ମାନବିକତା ଦେଖାଇଲେ ମାନବାଧିକାର ମିସନ ଏବଂ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…

ଫୁଲବାଣୀ : ସରକାରଙ୍କ ତରଫରୁ କୋୖଣସି ହୋମ ଗାର୍ଡଙ୍କ ପରିବାରକୁ ମୃତ୍ୟୁ ପରବର୍ତ୍ତୀ ସହାୟତା ମିଳୁନଥିବାରୁ ସଂଘ ପକ୍ଷରୁ ସମସ୍ତ ସଦସ୍ଯ ନିଜ ନିଜ ସ୍ଵଳ୍ପ ଦରମାରୁ କିଛି କିଛି ସଞ୍ଚୟ କରି ସଙ୍ଘ କୁ ଦେଇଥାନ୍ତି l ଯାହାକି ପରବର୍ତ୍ତୀ ସମୟରେ ସୁବିଧା ଅସୁବିଧାରେ ହୋମଗାର୍ଡ ଭାଇ ଭଉଣୀ ଙ୍କ ସହଯୋଗ ହାତ ବଢ଼ାଇଥାନ୍ତି l ଆଜି କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ସାଇନ୍ ପଡା ନିବାସୀ ମୂରଳୀଧର ବେହେରାଙ୍କ ବାପାଙ୍କର ଅକାଳ ବିୟୋଗ ହୋଇଥିବାରୁ। ଆଜି ମୃତ୍ୟୁ ବରଣ କରିଥିବା ଭଞ୍ଜ ବେହେରାଙ୍କ ଦଶାହ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ସଂଘ ଏବଂ ମାନବାଧିକାର ମିସନ କର୍ମକର୍ତ୍ତା ମୁରଲୀ ବେହେରାଙ୍କ ବାସଭବନ ରେ ଉପସ୍ଥିତ ରହି। କିଛି ରାସନ ସାମଗ୍ରୀ ଦେବା ସହିତ ପ୍ରଦିପ ପ୍ରଜ୍ବଳନ କରି ମୃତ ଭଞ୍ଜ ବେହେରାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ନିକଟରେ ଶାନ୍ତି ପ୍ରାର୍ଥନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନବାଧିକାର ରାଜ୍ୟ ଉପସଭାପତି ତଥା କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ପରାମର୍ଶଦାତା ଜଳନ୍ଧର ବେହେରା, ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ତଥା କନ୍ଧମାଳ ଜିଲ୍ଲା ନିଖିଳ ଉତ୍କଳ ଗୃହରକ୍ଷୀ ସଂଘ ଆବାହକ, ବିରାଜ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, ସମ୍ପାଦକ, ସପନ କୁମାର ମିଶ୍ର,ଟାଉନ ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପ ସଭାପତି ସାଫରିନ ଖାନ୍, ନୃସିଂହ ଡାକୁଆ ଏବଂ ଅନ୍ୟ ହୋମଗାର୍ଡ ଭାଇ ଭଉଣୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.