ରାଜସ୍ବ ବିଭାଗ ଓ ବାଲି ମାଫିଆଙ୍କ ମିଲି ଭାଗତ ରେ ଚାଲିଛି ଚୋର ବାଲି ବ୍ୟବସାୟ…

ମାଫିଆ ମାନଙ୍କ କବ୍ଜା ରେ ଚାନ୍ଦିପୋଷ ବାଲିଘାଟ…!



କୁଆଁରମୁଣ୍ଡା : ୮-୯ ଗତ ଦୁଇ ବର୍ଷ ତଳେ କୁଆଁରମୁଣ୍ଡା ତହସିଲ ଅଧିନରେ ଥିବା ଚାନ୍ଦିପୋଷ ବାଲିଘାଟ କୁ ନିଲାମ କରାଯାଇ ଥିଲା।ଏହି ନୀଲାମ କୁ ମୋହନଦାସ ଅଗ୍ରୱାଲ ନାମକ
ଜନୈକ ବ୍ଯକ୍ତି ଜଣକ ଲିଜ ପାଇବାକୁ ଆବେଦନ କରି ଯୋଗ୍ଯ ବିବେଚିତ ହୋଇ ଥିଲେ ।ବର୍ତ୍ତମାନ ଲିଜ ଧାରୀ ସରକାରଙ୍କ ସମସ୍ତ ନୀତିନିୟମ କୁ ଉଲଘ୍ନ କରି ମାଇନ୍ସ ଅଧିକାରୀଙ୍କୁ ହାତବାରିସି କରି ବେଆଇନ ଭାବେ ନିଜ ଏରିଆ ବାହାରେ ଯାଇ ରାତିଦିନ ଏହି ବାଲିଘାଟ ରୁ ଶହ ଶହ ଗାଡି ବାଲି ଉତ୍ତୋଳନ କରିବା ଫଳରେ। ଅଧିକରିଙ୍କ ବାଲି ମାଫିଆଙ୍କ ପ୍ରତି ଆଶୀର୍ବାଦ ଯୋଗୁଁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହାନୀ ଘଟୁଛି।ପଦ୍ମପୁୁର ପଞ୍ଚାୟତ ର
ଚାନ୍ଦିପୋଷ ଜନସାଧାରଣ ଚୋର ବାଲି ସମ୍ପର୍କରେ ବିରୋଧ କରିଲେ ମଧ୍ଯ ଲିଜ ଧାରୀ କିଛି ଅସାମାଜିକ ଯୁବକ ଙ୍କୁ ଲଗାଇ ଧମକ ଚମକ ଦେଇ ବାଲିଘାଟ ଚଳାଉଥିବା ଘଟଣା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କାରଣ ପାଲଟିଛି। ଏଠାରେ ସୂଚନା ଥାଉକି ସୁନ୍ଦରଗଡ଼ ଜିଲ୍ଲାର ମୁଖ୍ୟତଃ ଲାଠିକଟା ତହସିଲ,ବିରମିତ୍ରପୁର ତହସିଲ,କୁଆଁରମୁଣ୍ଡା ତହସିଲ ଠାରୁ ଏବେ ରାଉରକେଲା ତହସିଲ ଦୁର୍ନୀତି ରେ ବର୍ତ୍ତମାନ ଆଗରେ ରହିଛି,ବୋଲି ଚାର୍ଚ୍ଚା ଜୋର ହେଉଛି । ଉକ୍ତ ତହସିଲ ଅଞ୍ଚଳ ର କିଛି ଅସାଧୁ କର୍ମଚାରୀ ମାନଙ୍କୁ ହାତ କରି ବାଲି ମାଫିଆ ମାନେ ସରକାରଙ୍କ ରାଜସ୍ବ ଦିନ ଦିପହରେ ଲୁଟି ଚାଲିଛନ୍ତି, ସ୍ଥାନୀୟ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ସବୁ ଜାଣିବି ଚୁପ ରହିବା ସନ୍ଧେହ ଘନୀଭୂତ ହେଉଛି l ଏ ବିଷୟ ନେଇ ମାଇନ୍ସ ଅଧିକାରୀଙ୍କୁ ଅବଗତ କଲେ ମଧ୍ଯ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଆମ ପାଖରେ କୌଣସି ପ୍ରକାର ଆଦେଶପତ୍ର ସରକାରଙ୍କ ଠାରୁ ମିଳିନାହିଁ କହି ଚତୁରତା ସହ ଏଡାଇ ଯିବା ଘଟଣା ଜନସାଧାରଣ ମନରେ ସନ୍ଦେହ ସୃଷ୍ଟି କରୁଛି।ସରକାରି ଚାକିରୀ କରି ଅଧିକାରୀ ମହାଶୟ ଭାଗୁଆଳି ବେପାରୀ ସାଜି ବାଲି ମାଫିଆଙ୍କ ସାଙ୍ଗରେ ହାତ ମିଶାଇ ମୁଠା ମୁଠା ଟଙ୍କା ହରଲୁଟ କରି ନିଜ ପକେଟ ଭର୍ତ୍ତି କରୁଥିବା ବେଳେ।ଏପଟେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ଘଟୁଛି ବୋଲି ସାଧରାଣ ରେ ଚାର୍ଚ୍ଚା ର ବିଷୟ ହୋଇଛି। ଦୁର୍ନୀତି ନିବାରଣ ବିଭାଗ ଏହି କୁବେର ବାବୁଙ୍କ ସମ୍ପତ୍ତି ଜାଞ୍ଜ କଲେ ବାବୁଙ୍କ ଅସଲ ମୁଖା ଖୋଲିବ ଆଉ ଏହି ବେଆଇନ ବାଲି ଘାଟ ରୁ ଯେପରି ଭାବେ ବାଲି ଚାଲାଣ ହେଉଛି,ତାହା ରୋକା ଯାଇ ପାରିବ ତେଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନିୟନ୍ତୁ ବୋଲି ବୁଦ୍ଧିଜୀବୀ ଓ ସାଧାରଣରେ ଦାବୀ ହେଉଛି…

nis-ad
Leave A Reply

Your email address will not be published.