ହିଞ୍ଜିଳିକାଟୁ ରେ ଡରାଇଲାଣି ଡେଙ୍ଗୁ, ଏ ବର୍ଷର ପ୍ରଥମ ଡେ଼ଙ୍ଗୁ ମୃତ୍ୟୁ…

ପ୍ରଶାସନ ପାଖରେ ଖବର ନାହିଁ….

ହିଞ୍ଜିଳିକାଟୁ ୧୩!୯ କାୟା ମେଲାଇଲାଣି ଡେଙ୍ଗୁ ଜ୍ବର । ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ଏବେ ଭୟର ବାତାବରଣ ସାଧାରଣ ଲୋକଙ୍କ ମନରେ ସୃଷ୍ଟି କଲାଣି । ପ୍ରଥମେ ସହର ଆଉ ଏବେ ଗାଁରେ ଏବେ ଡେଙ୍ଗୁ ଆତଙ୍କ । ରାଜ୍ୟରେ ଡେଙ୍ଗୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଭଳି ଲାଗୁଥିବା ବେଳେ ଏଭଳି ସ୍ଥିତିରେ ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ହିଞ୍ଜିଳିକାଟୁ ରେ ଚଳିତବର୍ଷ ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ଜଣକ ହିଞ୍ଜିଳିକାଟୁ ମୁନିସୀପାଲଟି ଅନ୍ତର୍ଗତ ବଇଁଚବଣି ମାଣିକନଗର ଛକ ମେଇନରୋଡ ମନାଲି ନାୟକ ,(୨୧) ବୋଲି ସୂଚନା ମିଳିଛି । ମନାଲି ଭବାନିପାଟଣା ବେଦାନ୍ତ ରେ କାର୍ଯ୍ୟରତ ଥିଲେ।ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମେ ହିଞ୍ଜିଳିକାଟୁ ଓ ପରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ହୋଇଥିଲେ ।ମନାଲି ଙ୍କ ସ୍ଵାସ୍ଥ୍ୟ ରେ ସୁଧାର ନ ଆସିବାରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ଅବସ୍ଥାରେ ମଙ୍ଗଳବାର ରାତି ୮ ଘଣ୍ଟ ୪୫ ମିନଟ ସମୟରେ ମୃତ୍ୟୁ ବରଣ କରିଥିଲେ। ଶଵଵ୍ୟବଛେଦ ପରେ ପରିବାର ଲୋକେ ହିଞ୍ଜିଳିକାଟୁ ବାସଭବନ କୁ ଆଣି ହିଞ୍ଜିଳିକାଟୁ ଘୋଡାହଡ ନଦୀ କୂଳ ଶ୍ମଶାନରେ ଶଵ ସତ୍କାର କରିଥିଲେ । ବର୍ଷା ଦିନ ଥିବାବେଳେ ଡେଙ୍ଗୁକୁ ରୋକିବାକୁ ପ୍ରଶାସନ ଵିହିତ କାର୍ଯାନୁଷ୍ଠାନ ଗ୍ରହଣ କରିବା ସହ ମେଡିକାଲ ଟିମ ପଠାଇ ସମ୍ପୃକ୍ତ ଅଂଚଳରେ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ବୁଶ କଟିଂ ଓ ମଶା ଧୂଆଁ ଛାଡିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାଧାରଣ ରେ ଦାବି ହେଉଛି ।

nis-ad
Leave A Reply

Your email address will not be published.