ହିଞ୍ଜିଳି ଥାନା ପକ୍ଷରୁ ଗଣେଶ ପୂଜା ପାଈଁ ପ୍ରସ୍ତୁତି ବୈଠକ …


ହିଞ୍ଜିଳିକାଟୁ ୧୭!୯!୨୦୨୩ ହିଞ୍ଜିଳି ଥାନା ପକ୍ଷରୁ ରବିବାର ୧୯ତାରିଖରେ ହେବାକୁ ଥିବା ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳାର ସହିତ କିପରି ପାଳନ କରାଯିବ , ସେନେଇ ହିଞିଳି ଥାନା ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିଞିଳି ଥାନାର ଆଇଆଇସି ଶ୍ରୀନିବାସ ସେଠି ଙ୍କଅଧ୍ୟକ୍ଷତା ରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଲୋକପ୍ରତିନିଧି,ପୂଜା କମିଟି କର୍ମ କର୍ତ୍ତା ଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।ଚଳିତ ବର୍ଷ ବାବା ଗଣନାଙ୍କ ପୂଜା ଏବଂ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ଶେଷକରିବା ପାଇଁ , ବୈଠକରେ ଉପସ୍ଥିତ ଥିବା ପୂଜା କମିଟିର ସମସ୍ତ କର୍ମକର୍ତ୍ତା, ବୁଦ୍ଧିଜୀବି , କର୍ମକର୍ତ୍ତା ଙ୍କୁ ହିଞିଳି ପୋଲିସର ଗାଇଡ଼ ଲାଇନ ସଂପର୍କରେ ସୂଚନା ଦେଇଥିଲେ ।
ପୂଜା ଏବଂ ଭଷାଣୀ ଉତ୍ସବ ପାଇଁ ପୂଜା କମିଟିର କର୍ମକର୍ତ୍ତା ମାନେ ପରମୀଶନ ପାଇବା ପାଇଁ , ଦାୟିତ୍ୱରେ ଥିବାଏ ଏସ ଆଇ କାଳୁଚରଣ ସ୍ବାଇଁ ଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରିବା ଲାଗି ଆଇଆଇସି ଶ୍ରୀ ସେଠି କହିଥିଲେ । ସେହିପରି ମୂର୍ତ୍ତି ବିଷର୍ଜନ ସମୟରେ ମଦ୍ୟପାନ ନକରିବା, ଡିଜେ ସାଉଣ୍ଡ ଏବଂ ବାଣ ବ୍ୟବହାର ନକରିବା , ରାତି ୧୦ ଟାରେ ଭଷାଣୀ କାର୍ଯ୍ୟ ସାରିବା ସହ ଜୋରଜବରଦସ୍ତ ଚାନ୍ଦା ଆଦାୟ ଉପରେ ଜିରୋ ଟଲରଏନ୍ସ ଆପଣେଇବା ପାଇଁ ପରାମର୍ଶ ଦେଇଥିଲେ ।

nis-ad
Leave A Reply

Your email address will not be published.