ସରକାରଙ୍କ ତାଗିଦକୁ ପୋଲିସ ପ୍ରଶାସନର ଫୁ..

ଆସିକା ମାଗୁରା ପଲ୍ଲୀ ରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ ଗୁହାରି ଶୁଣିବ କିଏ…?

ବ୍ରହ୍ମପୁର : ରାଜ୍ୟରେ ନୂତନ ସରକାର ଆସିବା ପରେ ପୋଲିସ ବିଭାଗ କୁ ମୁଖ୍ୟମନ୍ତ୍ରୀ ତାଗିତ କରିଥିଲେ, ଲୋକଙ୍କୁ ଉତ୍ତମ ବ୍ୟବହାର ଦେଖାଇବା ପାଇଁ। ତାହାର ବ୍ୟତିକ୍ରମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳୁଛି। ତାହାର ଆଉ ଗୋଟେ ନଗ୍ନ ନମୁନା ଆସିକା ଥାନା ଇଲାକାର ମାଗୁରା ପଲ୍ଲୀ ରେ ହୋଇଥିବା ନେଇ ଅଭିଯୋଗ ହୋଇଛି। ମାଗୁରା ପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରା ଙ୍କ ଗର୍ଭବତୀ ସ୍ତ୍ରୀ ସ୍ୱପ୍ନା ବେହେରା ନିଜର ବାପ ଘରକୁ ଯାଇଥିଲେ। ଶୁକ୍ରବାର ଦିନ ଦଶ ଘଣ୍ଟା ସମୟରେ ସ୍ୱପ୍ନା ବେହେରାଙ୍କ ଗୃହରେ କବାଟ ଭାଙ୍ଗି ଘରର ଅସାଵପତ୍ର ଭଙ୍ଗାରୁଜା କରାଯାଇଥିବା ଖବର ପାଇଥିଲେ। ମାଗୁରା ପଲ୍ଲୀ ଗ୍ରାମରେ ସ୍ୱପ୍ନା ପହଞ୍ଚି ଦେଖିଲେ ଘରର ତାଲା ଭଙ୍ଗାଯାଇଥିବା ଓ ଘରର ଅସାଵପତ୍ର ଭଙ୍ଗାଯାଇଥିବା ଦେଖି ଆସିକା ଥାନା ରେ ଏକ ଏତଲା ଦେଇଥିବା ଚର୍ଚ୍ଚା ହେଉଛି। ଏହିଭଙ୍ଗା ରୁଜା ଘଟଣା ରେ କୁଆଡ଼େ ପୋଲିସ ର ସମ୍ପୃକ୍ତି ଥିବା ଯୋଗୁଁ ଘଟଣା କୁ ରଫାଦଫା ପାଇଁ ଆପ୍ରାଣ ଉଦ୍ୟମ ଚାଲିଥିବା ଗ୍ରାମରେ ଆଲୋଚନା ହେଉଛି। ସ୍ୱପ୍ନା ବେହେରାଙ୍କ ସ୍ୱାମୀ ଶ୍ରମିକ ଭାବେ ଚେନ୍ନାଇ ଯାଇଥିବା ଓ ସ୍ୱପ୍ନା ଗର୍ଭବତୀ ଥିବା ଯୋଗୁଁ ବାପ ଘରକୁ ଯାଇଥିବା ବେଳେ ଗୃହ ର ତାଲା ଭାଙ୍ଗିବା କୁ କିଏ ନିର୍ଦ୍ଦେଶ ଦେଲା ବୋଲି ଚାରିଆଡେ ଚର୍ଚ୍ଚା ହେଉଛି। କେଉଁ ବାବୁ ଏ ଗୃହର ତାଲା ଭାଙ୍ଗି ଘରର ଅସାଵପତ୍ର ଭଙ୍ଗାରୁଜା କଲେ। ଗଞ୍ଜାମ ଏସପି ଖୋଦ ତଦନ୍ତ କରିଲେ ଗରିବ ଅସହାୟ ମହିଳାଙ୍କୁ ନ୍ୟାୟ ମିଳିବ ଓ ମୁଖ୍ୟମନ୍ତ୍ରୀଙ୍କ ତାଗିତ ର ମୂଲ୍ୟ ରହିବା ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.