ମାଲକାନଗିରି, (୧୩।୯): ଦୀର୍ଘ ଦିନ ପରେ ମାଲକାନଗିରି ପୋଲିସ କୁ ଏକ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲା ର ମାଥିଲି ଓ ଛତିଶଗଡ଼ ସହ ଲାଗି ରହିଥିବା ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଏସ ଓ ଜି ଓ ଡିଭିଏଫ ଦ୍ୱାରା ମାଥିଲି ଥାନା ଅଞ୍ଚଳରୁ ଦୁର୍ଦାନ୍ତ ମାଓବାଦୀ ଦୁଧି ମାନ୍ଦା ଗିରଫ । ସୂଚନା ଅନୁଯାୟୀ ଛତିଶଗଡ଼ ସୀମାକୁ ଲାଗି ରହିଥିବା ମାଲକାନଗିରି ଜିଲ୍ଲାର ମାଥିଲି ଅଞ୍ଚଳରେ ଯବାନ ଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଦୁଧି ମାନ୍ଦା ନାମକ ମାଓବାଦୀ ଜଙ୍ଗଲ ମଧ୍ୟରେ ଯବାନ ଙ୍କୁ ଦେଖି ଲୁଚି ପଳାଇବା ପାଇଁ ଉଦ୍ୟମ କରୁଥିଲା । ତେବେ ଯବାନ ମାନେ ତାକୁ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲେ । ଏହି ମାଓବାଦୀ ଜଣଙ୍କ ଛତିଶଗଡ଼ ର କୋଣ୍ଟା ମାଓ ଡିଭିଜନ ର ଏଲ ଓ ଏସ ସଦସ୍ୟ ଭାବେ କାର୍ଯ୍ୟ କରୁଥଲା । ୨୦୨୧ ମସିହା ରେ ଛତିଶଗଡ଼ ର କୁମୁଖରୀ ବଦଳିପାରା ଅଞ୍ଚଳରେ ପୋଲିସ ସହ ଗୁଳିବିନିମୟ ଓ ସୀମାନ୍ତ ଅଞ୍ଚଳ ର ନିରୀହ ଆଦିବାସୀ ଙ୍କୁ ମାଓ ସଂଗଠନ ରେ ସାମିଲ ପାଇଁ ପ୍ରଚେଷ୍ଟା ଓ ଧମକ ଦେବା ଭଳି ଅଭିଯୋଗ ରେ ସାମିଲ ଥିଲା ଏହି ମାଓବାଦୀ । ତେବ ଆଜି ଜବାନ ଙ୍କ ପକ୍ଷରୁ ମାଥିଲି ଓ ଏହାର ସୀମାନ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଏହି ମାଓବାଦୀ କୁ ଜଙ୍ଗଲ ରୁ ଗିରଫ କରାଯାଇଛି । ଏହି ମାଓବାଦୀ ନାମରେ ୨ଲକ୍ଷ ଟଙ୍କା ର ଇନାମ ଘୋଷଣା ଥିବା ବେଳେ ଯବାନ ମାନେ ତାକୁ ଗିରଫ କରି ମାଥିଲି କୋର୍ଟ ରେ ହାଜର କରାଇଥିବା ଜଣା ପଡିଛି ।
Sign in
Sign in
Recover your password.
A password will be e-mailed to you.