ଛତ୍ରପୁର : ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରୁ ବେଆଇନ ଭାବେ ଗଚ୍ଛିତ ଥିବା ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଛି ଛତ୍ରପୁର ଥାନା ପୋଲିସ୍ । ବାଣ ବିକ୍ରି କରିବା ପାଇଁ ରଖାଯାଇଥିବା ବେଳେ ପୋଲିସ୍ ବାଣ ଜବତ କରିବା ସହିତ ଜଣଙ୍କୁ ଗିରଫ୍ କରିଛି । ଗିରଫ୍ ଜଣକ ହେଲେ ସୁନ୍ଦରପୁର ଗ୍ରାମର ଦେବେନ୍ଦ୍ର କୁମାର ସାହୁ । ଛତ୍ରପୁର ଥାନାର ସବ ଇନସିପେକ୍ଟର ଲକ୍ଷ୍ମୀ ପ୍ରିୟା ମଲ୍ଲିକ ପେଟ୍ରୋଲିଂ କରୁଥିବା ବେଳେ ସୁନ୍ଦରପୁର ଗ୍ରାମରେ ଦେବେନ୍ଦ୍ରଙ୍କ ଘର ଉପରେ ଚଢାଉ କରି ୧୦ ଲକ୍ଷ ଟଙ୍କାର ବାଣ ଜବତ କରିଥିବା ସୂଚନା ମିଳିଛି । ଏନେଇ ଥାନାରେ ୫୯୬/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
Sign in
Sign in
Recover your password.
A password will be e-mailed to you.