ଏକ ମାସ ପରେ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା…

ଫୁଲବାଣୀ : ପୁନଃ କାର୍ଯ୍ୟକ୍ଷମ ହେଲା ଫିରିଙ୍ଗିଆ ଥାନା। ଅଗଷ୍ଟ ୫ ତାରିଖ ଫିରିଙ୍ଗିଆ ଥାନା ପୋଡ଼ି ଘଟଣା ପରେ ଅନ୍ୟତ୍ର ଅସ୍ଥାୟୀ ଭାବେ ଥାନା ଚାଲିଥିଲା। ଏହି ଘଟଣା ପରେ ଥାନାକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଏସ୍‌ପି ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସମାପ୍ତ କରି ପୂଜାର୍ଚ୍ଚନା କରି ଥାନାରେ କାର୍ଯ୍ୟ ଆରମ୍ଭ କରାଯାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର ଓ ଉପଖଣ୍ଡ ଅଧିକାରୀ ସୁପ୍ରଶନ ମଲ୍ଲିକ ଯୋଗ ଦେଇଥିଲେ। ବର୍ତ୍ତମାନ ପରିସ୍ଥିତି ଶାନ୍ତ ଥିବା ବେଳେ ଥାନା କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳବାସୀ ଥାନାର ସମସ୍ତ ସୁବିଧା ପାଇପାରିବେ ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି।

nis-ad
Leave A Reply

Your email address will not be published.