରି ରଖିଛି ଅବକାରୀ ବିଭାଗ l ଅନ୍ୟ ପଟେ ସରକାର ଙ୍କ ଧାର୍ଯ୍ୟ ଠାରୁ ଶହେ ଗୁଣ ଅଧିକ ବାଲି ଘାଟରୁ ବାଲି ଉତ୍ତୋଳନ ହେଉଥିବା ସତ୍ୱେ ରାଜସ୍ୱ ବିଭାଗ ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଛି ଦିନକୁ ସହ ସହ ଗାଡି ଚୋରା ଚାଲାଣ ହେଉଥିବାକୁ ନେଇ ଖବର ପ୍ରକାଶିତ ହେଉଛି କିନ୍ତୁ ଜିଲ୍ଲାର ତହସିଲଦାର ମାନେ ଚୁପ ବସିଛନ୍ତି ସୂଚନା ଥାଉକି ଜିଲ୍ଲାରେ ଥିବା ନଦୀ ଗୁଡିକରୁ ମନଇଚ୍ଛା ବାଲି ଉଠାଣ ଯୋଗୁଁ ନଦୀର ଗଭୀରତା ପ୍ରାୟ ଏକ ମିଟର ତଳକୁ ଚାଲିଯିବା ଫଳରେ ପଟୁ ମାଟି ଆସିଯିବା ଯୋଗୁଁ ଜଳସ୍ତର କମି ଯାଉଛି ବୋଲି ପରିବେଶ ବିତ୍ତ ମାନେ ମତ ଦେଇଛନ୍ତି । ଏହା ସହ ନଦୀ ବନ୍ଧ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନିର୍ମାଣ କରୁଥିବା ବେଳେ ଏହି ଅବାଧ ବାଲି ଖନନ ଯୋଗୁଁ ନଦୀ ବନ୍ଧ ଦୁର୍ବଳ ହେବା ସହ ନଦୀ ଗୁଡ଼ିକର ଗତିବିଧି ବଦଳିବ ବୋଲି ଅଭିଯୋଗ ହେଉଛି।ଏହାକୁ ନେଇ ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ହେଲେ ଏହା କେବଳ ଧର୍ମକୁ ଆଖିଠାର ଭଳି ଚଢ଼ାଉ କରି ଚୁପ ବସିବାକୁ ସରକାରୀ ବାବୁ ମାନେ ବାଧ୍ୟ ହେଉଛନ୍ତି, ଅମଲା ଓ ମାଫିଆ ମାନଙ୍କ ମଧ୍ୟରେ ଫିକ୍ସିଂଙ୍ଗ ହୋଇଥିବା ଯୋଗୁଁ କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳୁଛି । ଯଦି ରାଜ୍ୟ ସରକାର ବେଳ ଥାଉ ଥାଉ ସରକାର ନ ଚେତିଲେ ବାଲି ଖନନ ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ, ଓ ମଦ ଅପମିଶ୍ରଣ ଯୋଗୁଁ ଗଞ୍ଜାମ ରେ ପୁଣି ଏକ ମଦ ମୃତ୍ୟୁ ହେବାର ସମ୍ଭାବନା ଦେଖା ଦେବ ବୋଲି ରୀତିମତ ଅଭିଯୋଗ ହେଉଛି। ଗଞ୍ଜାମ ଜିଲ୍ଲାର ୨ ବିଭାଗ ଯଥା ଅବକାରୀ ଓ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଜଣେ ଜଣେ କୁବେର କହିଲେ କିଛିବି ଭୁଲ ହେବ ନାହିଁ ଯଦି ରାଜ୍ୟ ଦୁର୍ନୀତି ବିଭାଗ ଏଥି ପ୍ରତି ଦୃଷ୍ଟି ଦିୟନ୍ତି ତେବେ କୋଟି କୋଟି ଟଙ୍କା ର ସରକାରଙ୍କ ରାଜସ୍ବ ବଞ୍ଚିବା ସହିତ ଏହି ଦୁର୍ନୀତି ଅଧିକାରୀଙ୍କ ଅସଲ ମୂଖା ଖୋଲନ୍ତା ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି କାରଣ ଜିଲ୍ଲାରେ ଥିବା ଦୁର୍ନୀତି ନିବାରଣ ଅଧିକାରୀ ମାନେ ଅବକାରୀ ଓ ରାଜସ୍ୱ ଏହି ଦୁଇ ବିଭାଗ ଅଧିକାରୀଙ୍କ ହାତ ବାରିସୀ ସାଜି ଛନ୍ତି ବୋଲି ଅଭିଯୋଗ ହେଉଛି ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଅଭିଯୋଗ ହେଉଛି

nis-ad
Leave A Reply

Your email address will not be published.