ବିଜେଡିର ମିଶ୍ରଣ ପର୍ବ, ହିଞ୍ଜିଳିକାଟୁ ପୌରପରିଷଦ ୪ ସ୍ୱାଧୀନ ୱାର୍ଡ ମେମ୍ବର ବିଜେଡିରେ ଯୋଗଦାନ

ହିଞ୍ଜିଳିକାଟୁ (୧୪/୯) : ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଅନ୍ତର୍ଗତ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଥିବା ଗେଷ୍ଟହାଉସ ଗୃହରେ ଵିଜେଡି ନଗର ଶାଖା ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ୪ନଂ ସ୍ବାଧିନ ୱାର୍ଡ ମେମ୍ବର ରଞ୍ଜିତା ଚୌଧୁରୀ,୧୧ନଂ ସ୍ୱାଧୀନ ୱାର୍ଡ ମେମ୍ବର ଅମୁଲ୍ୟ ସାହୁ ,୧୫ନ‍ଂ ସ୍ବାଧିନ ୱାର୍ଡ ମେମ୍ବର ଗୋପବନ୍ଧୁ ବେହେରା ଓ ୧୪ ନଂ ସ୍ଵାଧୀନ ୱାର୍ଡ ମେମ୍ବର ମଞ୍ଜୁ ବେହେରା ଙ୍କ ସହ ୧୨ନଂ ୱାର୍ଡ ର ସ୍ଵାଧୀନ କାଉନସିଲର ପ୍ରାର୍ଥୀ ସୁନିତା ମିଶ୍ର, ୧ ନଂ ୱାର୍ଡ ର ଶ୍ରୀଧର କୁମାର ପଣ୍ଡା,ତାଙ୍କର ଶତାଧିକ କର୍ମୀ ମଧ୍ୟ ବିଜେଡିରେ ମିଶିଛନ୍ତି। ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ଭୀମସେନ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମିଶ୍ରଣ ପର୍ବ ରେ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ଗ୍ରୀଡ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ମୁନିସୀପାଲଟି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜଳରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ଏହା ଦଳକୁ ଆହୁରି ମଜବୁତ କରିବ ବୋଲି ଓଡିଶା ମୋ ପରିବାର ସମ୍ପାଦକ ନିଳମଣୀ ପଟ୍ଟନାୟକ କହିଛନ୍ତି। ସେଠାରେ ଉପସ୍ଥିତ ସମସ୍ତ ବିଜେଡି ନେତୃ ବୃନ୍ଦ ଓ ପଦାଧିକାରୀ ଙ୍କ ଉପସ୍ଥିତି ରେ ରହି ସମସ୍ତ ଙ୍କୁ ପୁଷ୍ପଗୁଚ୍ଛ ଦେଇ ବିଜେଡିର ଉତ୍ତରୀୟ ଦେଇ ବିଜେଡି ଦଳକୁ ସ୍ୱାଗତ କରିଥିଲେ। ତାଙ୍କର ଶତାଧିକ କର୍ମୀଙ୍କୁ ମଧ୍ୟ ଦଳକୁ ସ୍ୱାଗତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନୀତି ଏବଂ ଅଞ୍ଚଳର ଲୋକାଭିମୁଖୀ ବିକାଶମୂଳକ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା ସମର୍ଥକ ମାନେ କହିଛନ୍ତି।ଏହାକୁ ନେଇ ଏହି ଅଞ୍ଚଳ ରେ ବିଭିନ୍ନ ମହଲରେ ବିଭିନ୍ନ ଗୁଜବ ସୃଷ୍ଟି ହେଉଛି। କାର୍ଯ୍ୟକ୍ରମରେ ବିଜେଡି ର ସମସ୍ତ କାଉନସିଲର,ନୁତନ ପଦାଧିକାରୀ ପୂର୍ବତନ ଉପନଗରପାଳ ହୃଦୟାନନ୍ଦ ମହାପାତ୍ର, ପୂର୍ବତନ ନଗରପାଳ ଶିବରାମ ଗୌଡ, ପ୍ରଦୀପ କୁମାର ପଣ୍ଡା,ତରୁଣ କୁମାର ପଣ୍ଡା, ସଞ୍ଜୟ କୁମାର ପଣ୍ଡା,କିରଣ କୁମାର ପଟ୍ଟନାୟକ , ପ୍ୟାରୀମୋହନ ପାଢି, କାହ୍ନୁଚରଣ ଚୌଧୁରୀ ଙ୍କ ସମେତ ବିଜେଡି ନେତୃ ବୃନ୍ଦ ଉପସ୍ଥିତ ରହି ଯୋଗଦେଇଥିବା ଅତିଥି ଙ୍କୁ ପାଛୋଟି ନେଇଥିଲେ।ଶେଷରେ ହିଞ୍ଜିଳିକାଟୁ ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ।

nis-ad
Leave A Reply

Your email address will not be published.