ସଂସାଧନ ସଭ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ : ଲୋକକଳା ମାଧ୍ୟମରେ ସଚେତନତା ଉପରେ ଗୁରୁତ୍ୱ

ମାଲକାନଗିରି : ସୂଚନା ଓ ଲୋକସଂପର୍କ ବିଭାଗ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଚାଲିଥିବା ଦୁଇଦିନିଆ ସଂସାଧନ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି। ଦ୍ଵିତୀୟ ଦିନ କାର୍ଯ୍ୟକ୍ରମ ପୂର୍ବାହ୍ନରେ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ଧ୍ରୁବ ଚରଣ ମୁଦୁଲି ଯୋଗ ଦେଇ ହକି ଉପରେ ବିଶେଷ ପ୍ରାଧାନ୍ୟ ଦେଇ କ୍ରୀଡାର ଉନ୍ନତିକରଣ ଉପରେ ଆଲୋକପାତ କରିବା ସହ ପାରମ୍ପାରିକ ଲୋକ କଳା ଓ ସଂସ୍କୃତିକୁ ବଞ୍ଚାଇବାକୁ ହେଲେ ଏହାକୁ ଲିପିବଦ୍ଧ କରି ରଖିବାକୁ ହେବ ବୋଲି ପ୍ରକାଶ କରିଥିଲେ।
ରାଜ୍ୟ ସଂସାଧନ ବିଶେଷଜ୍ଞ ,ଶ୍ରୀ ଗୁପ୍ତେଶ୍ୱର ପାଣିଗ୍ରାହୀ ଉଦଯାପନୀ କାର୍ଯ୍ୟକ୍ରମରେ ସମସ୍ତ ସଭ୍ୟଙ୍କୁ ପାରମ୍ପାରିକ ଲୋକ କଳା ଓ ସଂସ୍କୃତିକୁ ବଜାୟ ରଖି ସରକାରଙ୍କ ଯୋଜନା ଗୁଡିକୁ ପ୍ରଚାର ପ୍ରସାର କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ତତ୍ ସହିତ କିଭଳି ଲୋକ କଳା ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ଯୋଜନା ଗୁଡିକୁ ପରିବେଷଣ କରିବେ, ସେହି ଶୈଳୀ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ଅନ୍ୟତମ ପ୍ରଶିକ୍ଷକ, ଶ୍ରୀ ବିନାଶ ମିଶ୍ର ଆଇଇସି କାର୍ଯ୍ୟକ୍ରମକୁ କିଭଳି ସଫଳତାର ସହ ପରିବେଷଣ କରିବେ, ତାହାର ବିଭିନ୍ନ ଦିଗ ଉପରେ ଦିଗଦର୍ଶନ ଦେଇଥିଲେ । ଉପସ୍ଥିତ ସାତଟି ବ୍ଲକର ସଭ୍ୟ ନିଜର ପାରମ୍ପାରିକ ଲୋକ କଳା ମାଧ୍ୟମରେ ଯୋଜନା ଗୁଡ଼ିକର କିଭଳି ପ୍ରଚାର ପ୍ରସାର କରିବେ ତାହା ପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ସସ୍ମିତା ସ୍ୱାଇଁ ଏବଂ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା କର୍ମଶାଳା ରେ ଯୋଗ ଦେଇଥିବା ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି, ଶ୍ରୀ ଘେନୂ ମୁଦୁଲି, ବରିଷ୍ଠ କଳାକାର, ଶ୍ରୀ ଅନାଦି କଡ଼ା, ହରେକୃଷ୍ଣ କୀର୍ତ୍ତନୀଆ, ରଞ୍ଜନ ମହାନ୍ତି, ସାତଟି ବ୍ଳକର ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସଂସ୍କୃତି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.