ବରିଷ୍ଠ ସାମ୍ବାଦିକ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ହେମାଙ୍ଗ ପ୍ରସାଦ ରାଉଳ ଙ୍କୁ ଏସ ୟୁ ଯେ ର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ : ବିଭିନ୍ନ ମହଲ ରେ ଶୁଭେଚ୍ଛା…

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ ର (SUJ ) ନୂତନ ସାଧାରଣ ସମ୍ପାଦକ ଭାବେ ଅନୁଭବୀ ବରିଷ୍ଠ ସାମ୍ବାଦିକ ତଥା ଦକ୍ଷିଣ ଓଡିଶା ର ଲୋକପ୍ରିୟ ଗଣ ମାଧ୍ୟମ ବ୍ୟକ୍ତିତ୍ଵ ହେମଙ୍ଗ ପ୍ରସାଦ ରାଉଳ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି।ଦୀର୍ଘ ୨୫ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ିଶାର ବିଭିନ୍ନ ଖବର କାଗଜ ରେ ନିଷ୍ଠା ସହ କାର୍ଯ୍ୟ କରି ଖୁବ୍ ଲୋକ ପ୍ରିୟନିର୍ଭୀକ ସ୍ୱଚ୍ଛ ଏବଂ ତଥ୍ୟ ମୂଳକ ଖବର ପରିବେଷଣ କରି ସେ ନିଜସ୍ଵ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଶେଷ କରି ଓଡ଼ିଶାର ରାଜନୀତି ଓ ସଂପ୍ରତିକି ଘଟଣା ଉପରେ ଆଧାରିତ ତାଙ୍କ ପ୍ରଭାବଶାଳୀ ଲେଖା ଗୁଡିକ ପାଠକୀୟ ସ୍ଵୀକୃତି ଲାଭ କରିଛି। ଓଡ଼ିଶାର ବିଭିନ୍ନ ପ୍ରସଙ୍ଗ ଉପସ୍ଥାପନା ରେ ସେ ଖୁବ୍ ଦକ୍ଷ ଓ ପ୍ରବୀଣ। ନିଜ ଦ୍ଵାରା ପ୍ରତିଷ୍ଠିତ ଓ ସମ୍ପାଦନା ରେ ନିସର୍ତ୍ତ ଆଜି କମ ସମୟ ରେ ଖୁବ୍ ଲୋକ ପ୍ରିୟ। ଜଣେ ଜଣାଶୁଣା ଅମାୟିକ ଓ ସ୍ଵାଭିମାନୀ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଉପାସକ ଭାବେ କେବଳ ନୁହଁ ବରଂ ଜଣେ ଦକ୍ଷ ସଂଗଠକ ଭାବରେ ସୁପରିଚିତ ।ହେମଙ୍ଗ ପ୍ରସାଦ ରାଉଳ ଙ୍କ ଶୁଭେଛୁ ମାନଙ୍କ ସମ୍ମାନ ଓ ସଦିଚ୍ଛା ସର୍ବୋପରି ଆଶୀର୍ବାଦ ବଳ ରେ ସେ ଗୋଟିଏ ଗୋଟିଏ ଉନ୍ନତ କାର୍ଯ୍ୟ କରୁଛନ୍ତି।


ଆଜି ଓଡିଶା ଗଣ ମାଧ୍ୟମ ଜଗତ ରେ ତାଙ୍କ ପରି ଜଣେ ଜଣାଶୁଣା ଦକ୍ଷ ସାମ୍ବାଦିକ ଓଡ଼ିଶା ସାମ୍ବାଦିକ ସଂଗଠନ ର ଗୁରୁତ୍ଵ ପୂର୍ଣ୍ଣ ସମ୍ପାଦକ ଦାୟିତ୍ଵ ଗ୍ରହଣ ନିଶ୍ଚୟ ଅଭିନନ୍ଦନ ନିୟ।
ଆଗାମୀ ଦିନରେ ତାଙ୍କ ନେତୃତ୍ୱ ରେ ଏହି ସଂଗଠନ କେବଳ ସାମ୍ବାଦିକ ସଂଗଠନ କୁ ମଜ ବୁତ୍ କରିବ ନାହିଁ ବରଂ ଓଡ଼ିଶା ର ପରିସ୍ଥିତି ଉପରେ ଗଭୀର ଅନୁଶୀଳନ କରି ଜନ ଭାବନା ର ଆବେଗ ଓ ବିଚାର କୁ ସମ୍ମାନ ଜଣାଇ ଅନେକ ସଂସ୍କାର ମୂଳକ କାର୍ଯ୍ୟ କରି ବେ ଏହି ବିଶ୍ୱାସ ରହିଛି ବୋଲି ବ୍ରହ୍ମପୁର ସହରର ବହୁ ବୁଦ୍ଧିଜୀବୀ ମହଲରେ ଆଶା ସଂଚାର କରିଛି। ବ୍ରହ୍ମପୁର ସହର ର ବହୁ ସଂଗଠକ ସାହିତ୍ୟିକ କବି ବୁଦ୍ଧିଜୀବୀ ସାମ୍ବାଦିକ ହେମଙ୍ଗ ପ୍ରସାଦ ରାଉଳ ଙ୍କୁ ନୂତନ ଦାୟିତ୍ବ ଗ୍ରହଣ କରିବା ପରେ ଶୁଭେଚ୍ଛା ଜଣାଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ କୈଳାଶ ନାୟକ ବିଧିବଦ୍ଧ ଭାବେ ଏହା ଘୋଷଣା କରିଛନ୍ତି ଏବଂ ସଙ୍ଘ ର ଅନେକ ବରିଷ୍ଠ ବ୍ୟକ୍ତି ,ଶଶିଭୂଷଣ ଷଡଙ୍ଗୀ,କିର୍ତୀରଞନ ସାହୁ,ଶିବାଶିଷ ମହାନ୍ତି,ଉଦୟ ଖଣ୍ଡେଇ, ବବୁଲ ସିଂହ,ବିଭୁତି ପ୍ରସାଦ ପଣ୍ଡା, ସମରେଶ ମିଶ୍ର, ବାସୁଦେବ ତ୍ରିପାଠୀ, ଚିନ୍ତାମଣି ପାଢ଼ୀ, ମହେନ୍ଦ୍ର ଦର୍ଜୀ, ଶଶାଙ୍କ ଶେଖର ଝଙ୍କାର ସମେତ ଅନେକ କର୍ମକର୍ତା ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.