ମିଶନ ଇନ୍ଦ୍ରଧନୁଷ ୫ମ ସଂସ୍କରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା…

ମାଲକାନଗିରି, ୦୬/୦୯/୨୦୨୩:

ଜିଲ୍ଲା ସ୍ୱାସ୍ଥ୍ୟସମିତି ଦ୍ଵାରା ରକ୍ତ ଭଣ୍ଡାର ସଭା ଗୃହ ଠାରେ ମିଶନ ଇନ୍ଦ୍ରଧନୁଷ ୫ମ ସଂସ୍କରଣ କାର୍ଯ୍ୟକ୍ରମ ନିମନ୍ତେ ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ସମନ୍ନିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ତ୍ରିନାଥ ମାଝି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ।. ପ୍ରଫୁଲ୍ଲ କୁମାର ନନ୍ଦ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସେପ୍ଟେମ୍ବର ମାସ ଆସନ୍ତା ୧୧ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ, ଅକ୍ଟୋବର ମାସ ୦୯ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓ ନଭେମ୍ବର ମାସ ୦୬ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଆମ ଜିଲ୍ଲା ରେ ମିଶନ ଇନ୍ଦ୍ରଧନୁଷ ଟୀକାକରଣ କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳା ଏବଂ ୫ ବର୍ଷ ରୁ କମ ବୟସ ଶିଶୁ ମାନଙ୍କର ବାକି ରହିଯାଇଥିବା ଟୀକାକୁ ପୂରଣ କରିବା ପାଇଁ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଉଛି । ବିଶେଷ କରି ସହରର ବସ୍ତି ବାସିନ୍ଦା ଏବଂ ଗ୍ରାମାଞ୍ଚଳର ଅପହଞ୍ଚ ଇଲାକାର ଗ୍ରାମମାନଙ୍କରେ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଟୀକାକରଣ ନିମନ୍ତେ ସ୍ଵତନ୍ତ୍ର ଟୀକାକରଣ କାର୍ଯ୍ୟକ୍ରମ କରାଯାଉଛି। ଏହି କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗର ସମସ୍ତ ଅଧିକାରୀ, ସମସ୍ତ ବ୍ଲକର ଭାରପ୍ରାପ୍ତ ମେଡିକାଲ ଅଫିସର ଓ ସମ୍ମନ୍ଵିତ ଶିଶୁ ବିକାଶ ଯୋଜନା ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲାର ଟୀକାକରଣ ତଥ୍ୟ ଡ଼.ବିଜୟ କୁମାର ସାହୁ (ଏସ.ଏମ.ଓ) ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ ଏବଂ ଶିବପ୍ରସାଦ ପ୍ରହରାଜ ଏଥିରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.