ଦୁଇ ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୁହା ହୋଇ ନିଆଗଲା ଡାକ୍ତରଖାନା

(ଏବେ ବି ଭୋଗୁଛନ୍ତି ଜନନୀ ଯନ୍ତ୍ରଣା କନ୍ଧମାଳ ର ଅପହଞ୍ଚ ଇଲାକା ରେ)

ଫୁଲବାଣୀ : କନ୍ଧମାଳ ଜିଲ୍ଲା ରେ ବାରମ୍ବାର ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ଅପହଞ୍ଚ ଇଲାକା ପାଇଁ ରହିଛି ବାଇକ ଆମ୍ବୁଲାନ୍ସ ଏପରିକି ଖୁବ ନିକଟରେ ଡ୍ରୋନ ଯୋଗେ ଚିକିତ୍ସା ଯୋଗାଇ ଦେବା ପାଇଁ ମଧ୍ଯ ସରକାର ସୁବିଧା କରିଛନ୍ତି
l ତଥାପି ଜନନୀ ଯନ୍ତ୍ରଣା ସୁଧୁରୁନି କନ୍ଧମାଳ ଜିଲ୍ଲାରେ l ଏହାର ମୁଖ୍ୟ ଅସୁବିଧା ହେଉଛି
ଜିଲ୍ଲାରେ ରାସ୍ତାଘାଟ ଅଭାବରୁ ବାରମ୍ବାର ଦେଖିବାକୁ ମିଳୁଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଯନ୍ତ୍ରଣାରେ ଛଟପଟ ହେଉଥ‌ିବା ଆସନ୍ନ ପ୍ରସବାଙ୍କୁ ଖଟିଆରେ ବୁହା ହୋଇ ନିଆଯାଇଛି । ପୁଣି ଥରେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖ‌ିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଲୁଇସିଙ୍ଗି ପଞ୍ଚାୟତ ଡାଙ୍ଗଣମା ଗ୍ରାମରେ । ଏହି ଗ୍ରାମର ଲକ୍ଷ୍ମଣ ମଲ୍ଲିକଙ୍କ ସ୍ତ୍ରୀ ରିପୁଙ୍ଗୀଙ୍କର ବିଳମ୍ବିତ ରାତିରେ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସମ୍ପର୍କୀୟ । ହେଲେ ରାସ୍ତା ଅତ୍ୟନ୍ତ ଖରାପ ଥ‌ିବା କାରଣରୁ ଆମ୍ବୁଲାନ୍ସ ଅଧା ବାଟରେ ଅଟକି ରହିଥିଲା । ଡାକ୍ତରଖାନା ନେବା ପାଇଁ କୌଣସି ଉପାୟ ନପାଇ ଶେଷରେ ପରିବାର ଲୋକେ ଏକ ଖଟିଆରେ ବୋହି ତାଙ୍କୁ 2 କିଲୋମିଟର ଦୂର କୁମେଲଶିଙ୍ଗ ନେଇଥିଲେ । ସେଠାରୁ ଅଟୋରେ ବାଲନ୍ଦାପଡ଼ା ମେଡିକାଲକୁ ଆଣିବା ପରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ଏପରି
କନ୍ଧମାଳ ଜିଲ୍ଲାରେ ବାରମ୍ବାର ଦେଖୁବାକୁ ମିଳୁଛି ଜନନୀ ଯନ୍ତ୍ରଣାର ନଗ୍ନ ଚିତ୍ର । ଗର୍ଭବତୀ ମାନଙ୍କୁ ଖଟିଆରେ ବୁହା ହେଉଛି । ଏପରିକି ଅନେକ ସମୟରେ ଗର୍ଭବତୀମାନେ ରାସ୍ତା କଡ଼ରେ ପ୍ରସବ କରୁଛନ୍ତି । ତଥାପି ଏଭଳି ଘଟଣା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନି। ତେଣୁ ପ୍ରସବ ବେଦନା ହେଲେ ଗର୍ଭବତୀଙ୍କୁ ଖଟିଆରେ ବୁହା ହୋଇ ଅଣାଯାଉଛି । ଏଭଳି ଘଟଣା ଅଞ୍ଚଳ ପାଇଁ ନିତିଦିନିଆ ହୋଇ ଯାଇଥିବା ବେଳେ 24 ଘଣ୍ଟା ମଧ୍ୟରେ ଏହିଭଳି ଦୁଇ ଦୁଇଟି ଘଟଣା ନଜରକୁ ଆସିଛି ।
ରାସ୍ତାଘାଟର ସମସ୍ୟା କାରଣରୁ ଦୀର୍ଘ କିଲୋମିଟର ଧରି
ଲକ୍ଷ୍ମଣ ମଲ୍ଲିକଙ୍କ ସ୍ତ୍ରୀ ରିପୁଙ୍ଗୀଙ୍କୁ ଖଟିଆରେ ବୁହା ହେବା ଘଟଣାକୁ 24ଘଣ୍ଟା ନପୁରୁଣୁ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତ ମୁଣ୍ଡା ପଦର ଗ୍ରାମରୁ ସମାନ ଘଟଣା ନଜରକୁ ଆସିଛି । ବିଶ୍ଵାମିତ୍ର କହଁରଙ୍କ ସ୍ତ୍ରୀ ନିରୁ ପ୍ରସବ ବେଦନା ହୋଇଥିଲା। ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ପଞ୍ଚାୟତ ମୁଣ୍ଡା ପଦର ଗ୍ରାମରୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁଠାରୁ ପ୍ରାୟ 1 କିଲୋମିଟର ଦୂରରେ ରହିଥିଲା । ଆଶାକର୍ମୀ ମାଳତି କହଁରଙ୍କ ସହାୟତାରେ ନିରୁଙ୍କୁ ଏକ ଖଟିଆରେ ବୋହି ବୋହି ଆଣିଥିଲେ ପରିବାର ଲୋକେ । ଦୀର୍ଘ 1 କିଲୋମିଟର ପରେ ଅପେକ୍ଷା କରିଥିବା ଆମ୍ବଲାନ୍ସ ଯୋଗେ ଗୋଛାପଡା ଡାକ୍ତରଖାନା ନିଆଯାଇଛି। ଡାକ୍ତରଖାନାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥ‌ିବା ବେଳେ ଉଭୟ ସୁସ୍ଥ ରହିଛନ୍ତି ।ତେବେ ଦେଶ ସ୍ଵାଧୀନତାର ଦୀର୍ଘ ବର୍ଷ ବିତି ଯାଇଥିଲେ ସୁଦ୍ଧା ଚିକିତ୍ସା ଭଳି ମୌଳିକ ସୁବିଧାରୁ ବଞ୍ଚିତ ଦୁର୍ଗମ ଅଞ୍ଚଳର ଲୋକେ। ଗର୍ଭବତୀ ମହିଳାମାନଙ୍କୁ ଜୀବନ ମରଣ ସହ ସଂଘର୍ଷ କରିବାକୁ ପଡୁଛି । ଉଭୟ ଗ୍ରାମକୁ ନିତିଦିନିଆ ରାସ୍ତା ନିର୍ମାଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.