ତୃଟିପୂର୍ଣ୍ଣ ଉତ୍ପାଦ ବିକ୍ରି ଓ ଓ୍ବାରେଣ୍ଟି ସମୟ ମଧ୍ୟରେ ସଠିକ୍ ସେବା ପ୍ରଦାନ ରେ ଅବହେଳା – ଟିଭିର ମୂଲ୍ୟ ଫେରସ୍ତ ସହ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ଦେଲା ଇ-କମର୍ସ କମ୍ପାନୀ
ବ୍ରହ୍ମପୁର : ବ୍ରହ୍ମପୁର ବାସିନ୍ଦା ତଥା ଉପଭୋକ୍ତା ଶ୍ରୀ ନରେନ୍ଦ୍ର କୁମାର ବିଷୋୟୀ ଇ-କମର୍ସ ପୋର୍ଟାଲ ଫ୍ଲିପ୍ କାର୍ଟ ମାଧ୍ୟମରେ ଏକ ଟିଭି କିଣିଥିଲେ ଯାହା ତାଙ୍କ ଘରେ ଲଗାଇବା ପୂର୍ବରୁ ତଥା ଓ୍ବାରେଣ୍ଟି ସମୟ ମଧ୍ୟରେ ଖରାପ ହୋଇଯାଇଥିଲା । ଫ୍ଲିପ୍ କାର୍ଟ ଇ-କମର୍ସ ପୋର୍ଟାଲ ଅନଲାଇନ୍ ରେ ତୃଟିପୂର୍ଣ୍ଣ ଉତ୍ପାଦ ବିକ୍ରି କରିଥିବା ଓ ଓ୍ବାରେଣ୍ଟି ସମୟ ମଧ୍ୟରେ ସଠିକ୍ ସେବା ପ୍ରଦାନ କରିନଥିବା ଦର୍ଶାଇ ସିସି-୭୭/୨୦୧୮ ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ଙ୍କ ଠାରେ ୨୦୧୮ ମସିହାରେ ଏକ ଉପଭୋକ୍ତା ଅଭିଯୋଗ ଦାଖଲ କରିଥିଲେ । ଉଭୟ ପକ୍ଷଙ୍କ ଦ୍ବାରା ଦାଖଲ କରାଯାଇଥିବା ଘଟଣା ସମ୍ବନ୍ଧୀୟ ଦଲିଲ୍ କୁ ବିଚାର କରି ଜିଲ୍ଲା ଉପଭୋକ୍ତା ଆୟୋଗ ୦୬.୦୭.୨୦୨୩ ତାରିଖ ରେ ସମ୍ପୃକ୍ତ ଇ-କମର୍ସ କମ୍ପାନୀ ଫ୍ଲିପ୍ କାର୍ଟ ଓ ଟିଭି ନିର୍ମାତା ୟୁ ଭି ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ଙ୍କ ବିପକ୍ଷରେ ଜର୍ଜମେଣ୍ଟ ଦେଇଥିଲେ। ଉକ୍ତ ଜର୍ଜମେଣ୍ଟ ପ୍ରକାରରେ ଇ-କମର୍ସ ପୋର୍ଟାଲ ଫ୍ଲିପ୍ କାର୍ଟ ଇଣ୍ଟରନେଟ ପ୍ରାଇଭେଟ୍ ଲିମିଟେଡ ଖରାପ ହୋଇଯାଇଥିବା ଟିଭିର ମୂଲ୍ୟ ସହ କ୍ଷତିପୂରଣ ଓ ମାମଲା ଖର୍ଚ୍ଚ ବାବଦରେ ଟ୪୩,୪୯୯ଙ୍କା ସମ୍ପୃକ୍ତ ଉପଭୋକ୍ତାଙ୍କୁ ଫେରାଇଛନ୍ତି । ୧୪.୦୯.୨୩ ତାରିଖ ରେ ଉକ୍ତ ଧନରାଶି ଚେକ୍ କୁ ଜିଲ୍ଲା ଉପଭୋକ୍ତା ଆୟୋଗ ର ଅଧ୍ୟକ୍ଷ ଶ୍ରୀ ସତୀଶ୍ ପାଣିଗ୍ରାହୀ ଓ ସଦସ୍ୟା ଶ୍ରୀମତୀ ସରିତ୍ରୀ ପଟ୍ଟନାୟକ ଅଭିଯୋଗକାରୀ ଉପଭୋକ୍ତା ଶ୍ରୀ ନରେନ୍ଦ୍ର କୁମାର ବିଷୋୟୀ ଙ୍କୁ ପ୍ରଦାନ କରିଥିଲେ । ଉକ୍ତ ସମୟରେ ଉଭୟ ପକ୍ଷଙ୍କ ଓକିଲ ଶ୍ରୀ ସୂର୍ଯ୍ୟ ନାରାୟଣ ମହାପାତ୍ର ଶ୍ରୀ ଏସ୍ ରାଜ ଗୋପାଳ ରାଓ ଓ ଜିଲ୍ଲା ଉପଭୋକ୍ତା ଓକିଲ ସଂଘ ର ସମ୍ପାଦକ ଡଃ ଲକ୍ଷ୍ମୀ ନାରାୟଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।