ଆମେ ଜାଣିବା ଆମେ ଜିଣିବା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନେଇ କାର୍ଯ୍ୟକ୍ରମ

ମାଲକାନଗିରି (୧୪।୯) : ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ପଞ୍ଚୟାତ ସ୍ଥିତ ଆଶ୍ରମ ବିଦ୍ୟାଳୟଠାରେ ଶିକ୍ଷା ଓ ବିଦ୍ୟାଳୟର ଉନ୍ନତି ନିମନ୍ତେ ଅଭିଭାବକଙ୍କ ସହଭାଗିତା (ପେରେଂଟସ ଆଜ ପାର୍ଟନର) ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ପାଙ୍ଗିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ଭୁଜବଳ, ସ୍ଥାନୀୟ ସମିତିସଭ୍ୟ ସୁନ୍ଦରଲାଲ ସେଡା, ପାଣ୍ଡ୍ରିପାଣି ଅନୁସୂଚିତ ଜାତି ଜନଜାତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶକ୍ଷୟିତ୍ରୀ ଗଳ୍ପ ପୁଜାରୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରତାପ ବୁରୁଡି, ସମାଜସେବୀ ତ୍ରିଲୋଚନ ପରିଜା ଯୋଗ ଦେଇ ଥିଲୋ ମୁଖ୍ୟ ଅତିଥି ଶ୍ରୀ ଭୁଜବଳ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦ୍ୱୋଧନ ଦେଇ ପ୍ରକାଶ କରିଥିଲେ ଯେ, ଆମେ କୌଣସି ଜିନିଷ ବିଷୟରେ ସବିଶେଷ ରୂପେ ଜାଣିଲେ ହିଁ ଆମେ ଜିଣିପାରିବ। । ତାହାର ଅର୍ଥ କେବଳ ଶୁଣି ଶୁଣି ଶିକ୍ଷା ଗ୍ରହଣ କରିବା ସମ୍ଭବପର ନୁହୋଁ ତେଣୁ ବିଦ୍ୟାଳୟରେ ଜ୍ଞାନି ଗୁଣି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଠାରୁ ଲିଖିତ ପୁସ୍ତକ ଶିକ୍ଷା ଗ୍ରହଣ କଲେ ଅନେକ ତଥ୍ୟ ଏବଂ ଶିକ୍ଷାର ଅଗ୍ରଗତି ସମ୍ବନ୍ଧରେ ଜାଣିପାରିବ।। ତେବେ ଯାଇ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ ଉଚ୍ଚ ଶିକ୍ଷା ଗ୍ରହଣ କରିବା ସହ ବିଭିନ୍ନ ପଦପଦବୀ, ସୁନାଗରିକ, ରାଜନେତା, ବୈଜ୍ଞାନ୍ଖଳ, ଡାକ୍ତର ଇଞ୍ଜିନିୟର ହୋଇପାରିବୋ ଏଥିପାଇଂ ଛାତ୍ରଛାତ୍ରୀଙ୍କ ଯେତିକି ଦାୟିତ୍ୱ ତାହାଠାରୁ ଅଧିକ ଦାୟିତ୍ୱ ଅଭିଭାବକ ମାନଙ୍କରା ତେଣୁ ପ୍ରତ୍ୟେକ ଅଭିଭାବକ ଯତ୍ନବାନ ହୋଇ ନିଜର ସନ୍ତାନ ସନ୍ତତିଙ୍କୁ ଉପଯୁକ୍ତ ବୟସ ଆରମ୍ଭରୁ ଶିକ୍ଷା ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ ଅଛିା ତେଣୁ ପିଲାଙ୍କୁ ସବୁଦିନ ବିଦ୍ୟାଳୟକୁ ପଠାଇବା ସହ ବିଦ୍ୟାଳୟକୁ କଣ ଅନୁଦାନ ଆସୁଛି, ସରକାରଙ୍କର କି କି ଯୋଜନା ରହିଛି, ସେ ସମ୍ପର୍କରେ ଅବଗତ ହେବା ଆବଶ୍ୟକ । ଗୁଣାତ୍ମକ ଶିକ୍ଷାର ବିକାଶ ଓ ବିଦ୍ୟାଳୟ ସମସ୍ୟା ସମାଧାନ ପାଇଁ ସମସ୍ତ ଅଭିଭାବକ ସହଭାଗିତା ହେବାକୁ ଆହ୍ୱାନ ଦେଇଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସୃତିକ କାର୍ଯ୍ୟକ୍ରମ ସହ ଚିତ୍ରାଙ୍କନ, ବକ୍ତୃତା, ରଚନା ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥଇଲ।। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ପ୍ରଶନ୍ନ ନାୟକ ଓ ଶଶିକାନ୍ତ ବେହେରା ପରିଚାଳନା କରିଥିଲୋ

nis-ad
Leave A Reply

Your email address will not be published.