ନିମାପଡା : ପ୍ରାଥମିକ ଶିକ୍ଷକ ୟୁନିଅନ ନିମାପଡ଼ା ବ୍ଲକ ଶାଖା ତରଫରୁ ୩ ଦଫା ଦାବୀ ନେଇ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗଣ ଧାରଣାରେ ବସି ରହିବେ ଏବଂ ସରକାର ଦାବୀ ଗୁଡିକୁ ମାନିବାକୁ ବାଧ୍ୟ ହେବେ ବୋଲି ଶିକ୍ଷକ ସଂଘ ସମ୍ପାଦକ କଲ୍ୟାଣ ସ୍ୱାଇଁ କହିଛନ୍ତି । ସୂଚନାନୁଯାୟୀ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଆନୁକୂଲ୍ୟରେ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ଦୀର୍ଘଦିନ ହେବ ସେମାନଙ୍କର କେତେ ଗୁଡିଏ ମୌଳିକ ଦାବିକୁ ସରକାରଙ୍କ ନିକଟରେ ଉପସ୍ଥାପନା କରି ଆସୁଛନ୍ତି । ଗତ ୨୭-୧୧-୨୦୨୨ ତାରିଖରେ ରାଜ୍ୟର ୧ ଲକ୍ଷ ୫୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଏଥିପାଇଁ ଆନ୍ଦୋଳନ କରିଥିଲେ । ମୁଖ୍ୟ ଶାସନ ସଚିବଙ୍କ ପତ୍ରାଙ୍କ ନମ୍ବର ୧୦୯ ସିଏସ ତା ୩୦-୧୧-୨୦୨୨ ଅନୁଯାୟୀ ଶିକ୍ଷକ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରି ତୁରନ୍ତ ଦାବୀ ପୂରଣର ପ୍ରତିଶୃତି ଦେଇଥିଲେ । କିନ୍ତୁ ଆଜିକୁ ୯ ମାସ ବିତି ଯାଇଥିଲେ ମଧ୍ୟ ସରକାର ଆଲୋଚନା କରିବା ତ ଦୂରର କଥା ଏଥିପ୍ରତି ସାମାନ୍ୟ ଦୃଷ୍ଟି ମଧ୍ୟ ଦେଉ ନାହାନ୍ତି । ଦାବିଗୁଡିକ ହେଲା ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଛେଦ, କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ, ଶିକ୍ଷାକର୍ମୀ ଓ ଶିକ୍ଷାସହାୟକ ଠିକା କାର୍ଯ୍ୟକାଳକୁ ନ୍ୟାସନାଲ ଇନକ୍ରିମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯାଉ । ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ମୂଳବେତନ ଲେବୁଲ-୯ ଗ୍ରେଡ଼ ପେ ୪୨୦୦ ଅନୁଯାୟୀ ପ୍ରଦାନ କରାଯାଉ । ନୂତନ ପେନସନ ବ୍ୟବସ୍ଥାକୁ ଉଛେଦ କରି ପୁରୁଣା ପେନସନକୁ ପୁନଃ ପ୍ରଚଳନ କରାଯାଉ ।
ଏହି ଦାବୀ ଗୁଡିକୁ ତୁରନ୍ତ ସମାଧାନ କରା ନଗଲେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଗଣ ଧାରଣା ସହିତ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ଶ୍ରୀମନ୍ତ ଶେଖର ରଥ ଜଣାଇଛନ୍ତି ।
Sign in
Sign in
Recover your password.
A password will be e-mailed to you.
Prev Post