ସର୍ଗିପାଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ “ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ” ଦିବସ ପାଳନ

ସୁନ୍ଦରଗଡ (୦୮/୦୯) : ଆଜି ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଝୁରିମାଲ ବନ ସୁରକ୍ଷା ସମିତିର ଜୟ ବଜରଙ୍ଗ ଫଳ ବଗିଚା ଠାରେ “ନୀଳ ଆକାଶ ନିମନ୍ତେ ସ୍ଵଚ୍ଛ ବାୟୁ” ଆନ୍ତର୍ଜାତିକ ଦିବସ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସର୍ଗିପାଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକ୍ଷକ ଡ. ଜଗଦୀଶ ଦେହୁରୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କହିଥିଲେ ଯେ ମନୁଷ୍ୟର ଜୀବନ ଧାରଣ ପାଇଁ ସ୍ଵଚ୍ଛ ବାୟୁ ଅପରିହାର୍ଯ୍ୟ, ଏଣୁ ଆମେ ସମସ୍ତେ ଏଥି ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଆମେ ସମସ୍ତେ ମିଳି ମିଶି କାମ କରିବାକୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଅତିଥି ଭାବରେ ରାଜ୍ୟ ଓ ଜାତୀୟ ସ୍ତରୀୟ କୁଇଜ ପ୍ରତିଯୋଗୀତା ବିଜେତା ତଥା ରିଭରଷ୍ଟୋନ ଇଣ୍ଟରନ୍ୟାସନାଲ ସ୍କୁଲର କୃତି ଛାତ୍ର ସ୍ଵରିତ ଉପାଧ୍ୟାୟ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ତଥା ବିଭିନ୍ନ ପ୍ରଦୂଷଣର ଦୁଷ୍ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପ୍ରତିବର୍ଷ ସମଗ୍ର ବିଶ୍ଵରେ ୬୭ ଲକ୍ଷରୁ ଉର୍ଦ୍ଧ ଲୋକ କେବଳ ବାୟୁ ପ୍ରଦୂଷଣ ନିମନ୍ତେ ମୃତ୍ୟୁ ବରଣ କରୁଛନ୍ତି ତଥା କୋଟି କୋଟି ଲୋକ ବିଭିନ୍ନ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହେଉଥିବାରୁ ଛାତ୍ର ସ୍ଵରିତ ଉପାଧ୍ୟାୟ ଉଦବେଗ ପ୍ରକାଶ କରି ସମସ୍ତେ ଏଥି ନିମନ୍ତେ ସଚେତନ ହେବା ସହ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରିବା ନିମନ୍ତେ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ରିଭରଷ୍ଟୋନ ଇଣ୍ଟରନ୍ୟାସନାଲ ସ୍କୁଲ, ସୁନ୍ଦରଗଡ କୃତି ଛାତ୍ର ସ୍ଵରିତ ଉପାଧ୍ୟାୟଙ୍କୁ ବହୁମୂଖୀ ପ୍ରତିଭା ନିମନ୍ତେ ତଥା ପରିବେଶ ସୁରକ୍ଷା ନିମନ୍ତେ କାର୍ଯ୍ୟକରିଥିବା ଝୁରିମାଲର ୨ ଜଣ ବୟସ୍କ ବ୍ୟକ୍ତି ମହେଶ୍ଵର ଭୈଷାଳ ଓ ମିଲକୁ ଖାତୀଙ୍କୁ ସ୍ଵତନ୍ତ୍ର ଭାବରେ ପୁରସ୍କୃତ ଓ ସମ୍ମାନୀତ କରାଯାଇଥିଲା। ସର୍ଗିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝୁରିମାଲ ବନ ସୁରକ୍ଷା ସମିତି ଚିକିତ୍ସା ଅଧିକ୍ଷକ ଡ. ଜଗଦୀଶ ଦେହୁରୀ, ଚିକିତ୍ସା ଅଧିକାରୀ ଡ. ବିନୋଦ ବିହାରୀ ଦାସ, ଗୋଷ୍ଠୀ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଦୀପକ ଶର୍ମା, ବ୍ଲକ ଆକାଉଣ୍ଟ ମ୍ୟାନେଜର କୃପାସିନ୍ଧୁ ସାହୁ, ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ର ଉଜ୍ଜଳପୁର ଟିମ ଲିଡର ଦିଗାମ୍ବର ଉପାଧ୍ୟାୟ, ଉନ୍ନୟନ ଅଧିକାରୀ ମନୋରଞ୍ଜନ ମଲ୍ଲିକ, ବନରକ୍ଷୀ ରୂପାଳି ସେନାପତି ଯୋଗଦାନ କରିଥିଲେ। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ଝୁରିମାଲ ବନ ସୁରକ୍ଷା ସମିତିର ସଭ୍ୟ/ସଭ୍ୟା ମାନେ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.