ଭଗବାନ ଙ୍କ ଭରଷାରେ ଚାଲିଛି ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର…

ନିଘୋଡ଼ ନିଦ୍ରାରେ ବିଭାଗୀୟ ଅଧିକାରୀ*


  • ଉମରକୋଟ 🙁 ୦୭/୦୯ /୨୦୨୩ ) ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର, ଭଗବାନ ଜୀବ ସୃଷ୍ଟି କରିଛନ୍ତି ହେଲେ ପ୍ରତ୍ୟେକ ଜୀବ ନିଜେ ପ୍ରକୃତିକୁ ଦେଖିବା ପାଇଁ ଛୋଟିଆ ଆଖି ଦେଇଛନ୍ତି। ଶରୀର ଅପେକ୍ଷା ଆଖିର ଆକାର କ୍ଷୁଦ୍ର। ହେଲେ ଭଗବାନ ହଠାତ୍ ଆଖିକୁ ଯଦି କିଛି ସମସ୍ୟା ପହଞ୍ଚେ ତେବେ ଆଖିର ଉଭୟ ପାର୍ଶ୍ଵରେ ଦୁଇଟି ଛୋଟ କବାଟ ସଦୃଶ ପତା ରଖିଛନ୍ତି। ଠିକ ସେହିପରି ତାଙ୍କ ସର୍ଜନାରେ କାହାର ଯଦି କିଛି ଘଟଣା ଘଟେ ତେବେ ଭଗବାନ କିଛି ଅଦୃଶ୍ୟ ଶକ୍ତିରେ ଉଭା ହୋଇ ରକ୍ଷା କରନ୍ତି ଯାହାର ଜ୍ଵଳନ୍ତ ଉଦାହରଣ ଏଠାରେ ଆମ୍ଭେ ପରିପ୍ରକାଶ କରୁଛୁ….
    ଗତକାଲି(୦୬/୦୯/୨୩) ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଏକ ଖବର ସମ୍ବନ୍ଧୀୟ ସୂଚନା ମିଳିଲା ଯେ ତୁରନ୍ତ ନବ ନିର୍ମାଣ ଭାରତମାଳା ରାସ୍ତାରେ ଯଥାଶୀଘ୍ର ଆସନ୍ତୁ। ଏକ ଦୁର୍ଘଟଣା ଖବର ଅଛି। ଉକ୍ତ ସୁଚନାଦାତାଙ୍କ ସୁଚନାକୁ ଗୁରୁତ୍ଵ ଦେଇ ସମ୍ବାଦ ସଂଗ୍ରହ ପାଇଁ ତୁରନ୍ତ ଆମ୍ଭର ଦୁଇ ସାଥୀ ରିପୋର୍ଟର ( ଦେବାଶିଷ ଦାଶ ଓ ଗଣେଶ ସୁନା ) ଦୁଇ ବନ୍ଧୁ ଅଳ୍ପ ସମୟ ପରେ ପ୍ରବଳ ବର୍ଷା ସତ୍ତ୍ୱେ କଚରାପାରା ଠାରେ ନବ ନିର୍ମାଣ ଭାରତମାଳା ରାସ୍ତାରେ ପ୍ରବେଶ କରି କିଛି ରାସ୍ତା ଅତିକ୍ରମ କରୁଥିବା ବେଳେ ହଠାତ୍ ତାଙ୍କ ଗାଡ଼ି ଚକା ସ୍ଲିପ ହୋଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସ୍ଥଳରେ ତାଙ୍କ ଦୁଇ ଜଣଙ୍କ ଛଡା କେହି ନଥିଲେ। ଆଉ ତା’ ପରେ….. ଯାହାକି ଅବର୍ଣ୍ଣନୀୟ କିନ୍ତୁ ଭରସା, ବିଶ୍ଵାସ ଭଗବାନଙ୍କ ଉପରେ ଥିଲା। ଯାହାଙ୍କ ଅଦୃଶ୍ୟ ଶକ୍ତିଙ୍କ ଅପାର କୃପାରୁ ଶତ ପ୍ରତିଶତ ମୃତ୍ୟରୁ ଉଭୟ ରକ୍ଷା ପାଇ ଯାଇଥିଲେ , ହେଲେ ଦୁହିଙ୍କ ମଧ୍ୟରୁ ଦେବାଶିଷ ଦାଶଙ୍କ ବାମ ଗୋଡ଼ , ଆଖି , ମୁହଁ ପାଖରେ ଅଧିକ କ୍ଷତ ସୃଷ୍ଟି ହୋଇଥିଲା। ସାଙ୍ଗେ ସାଙ୍ଗେ ଅନ୍ତରଙ୍ଗ ସାଥୀ ସାମ୍ବାଦିକ (ଆଶିଷ ମଜୁମଦାର, ଲଳିତ ସୁନାନି ) ଘଟଣାର ଖବର ପାଇ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଖବର ପାଇ ଅନେକ ବନ୍ଧୁ (ରାଜେଶ ସିଂ, ରସିକ ସରକାର,ସଞ୍ଜୟ ନାୟକ, ଭାଗିରଥି ପ୍ରଧାନ, ଧନେସ ପ୍ରଧାନ , ରାୟ ମାଡ଼ମ ,ପୂର୍ବତନ ବିଧାୟକ ସୁବାସ ଗଣ୍ଡ, ଅଭିମନ୍ୟୁ ଡାକୁଆ, ଜ୍ୟୋତିରଞ୍ଜନ ସାହୁ, ପଟ୍ଟନାୟକ ବାବୁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଡାକ୍ତରଖାନା ପରିସରରେ ପହଞ୍ଚିଥିଲେ। ପରେ ପରେ କ୍ଷତ ସ୍ଥାନରେ ହସ୍ପିଟାଲ ଷ୍ଟାଫ ସିଲାଇ କରିଥିଲେ। କାର୍ଯ୍ୟରତ ସେବିକା ମହାଶୟା କହିଲେ ଆଜି ଛୁଟି ଅଛି। ଡ଼ାକ୍ତର ଆସିବେ ନାହିଁ। ହେଲେ ଡ଼ାକ୍ତର ଦେଖିଲେ ମୁଁ ଟିଟି ଇଞ୍ଜେସନ ଦେବି। ଇତି ମଧ୍ୟରେ ଏକ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଡ଼ାକ୍ତରଖାନାରୁ ମାତ୍ର ୧୦୦ମିଟର ଦୂରରେ ଥିବା ସେଠାକାର କାର୍ଯ୍ୟରତ ଡ଼ାକ୍ତର ମହାଶୟଙ୍କୁ ଆମ ସାଥି ରିପୋର୍ଟର ଲଳିତ ସୁନାନି ୧୦ରୁ ଉର୍ଦ୍ଧ ଫୋନ୍ କରିଥିଲେ ମଧ୍ୟ ମହାଶୟ ଡାକ୍ତରଖାନାକୁ ଆସି ପାରି ନଥିଲେ କି ଫୋନ ଉଠେଇ ନଥିଲେ ପରେ ବହୁ ଅନୁରୋଧରେ ମହାଶୟ ଆସିଥିଲେ। ଏହା ହେଉଛି ଆମ ସରକାରୀ ସ୍ବାସ୍ଥ୍ୟ ସେବାର, ସେବା ଯୋଗାଉଥିବା ଅଧିକାରୀଙ୍କ ମନୋଭାବର ଜ୍ୱଳନ୍ତ ଚିତ୍ର । ହଁ ଅନ୍ୟ ଏକ ସେହି ସମୟର ସମ୍ବେଦନଶିଳ ଘଟଣା, ଜନେୟକା ଆସନ୍ନ ଗର୍ଭବତୀଙ୍କ ଡ଼ାକ୍ତରଖାନା ବାରଣ୍ଡାରେ ପ୍ରସବ ହେଲା। ହେଲେ ସେବା ଯୋଗାଇବାକୁ କେହି ନାହିଁ। ବିଚାରା ମହିଳାଙ୍କ ସାଙ୍ଗରେ ଆସିଥିବା ପୁରୁଷ ବନ୍ଧୁ ଯେତେ ନେହୁରା ହେଲେ ମଧ୍ୟ ନାଚାର। କଣ ବା କରିବେ। ଖାଲି ଭାଗ୍ୟକୁ ଆଦରି ରହିବା ଛଡା କିଛି ନାହିଁ। ଜଣେ ଦାୟିତ୍ଵବାନ ଗଣମାଧ୍ୟମର ପ୍ରତିନିଧି ଭାବେ ଆମେ ସେମାନଙ୍କ ଦୋଷ ଦୁର୍ବଳତା, ରୋଗୀଙ୍କ ପ୍ରତି ଆନ୍ତରିକତା ସ୍ପ୍ରୁହଣଶିଳତାକୁ ପରିମାପ କରିବାକୁ ଚାହୁଁନାହିଁ। ଯାହାବି ହେଉ ଡ଼ାକ୍ତର ଖାନାରେ ସିଲାଇ କରିଥିବା ବଂଧୁ, ସେବା ଯୋଗାଇ ଥିବା ସେବିକା ମ୍ୟାଡ଼ାମ,ଡ଼ାକ୍ତର ମହାଶୟଙ୍କ ସହ ବିପଦ ସମୟରେ ଉଭୟଙ୍କ ପ୍ରତି ସମବେଦନା ଜଣାଇ ମନ ଦୁଃଖ କରିଥିବା ଅଗଣିତ ବନ୍ଧୁଙ୍କୁ ଦୁର୍ଘଟନା ଗ୍ରସ୍ତ ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶ ଏହି ବିପଦ ସମୟରେ ମଥାନତ କରି ହୃଦୟ ଭରା ଆନ୍ତରିକ କୋଟି କୋଟି ପ୍ରଣାମ ଜଣାଇବା ସହ ଅଶେଷ ଧନ୍ୟବାଦ ଜଣାଇଛନ୍ତି l
nis-ad
Leave A Reply

Your email address will not be published.