ବାଲି ମାଫିଆଙ୍କ ଭଗବାନ ସାଜିଛନ୍ତି ଜିଲ୍ଲା ମୁଖିଆ.. ! ସୁନା ଦରରେ ବିକ୍ରି ହେଉଛି ବାଲି…
ଅମଲା ଓ ବାଲି ମାଫିଆ ଙ୍କ ଯୋଜନା ବଦ୍ଧ ଷଢ଼ଯନ୍ତ୍ର ବଳି ପଡୁଛନ୍ତି ନିରୀହ ସାଧାରଣ….
ବ୍ରହ୍ମପୁର: ୧୨-୯ ଗଞ୍ଜାମ ଜିଲ୍ଲାରେ ଏବେ ନିୟନ୍ତ୍ରଣ ବାହାରେ ବାଲି ଦର ସାଧରଣ ଲୋକ ଘର କରିବାରେ ହନ୍ତ ସନ୍ତ ହେଉଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲା ମୁଖିଆ ଭଗବାନ ସାଜି ରାଜସ୍ୱ ବାବୁ ମାନଙ୍କୁ ଆଶିର୍ବାଦ ଦେଇ ବାଲି ମାଫିଆଙ୍କ ସହ ଭାଗୁଆଳି ବ୍ୟବସାୟ କରୁଥିବା ଯୋଗୁଁ ଆଜି ବାଲି ଦର ସୁନା ଦରଠୁ ବଳିଗଲାଣି ବୋଲି ଚାର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରେ ବାଲି ଦର ଟ୍ରକ ପିଛା ୧୨ ହଜାର ରୁ ଉର୍ଦ୍ଧ୍ଵ ହାଇୱା ୧୭ ହଜାର ରୁ ଉର୍ଦ୍ଧ ଦରରେ ବାଲି ବିକ୍ରି ହେଉଛି।ସାଧରଣ ଲୋକ ଘର ଖଣ୍ଡେ କରିବାକୁ ବାଲିଯୋଗାଡ଼ କରିବା ଓ କ୍ରୟ କରିବାକୁ ସକ୍ଷମ ହେଉନାହିଁ। ଏହି ବାଲି ଦର ବୃଦ୍ଧି କେବଳ ବାଲି ମାଫିଆଙ୍କ ସହ ପ୍ରଶାସନ ର ଭାଗୁଆଳି ବେପାର ଯୋଗୁଁ ବୃଦ୍ଧି ଘଟିଛି ବୋଲି ସାଧାରଣ ରେ ଚାର୍ଚ୍ଚା ହେଉଛି। ବାଲି ରେମ୍ପ ରେ ଲିଜ ଧାରି ର ଦର ଵୃଦ୍ଧି କୁ ଆଳ କରି ଗାଡ଼ି ମାଲିକ ମାନେ ମଧ୍ୟ ଦର ବୃଦ୍ଧି କରିବା ପାଇଁ ଦାବୀ କରି ବାଲି ଉଠାଣ ବନ୍ଦ କରିବା ଫଳରେ ବାଲି ଦର ଅତି ଚଢ଼ା ଦରରେ ବିକ୍ରି ହେଉଛି। ସରକାରଙ୍କ ସହ ଚୁକ୍ତି ଅନୁସାରେ ବାଲି ଖନନ ନକରି ଦୈନିକ ଶହେ ଗୁଣ ଅଧିକ ବାଲି ଖନନ କରିବା ଫଳରେ ଏବେ ଋଷିକୂଲ୍ୟା ଓ ବଡ଼ ନଦୀର ଗର୍ଭ ଦୁଇ ମିଟର ରୁ ଅଧିକ ତଳକୁ ଚାଲିଯାଇଛି ବୋଲି ପରିବେଶ ବିତ୍ତ ମାନେ ମତ ପୋଷଣ କରୁଛନ୍ତି। ଏହି ଜଳର ସ୍ତର ତଳକୁ ଚାଲିଯାଇ ପଟୁ ମାଟି ଉପରକୁ ଚାଲି ଆସିଛି।ଯାହା ଫଳରେ ନଦୀ ର ଗତି ବଦଳିବା ସହ ନିକଟରେ ଥିବା ପୋଲ (ସେତୁ) ଓ ନଦୀ ବନ୍ଧ ର ଆୟୁଷ ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ଦେଖାଦେଇଛି। ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନଦୀ ବନ୍ଧ ନିର୍ମାଣ କରୁଥିବ ବେଳେ ବାଲି ମାଫିଆ ମାନେ ନିକଟ ରେ ଥିବା
ନଦୀଗୁଡ଼ିକ ରୁ ବାଲି ଆଣିବା ପାଇଁ ନଦୀ ବନ୍ଧକୁମଧ୍ୟ ଭାଙ୍ଗି ଦେଇ ଥିବାର ଅଭିଯୋଗ ହେଉଛି। ଏହା ଏକ ଗୁରୁତ୍ୱପୂର୍ଣ୍ଣ କଥା ଯଦି ନଦୀରେ ବନ୍ୟା ଜଳ ଆସେ ତାହା ହେଲେ ସହର ଓ ଗ୍ରାମାଞ୍ଚଳ ବାସୀ ବନ୍ୟା ପରିସ୍ଥିତି କୁ ସାମ୍ନାକରିବାକୁ ପଡ଼ିବ। ଗଞ୍ଜାମ ଜିଲ୍ଲାର ବହୁ ତହସିଲଦାର ଓ କର୍ମଚାରୀ ମାନେ ବାଲି ମାଫିଆଙ୍କ ସହ ଭାଗୁଆଳି ବ୍ୟବସାୟ କରୁଥିବା ସମ୍ପର୍କରେ ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଚାର୍ଚ୍ଚା ହେଉଛି।ଏଠାରେ ସୂଚନା ଥାଉକି ଗତ କିଛିଦିନ ହେଲା ଗାଡି ମାଲିକ ମାନେ ଆନ୍ଦୋଳନ କୁ ଓଲ୍ହାଇ ଛନ୍ତି କାରଣ ବାଲି ଲିଜ ନେଇଥିବା ବ୍ୟକ୍ତି ବାଲି ଦର ବଢ଼ାଇଛି ଏହାର ଅଳ ଦେଖାଇ ଗାଡି ମାଲିକ ମାନେ ନିଜେ ବି ଦର ବଢାଇବା ପାଇଁ ନିଷ୍ପତି ନେଇ ଛନ୍ତି ଯାହା ଫଳରେ ବାଲି ଉଠାଣ ବନ୍ଦ ରଖିଛନ୍ତି l ଜିଲ୍ଲା ପ୍ରଶାସନ ସବୁ ଜାଣି ଚୁପ ରହିବା ସହଜରେ ବୁଝି ହେଉଛି, କିଛି ଦିନ ନୀରବତା ପରେ ବାଲି ଲିଜ ବ୍ୟକ୍ତି ଓ ବାଲି ମାଫିଆ, ମାନେ ତାଙ୍କ ଦାବୀ ମୁତାବକ ଟଙ୍କା ପାଇବେ ଯାହାକି ସାଧାରଣ ଲୋକଙ୍କ ମୁଣ୍ଡରେ ଚଡକ ପଡିବ ଏହା ଏକ କୁଚକ୍ରୀ ଯୋଜନା କହିଲେ କିଛି ବି ଭୁଲ ହେବ ନାହିଁ l ରାଜ୍ୟ ସରକାରୀ ନିୟମ କୁ ଫୁ କରି ଏଠାରେ ମାଫିଆ ଓ ଅମଲା ଙ୍କ ମିଲି ଭଗତ ରେ ବାଲି ଦର ବଢାଇବା ପାଇଁ ଏକ ଯୋଜନା l ଗଞ୍ଜାମ ଜିଲ୍ଲାରେ ଦକ୍ଷ ପ୍ରଶାସନିକ ଅଧିକାରୀ ଙ୍କ ଅଭାବ ଯୋଗୁ କେବଳ ବାଲି ନୁହେଁ ଲୁଣ ଠାରୁ ସୁନା ଯାଏ ସବୁ ଏଠାରେ ଭେଜାଲ, ଯେଉଁଠି ହାତ ମାରିବ ସେଠାରେ ଦୁର୍ନୀତି ର ଗନ୍ଧ ଏଠାକାର ଅମଲା ମାନେ ମୋଟା ଅଙ୍କର ପାଉଣା ନେଇ ନିଜେ ନିଜର ପକେଟ ଗରମ କରିବାରେ ବ୍ୟସ୍ତ ଏଠାରେ ଖାଉଟି ହନ୍ତ ସନ୍ତ ଓଡ଼ିଆ ରେ ଗୋଟିଏ ପ୍ରବାଦ ରହିଛି ତୁ ଗୁହାରୀ କରିବୁ ଯେଉଁଠି ମୁଁ ଘଇତା କରିଛି ସେହିଠି ତେଣୁ ଦୁର୍ନୀତି ବିରୋଧ ରେ ସ୍ୱର ଉତ୍ତଳନ କରିବା ହିଁ ବିପଦ କୁ ନିମଂତ୍ରଣ କରିବା ସହିତ ସମାନ ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଚର୍ଚ୍ଚା ହେଉଛି…