ଅଭିନବ ଉପାୟରେ ଅଟୋ ସିଟ ମଧ୍ୟରେ ଗଞ୍ଜେଇ ଚୋରା ଚାଲାଣ…

ମାଲକାନଗିରି : ମାଲକାନଗିରି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦେଶ କ୍ରମେ ଆଜି ମାଲକାନଗିରି ମୋବାଇଲ ଟିମ ପକ୍ଷରୁ ସକାଳ ୮ଘଟିକା ସମୟରେ ବାଲିମେଳା ଅଞ୍ଚଳରେ ପଇଁତରା ମାରୁଥିବା ବେଳେ। ଏକ ଅଟୋ ଦ୍ରୁତ ଗତିରେ ଯାଉଥିବା ଦେଖି ସନ୍ଦେହ ହୋଇବାରୁ, ଅବକାରୀ ମୋବାଇଲ ଟିମ ପକ୍ଷରୁ ଚଢାଉ କରିଥିଲେ ପ୍ରଥମେ ବ୍ୟକ୍ତି ଜଣକ ଅଟୋଟିକୁ ରାସ୍ତା ଉପରେ ଛାଡ଼ି ଖସି ପଳାଇବା ପାଇଁ ଉଦ୍ୟମ କରିଥିଲେ । ପରେ ଅବକାରୀ ମୋବାଇଲ ଟିମ୍ ପକ୍ଷରୁ ଅଟୋକୁ କାବୁ କରିଥିଲେ। ତେବେ କୌଶଳ କ୍ରମେ ଅଟୋ ଡ୍ରାଇଭର ଜଣକ ଜଙ୍ଗଲ ଭିତରକୁ ଖସି ପଳାଇଥିବା ବେଳେ ଅବକାରୀ ଟିମ ପିଛା କରିଥିଲେ । ଦୀର୍ଘ ସମୟ ଜଙ୍ଗଲ ଭିତରେ ଖୋଜାଖୋଜି ପରେ ଅଭିଯୁକ୍ତ ଅଟୋ ଡ୍ରାଇଭର ଙ୍କୁ କାବୁ କରିଥିଲେ ଅବକାରୀ ମୋବାଇଲ ଟିମ। ବ୍ୟକ୍ତି ଜଣକ ଅଭିନବ ଉପାୟରେ ସମସ୍ତ ଗଞ୍ଜେଇ ଗୁଡ଼ିକ, ଅଟୋର ସିଟ ଭିତରେ ଭର୍ତ୍ତି କରି ନେଉଥିବା ଦେଖା ଯାଇଥିଲା ବେଳେ ଅବକାରୀ ପକ୍ଷରୁ ୧୦ଟି ପ୍ୟାକେଟ ଗଞ୍ଜେଇ ଜବତ କରାଯାଇଛି । ଯାହାର ଓଜନ ପ୍ରାୟ ୭୦କିଲୋ ହୋଇଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷ ଟଙ୍କା ରହିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ମାଥିଲି ଅଞ୍ଚଳର ରାମଦାସ ଭୂମିୟା ବୋଲି ଜଣାପଡିଛି। ଏହି ଚଢ଼ାଉ ସମୟରେ ଅବକାରୀ ଏଏସ ଆଇ ଅସେଶ କୁମାର ନାୟକ,ଜ୍ଞାନରଞନ ସାହୁ, ଅକ୍ଷୟ କୁମାର ଜେନା, ପ୍ରଦୀପ କୁମାର ଖରା, ପାଣ୍ଡବ ଚୁଡ଼ି ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।

nis-ad
Leave A Reply

Your email address will not be published.