ମୃତକ ହୋମଗାର୍ଡ ପରିବାର ବର୍ଗଙ୍କୁ ସହାୟତା

ଫୁଲବାଣୀ : କନ୍ଧମାଳ ଜିଲ୍ଲା କେ ନୂଆଗାଁ ଥାନାର ହୋମଗାର୍ଡ ସଂଘ କର୍ମକର୍ତ୍ତା ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଆଲୋଚନା ପ୍ରକାର କେ ନୂଆଗାଁ ଥାନାରେ କାର୍ଯ୍ୟରତ ହୋମଗାର୍ଡ କୃଷ୍ଣଚନ୍ଦ୍ର ନାୟକଙ୍କ ବାପାଙ୍କ ସାରଙ୍ଗଗଡ଼ ଥାନା ଅଞ୍ଚଳର କଲୋନୀ ସାହିରେ ମୃତ୍ୟୁ ବରଣ କରିଥିବା ସାନନ୍ଦ ନାୟକଙ୍କ ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ହୋମଗାର୍ଡ ବିଭାଗରେ କାର୍ଯ୍ୟରତ କୃଷ୍ଣଚନ୍ଦ୍ର ନାୟକଙ୍କ ଦୁଃଖଦ ସମୟରେ ଉପସ୍ଥିତ ରହି। କିଛି ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା କରାଯାଇଥିଲା। ମୃତକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲା ଶୃଙ୍ଖଳିତ ପଞ୍ଜୀକୃତ ହୋମଗାର୍ଡ ସଂଘର ନିଷ୍ପତ୍ତି ପ୍ରକାରେ ଗୃହରକ୍ଷୀ ମହାସମାଦେଷ୍ଟା ସୁଧାଂଶୁ ଷଡ଼ଙ୍ଗୀ କଟକ, ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସୁଭେନ୍ଦୁ ପାତ୍ରଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରି ଏକ ୱେଲଫେଆର ଫଣ୍ଡ ଗଠନ କରି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ତରଫରୁ ମୃତ୍ୟୁବରଣ କରିଥିବା ହୋମଗାର୍ଡ ଏବଂ ଅବସର ଗ୍ରହଣ କରିଥିବା ହୋମଗାର୍ଡ ପରିବାର ସଦସ୍ୟଙ୍କୁ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସଂଘ ତରଫରୁ ଆଲୋଚନା କରାଯିବ । ଏହି କାର୍ଯ୍ୟକ୍ରମରେ ହୋମଗାର୍ଡ ସଂଘ ଆବାହକ ତଥା ମାନବାଧିକାର ମିସନ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ, ସଂଘ ସଭାପତି, ପ୍ରଭାତ କୁମାର ସାହାଣୀ ପରାମର୍ଶଦାତା ତଥା ମିଡ଼ିଆ ସମ୍ପାଦକ ସାମ୍ବାଦିକ ,ଖିରୋଦ କୁମାର ସାହାଣୀ, ସମ୍ପାଦକ, ସପନ କୁମାର ମିଶ୍ର ,କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍,କେ ନୂଆଗାଁ ହୋମଗାର୍ଡ ସଂଘ କର୍ମକର୍ତ୍ତା ରବିନ୍ଦ୍ରନାଥ ବିଶିମାଝି, ଅଜୟ କୁମାର ପ୍ରଧାନ, ସାରଙ୍ଗଗଡ଼, ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ସୁଧିର ପ୍ରଧାନ, ନରେଶ କୁମାର ନାୟକ,ଦାରା ସିଂ, ଶୃଙ୍ଖଳିତ ସହଯୋଗ କରିଥିଲେ। ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମ ସଂଘ କର୍ମକର୍ତ୍ତାଙ୍କ ଡିୟୁଟି ପରବର୍ତ୍ତୀ ସମୟରେ ମାନବାଧିକାର ମିସନ ମାଧ୍ୟମରେ ସମାଜର ମଙ୍ଗଳ ନିମନ୍ତେ ଉପରିସ୍ଥ କାର୍ଯ୍ୟକ୍ରମ ବଜାୟ ରଖିବା ପାଇଁ ନିଷ୍ପତ୍ତି ନେଇଥିବା କହିଛନ୍ତି ସଂଘ କର୍ମକର୍ତ୍ତା।

nis-ad
Leave A Reply

Your email address will not be published.