ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ରେଳବାଇ କ୍ରିୟାନୁଷ୍ଠାନ କମିଟିର ଦାବୀ ପତ୍ର ପ୍ରଦାନ

ଫୁଲବାଣୀ : କନ୍ଧମାଳ ରେଳବାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କମିଟି ଅଧ୍ୟକ୍ଷ କମଳାକାନ୍ତ ପାଣ୍ଡେଙ୍କ ନେତୃତ୍ବରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲଙ୍କୁ ଗୁରୁବାର ସଂନ୍ଧ୍ୟାରେ ଭେଟି ଏକସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଗୋପାଲପୁର – ସମ୍ବଲପୁର ଭାୟା ଫୁଲବାଣୀ ଦେଇ ପ୍ରସ୍ତାବିତ ରେଳ ପ୍ରକଳ୍ପ କାର୍ଯ୍ୟକାରି କରିବା ଲାଗି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି l ବର୍ତ୍ତମାନ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଏବଂ ରେଲୱେ ୱେବସାଇଟରେ ଫୁଲବାଣୀ ସଦର ମହକୁମାକୁ ରେଳ ଲାଇନ ଛୁଇଁବ ନାହିଁ ବୋଲି ଜଣାପଡିବା ପରେ ଜିଲାର ନାଗରିକ ମାନଙ୍କ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି।ଏ ସଂକ୍ରାନ୍ତରେ ରେଳମନ୍ତ୍ରୀ ଆଶ୍ୱିନ ବୈଷ୍ଣବ,ମାନ୍ୟବର ମୁଖ୍ୟମନ୍ତ୍ରୀ,କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ, ପୂର୍ବତଟ ରେଲୱେ ଅଧିକାରୀଙ୍କୁ ଅବଗତ କରାଯାଇଛି। ବହୁ ପ୍ରତିକ୍ଷୀତ ଗୋପାଳପୁର ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପ ଆସିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଡଃ ଅରୁପ ଜେନା,ଓକିଲ ସଂଘ ସଭାପତି ଭଗବାନ ମହାନ୍ତି,ସମାଜସେବୀ ଅଶୋକ ପରିଡା,ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ,ସନ୍ତୋଷ ଦିଗାଲ, ରାଜକିଶୋର ପାଢୀ, ପ୍ରମୋଦ ସାହୁ, ମଧୁସୂଦନ ସାହୁ, ସତ୍ୟ ପ୍ରିୟ ମହାନ୍ତି ପ୍ରମୂଖ ଉପସ୍ଥିତ ରହି ଜିଲାପାଳଙ୍କ ସହ ଆଲୋଚନା କରିଥିଲେ l ଗତ ୧୫ଦିନ ତଳେ ଜିଲ୍ଲାର ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରେଳମନ୍ତ୍ରୀ, ରେଳ ବିଭାଗ ଉଚ କତୃପକ୍ଷ, ରାଜ୍ୟ ସରକାର,କେନ୍ଦ୍ର ସରକାର, ଓରିଡେଲ କତୃପକ୍ଷଙ୍କୁ ଏକ ସ୍ମାରକ ପତ୍ର ଦିଆଯାଇ ଥିଲା।କେନ୍ଦ୍ର ସରକାର ରେଳ ବିହୀନ କନ୍ଧମାଳ ଜିଲାର ସଦର ମହକୁମାକୁ ରେଳ ସଂଯୋଗ ପାଇଁ ପଦକ୍ଷେପ ନ ନେଲେ ଜିଲାବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ।

nis-ad
Leave A Reply

Your email address will not be published.