ପୁଣି ଦାଦନ ଦୁଃଖ, ହାଇଦ୍ରାବାଦରେ ସେଣ୍ଟ୍ରିଙ୍ଗ ଭୁଶୁଡି ୩ଶ୍ରମିକ ମୃତ,୩ ଗୁରୁତର ଆହତ…

ମାଲକାନଗିରି, ୮/୯ ମାଲକାନଗିରି ଜିଲ୍ଲାରେ ପୁଣି ଦାଦନ ଦୁଃଖ ଦେଖିବାକୁ ମିଳିଛି। ହାଇଦ୍ରାବାଦରେ ନିର୍ମାଣ କାର୍ଯ୍ୟ ଜାରି ବେଳେ ଅଘଟଣ, ସେଣ୍ଟ୍ରିଙ୍ଗ ଖସି ୩ ବଣ୍ତା ଶ୍ରମିକ ମୃତ ୩ଗୁରୁତର ଆହତ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ବଣ୍ଡା ଘାଟି ଅଞ୍ଚଳର କିଛି ଯୁବକ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଦାଦନ ଖଟିବାକୁ ଯାଇ ହାଇଦ୍ରାବାଦର ଏକ ଠିକା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ଆନ୍ଧ୍ରପ୍ରଦେଶ ରାଜ୍ୟ ହାଇଦ୍ରାବାଦର କୁକୁଟପାଲିରେ ଚାଲିଥିବା ଗୃହ ନିର୍ମାଣ କାର୍ଯ୍ୟରେ ଏହି ଶ୍ରମିକ ମାନେ ନିୟୋଜିତ ଥିଲେ। ତେବେ ଆଜି ସେଠାରେ ଛାତ ପଡୁଥିଲା, ଏହି ଛାତ ପଡିବା ବେଳେ ହଟାତ ଛାତ ସେଣ୍ଟ୍ରି ଟି ଖସି ପଡ଼ିଥିଲା । ଏହି ସେଣ୍ଟ୍ରିଙ୍ଗ ଅତଡା ତଳେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ମଧ୍ୟରୁ ୩ ଯୁବକ ଚାପି ହୋଇ ପ୍ରାଣ ହରାଇଥିବା ବେଳେ ଆହୁରି ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମୃତକ ମାନେ ହେଲେ ବଡପଡା ଗାଁର ସୋମା ବଡନାୟକ, ସନିଆ ଚାଲାଣ ଏବଂ ଗୋଇଗୁଡା ଗାଁ ର ସନିଆ ବଡନାୟକ । ଏହି ଖବର ପାଇ ମୃତକଙ୍କ ପରିବାର ଲୋକେ ଦୁଃଖ ରେ ଭାଙ୍ଗିପଡିଥିବା ବେଳେ ମୁଦୁଲିପଡା ଥାନାରେ ଏକ ଏତଲା ମଧ୍ୟ ଦାୟର କରିବା ସହ ପରିବାର ଲୋକେ ମୃତଦେହ ଗୁଡିକୁ ଗାଁ କୁ ଆଣିବାକୁ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.