ମାଛ ତେଲ ରେ ମାଛ ଭାଜିଲା ଭଳି ଚାଲିଛି – ସରକାର ଙ୍କ ଚାଉଳ ଯୋଗାଣ ବ୍ୟବସ୍ଥା..

ଯୋଗାଣ ବିଭାଗ ଆଶିର୍ବାଦ ରେ ଗରିବ ଓ ପିଲାଙ୍କ ଚାଉଳ ବାଟ ମାରଣା…


ବ୍ରହ୍ମପୁର:୧୪ -୯ ଯୋଗାଣ ବିଭାଗ-ମିଲ ମାଲିକ-ଏଲ ଟୁ ଠିକାଦାର ଙ୍କ ଭାଗୁଆଳି ବେପାର ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହେଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଥିବା କେତେକ ବ୍ଲକ ଗୁଡିକରେ ଏଲ ଟୁ ଠିକାଦାର ମାନଙ୍କୁ ଟଙ୍କାଖିଆ ଚାଉଳ ଓ ବିଦ୍ୟାଳୟ ଗୁଡିକୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଣ ପାଇଁ ନିଯୁକ୍ତି ଦିଆଯାଇଛି। ଏଲ ଟୁ ଠିକାଦାର ମାନେ ନିକଟସ୍ଥ ସରକାରଙ୍କ ଗୋଦାମରୁ ରୁ ଚାଉଳ ନେଇ ଡିଲେର ଓ ବିଦ୍ୟାଳୟ ଗୁଡ଼ିକୁ ଦେବାର ନିୟମ ରହିଛି। ଗଞ୍ଜାମ ଜିଲ୍ଲାର କେତେକ ବ୍ଲକ ରେ ଥିବା ଏଲ ଟୁ ଠିକାଦାର- ମିଲ ମାଲିକ ମାନଙ୍କୁ ଯୋଗାଣ ବିଭାଗର ଆଶୀର୍ବାଦ ଥିବା ଯୋଗୁଁ ସରକାରଙ୍କ ଚାଉଳ ବାଟମାରଣା ହେଉଥିବା ଘଟଣା ଏବେ ଚର୍ଚ୍ଚା ହେଉଛି। କେତେକ ବ୍ଲକ ର ଏଲ ଟୁ ଠିକାଦାର ଗୋଦାମରୁ ଚାଉଳ ଉଠାଇ ଡିଲେର ଓ ବିଦ୍ୟାଳୟ ମାନଙ୍କୁ ନଦେଇ ନିଜ ନିଜର ଗୁପ୍ତ ଗୋଦାମ କୁ ନେଇ ସେଠାରେ ପ୍ରତି ପେକେଟ ରୁ ପାଞ୍ଚ ସାତ କିଲୋ ଚାଉଳ ହରିଲୁଟ କରି ପୁଣି ରିପେକ କରୁଥିବା ଅଭିଯୋଗ ହେଉଛି। କେତେକ ଏଲ ଟୁ ଠିକାଦାର ଓ ମିଲ ମାଲିକ ମାନେ ହାତକୁ ହାତ ମିଶାଇ ସରକାର ଯୋଗାଉ ଥିବା ଚାଉଳ ବାଟ ମାରଣା କରି ଏବେ ଜଣେ ଜଣେ କୁବେର ପାଲଟି ଗଲେଣି। ଏହି ଘୋଟାଲାରେ ପ୍ରଶାସନ ର ସମ୍ପୂର୍ଣ୍ଣ ସହଯୋଗ ରହିବା ଫଳରେ ସରକାରୀ ଗୋଦାମରୁ ଏଲଟୁ ଠିକାଦାର ଙ୍କ ଗୁପ୍ତ ଗୋଦାମକୁ ଏହି ଚାଉଳ ନେଇ ସେହି ବସ୍ତା ରୁ ପ୍ରାୟ ୫ କିଲୋ ରୁ ଉର୍ଦ୍ଧ୍ବ ଚାଉଳ ଚଞ୍ଚକତା କରି ପୁଣି ରିପ୍ୟାକ କରୁଥିବା ଚାର୍ଚ୍ଚା ହେଉଛି।ଯେଉଁ ସବୁ ବ୍ଲକ ରେ ବେନାମି ଲୋକଙ୍କ ନାମ ପଞ୍ଜିକୃତ ହୋଇଛି,ସେହି ଲୋକଙ୍କ ଚାଉଳ ବାଟମାରଣା ହେଉଛି, ସେହି ବଳକା ଚାଉଳକୁ ଏଲଟୁ ଠିକାଦାର ଡିଲେର କୁ କିଲୋ ପ୍ରତି୧୪ ଟଙ୍କା ଦେଇ ସେହି ଚାଉଳକୁ ଠିକାଦାର ମାନେ ମିଲ ମାଲିକଙ୍କୁ ୨୫ ଟଙ୍କାରେ ବିକ୍ରି କରୁଥିବା ଚାର୍ଚ୍ଚା ହେଉଛି। ସେହି ଚାଉଳକୁ ମିଲେର ମାନେ ଯାଞ୍ଜ କରି ବେଷ୍ଟ କ୍ୱାଲିଟି ଚାଉଳ ବଜାରରେ ଚଢ଼ା ଦରରେ ବିକ୍ରି କରି ରଦି ଚାଉଳକୁ ପୁଣି ସରକାରୀ ଗୋଦାମକୁ ଯୋଗାଇ ଦିଅନ୍ତି ବୋଲି ଏବେ ଚାର୍ଚ୍ଚା ଜୋର ଧରିଛି।ଏଲ ଟୁ ଠିକାଦାର ଓ ଡିଲେର ର ଙ୍କ ମଧ୍ୟରେ ବୁଝାମଣା ହୋଇ କୁଆଡେ ଦାଦନ ର ପରିବାରକୁ କିଲୋ ପ୍ରତି ୧୦/୧୫ ଟଙ୍କା ଦେଇ ସେହି ଚାଉଳ କୁ ପୁଣି ମିଲମାଲିକ ପାଖକୁ ଯାଏ ମିଲର ମାନେ ସେହି ଚାଉଳକୁ ପାଲିସ କରି ଜାକଜମକ ଜରି ରେ ନୂଆ ପ୍ୟାକେଟ ରେ ପ୍ୟାକ କରି ଚଢ଼ା ଦରରେ ବଜାର ରେ ବିକ୍ରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।ଏହି ସବୁ ଘୋଟାଲା ରେ ରାଜନୈତିକ ବ୍ୟକ୍ତି ବିଶେଷ ସମ୍ପୃକ୍ତ ରହୁଥିବା ଯୋଗୁଁ ଏହି ଘଟଣା ସରକାର ଙ୍କ ନିକଟ ରେ ପହଞ୍ଚି ପାରୁନାହିଁ।ଯାହା ଫଳରେ ସରକାରଙ୍କ ଏହି ଯୋଜନା ରୁ ଗରିବ ଶ୍ରେଣୀର ଲୋକେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଚର୍ଚ୍ଚା ହେଉଛି। ଯେଉଁ ସବୁ ବିଦ୍ୟାଳୟ ରେ ଅଧିକ ପିଲା ଦର୍ଶା ଯାଉଛି,ଯେଉଁ ସବୁ ପଞ୍ଚାୟତ ବେନାମି ହିତାଧିକାରୀ ଙ୍କ ନାମ ପଞ୍ଜିକୃତ କରା ଯାଇଛି ସେହି ମାନେ ଏହି ଗୁପ୍ତ ଗୋଦାମ ରେ ଓଜନ ରେ ବାଟମାରଣା ହେଉଥିବା ଚାଉଳ ନେବାକୁ ବାଧ୍ୟ ହୁଅନ୍ତି। ଏହି ଘୋଟାଲା ରେ ରାଜନେତା, ଯୋଗାଣ ଅଧିକାରୀ,ମିଲମାଲିକ,ଏଲଟୁ ଠିକାଦାର,ଡ଼ିଲେର ଓ ବିଦ୍ୟାଳୟ ର ଶିକ୍ଷକ ମାନେ ସମ୍ପୃକ୍ତ ରହିଥିବା ଯୋଗୁଁ ସରକାରୀ ଚାଉଳ ରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚିଛି ବୋଲି ଚାର୍ଚ୍ଚା ହେଉଛି। ଏହି ସବୁ ବ୍ୟକ୍ତି ବିଶେଷ ଙ୍କ ମିଲି ଭଗତ ଯୋଗୁଁ ମାଛ ତେଲରେ ମାଛ ଭାଜୁଛନ୍ତି ସରକାର ବୋଲି ବିରୋଧୀ ଦଳ କହୁଛନ୍ତି।୫ଟି ସଚିବ ଏହି ସବୁ ଗୁପ୍ତ ଗୋଦାମ ଉପରେ ଚଢ଼ାଉ ଓ ଚାଉଳ ବସ୍ତାକୁ ଓଜନ କଲେ ଏହି ଘୋଟାଲା ର ପର୍ଦ୍ଧାଫାସ ହେବ। ଏବଂ ମିଲ ଉପରେ ଚଢ଼ାଉ ଯଦି କରାଯାଏ ତେବେ ଯୋଗାଣ ବିଭାଗ ଓ ମିଲ ମାନଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକ ପଦାରେ ପଡିବ ବୋଲି ବୁଦ୍ଧିଜୀବୀ ମହଲରୁ ଅଭିଯୋଗ ହେଉଛି

nis-ad
Leave A Reply

Your email address will not be published.