ଗାଁ ସାଥି ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସାତ ଦଫା ଦାବି ପତ୍ର ପ୍ରଦାନ…


ମାଲକାନଗିରି:ଗାଁ ସାଥି(ମେଟ୍) ସଂଘ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷ ରୁ ବିଭିନ୍ନ ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟ ରେ ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଗାଁ ସାଥି ସଂଘ ର ଶତାଧିକ ମେଟ୍, ଜବ୍ କାର୍ଡ ଧାରୀ ମାନେ ବ୍ଲକ୍ ପଡିଆ ରୁ ଏକ ବିଶାଳ ରାଲି ବାହାରି ପ୍ରଥମେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ମୁଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ଦାବି ପତ୍ର ଦେବା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ମହ।ତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ପଞ୍ଚାୟତ ସ୍ତରରୁ ଆମ୍ଭେ ମାନେ ସହୋଜୋଗ କରି ଆସୁ ଅଛୁ ।ଗ୍ରାମୀଣ ରୋଜଗାର ସହ ଗ୍ରାମୀଣ ବିକାଶ ଯଥା ମାନବ ସମ୍ବଳ ,ଏବଂ ପ୍ରାକୃତିକ ସମ୍ବଳ ବିକାଶ କ୍ଷେତ୍ର ରେ ପ୍ରମୁଖ ଦାୟିତ୍ଵ ସମ୍ପନ୍ନ କରୁଅଛୁ ।ଦୀର୍ଘ ୨୦୦୫ ରୁ ୨୦୨୩ ପର୍ଯ୍ୟନ୍ତ ଅର୍ଥାତ୍ ୧୭ ବର୍ଷ ହେବ ସରକାର ଙ୍କ ବିଭିନ୍ନ ଯୋଜନା ରେ ସହୋଯୋଗ କରି ଆସୁ ଅଛୁ ।ତେଣୁ ଗାଁ ସାଥୀ ସଂଘ ଓ ଯୋବ କାର୍ଡ ଧାରୀ ପରିବାର ଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ସାତ ଦଫା ଦାବି ଉପସ୍ଥାପନା କରାଯାଇଥିଲା ଏହି ଦାବି ଗୁଡ଼ିକ ମଧ୍ୟ ରୁ ସମସ୍ତ ଗାଁ ସାଥୀ (ମେଟ୍) ଙ୍କୁ ସ୍ଥାୟୀ କରାଯାଇ ତାଲିମ ପ୍ରଦାନ କରି ପ୍ରତିମାସରେ ୧୨୦୦୦/- ଦରମା ପ୍ରଦାନ କରାଯାଉ,ପ୍ରତ୍ୟେକ ଗାଁ ସାଥୀ(ମେଟ୍) ମାନଙ୍କ ର ଜିଲ୍ଲା ସ୍ତରୀୟ,ରାଜ୍ୟ ସ୍ତରୀୟ ରେ ଏକ ଡାଟା ବେଶ୍ କରି ସ୍ଵତନ୍ତ୍ର ପରିଚୟ ପ୍ରଦାନ କରାଯାଉ ।,ପ୍ରତ୍ୟେକ ଗାଁ ସାଥୀ ଙ୍କ ମୃତ୍ୟୁ ଜନିତ ବିମା ରାଶି ୨୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ଵ କରାଯାଉ,ମନରେଗା ଶ୍ରମିକ ଙ୍କ ଶ୍ରମ ଦିବସ ୧୦୦ ଦିନ ବଦଳରେ ୨୦୦ ଦିନ ଓ ଶ୍ରମ ମଜୁରୀ ୨୩୭ ଟଙ୍କା ବଦଳରେ ୩୩୭ ଟଙ୍କା କୁ ବୃଦ୍ଧି କରାଯାଉ,ସରକାର ଙ୍କ ଦ୍ଵାରାଉପଲବ୍ଧି ଥିବା ୧୦୦ଦିନ କାର୍ଯ୍ୟ ରତ ମନରେଗାଶ୍ରମିକ ଙ୍କ ସୁବିଧା ସୁଯୋଗ ଯୋଗାଇ ଦେବା ସହ ଦାଦନ ଖଟୁଥିବା ଶ୍ରମିକ ଙ୍କ ପଞ୍ଚାୟତ ସ୍ତରରେ ପଞ୍ଜୀକୃତ କରାଯାଉ । ମନରେଗା ରେ ସମସ୍ତ ନିୟୋଜିତ ଥିବା ସମସ୍ତ ଗାଁ ସାଥୀ ଓ ଶ୍ରମିକଙ୍କ ଶିକ୍ଷିତ ଯୁବକ ଯୁବତୀ ଙ୍କୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପ୍ରଦାନ କରାଯାଉ । ବାଧ୍ୟତା ମୂଳକ ମନରେଗା ଶ୍ରମିକ ମାନଙ୍କ ଜୀବନ ବୀମା ରାଶି ଯୋଜନା ରେ ଅନ୍ତର୍ଗତ କରାଯିବା ସମନ୍ଧ ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ କୁ ନିର୍ଦ୍ଦେଶ ଦିଆଯାଉ । ଉପରୋକ୍ତ ଦାବି ଗୁଡ଼ିକ ପୂରଣ କରିବା ପାଇଁ ଗାଁ ସାଥି(ମେଟ୍) ସଂଘ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।

nis-ad
Leave A Reply

Your email address will not be published.