ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡାଘାଟିରେ ଟ୍ରାକ୍ଟର ଓଲଟି ଦୁଇ ଗୁରୁତର

ଦେବଦୂତ ସାଜିଲେ ବିଏସଏଫ ଯବାନ 

ମାଲକାନଗିରି :  ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳ ହନ୍ତାଳ ଗୁଡା ଘାଟିରେ ଏକ ଟ୍ରାକ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିବାରୁ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟର ଟି ଜୋଡା ଆମ୍ବ ଅଞ୍ଚଳ ରୁ ଚିତ୍ର କୋଣ୍ଡା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିବାରୁ ଟ୍ରାକ୍ଟର ଚାଳକ ସହ ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି ଘଟଣାସ୍ଥଳରେ ହନ୍ତାଳ ଗୁଡା ଠାରେ ଅବସ୍ଥିତ ସୀମା ସୂରକ୍ଷା ବାହୀନି ଓ ଘନବେଡା ଗ୍ରାମ ର ଗୁରୁ ଖେମୁଡୁ ପହଞ୍ଚି ତୁରନ୍ତ ଗୁରୁତର ଆହତ ମାନଙ୍କୁ ଉଦ୍ଧାର କରି ସୀମା ସୂରକ୍ଷା ବାହୀନି ଙ୍କ ତରଫରୁ ପ୍ରାଥମିକ ଚିକିତ୍ସା କରାଯାଇ ଦୁଇ ଗୁରୁତର ଆହତ ଙ୍କୁ ଚିତ୍ର କୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଥିବା ଜଣାପଡିଛି।ଦେବଦୂତ ସାଜି ସେଇ ରାସ୍ତା ଦେଇ ଯାଉଥିବା ଘନବେଡା ଗ୍ରାମର ଗୁରୁ ଖେମୁଡୁ ଠିକ୍ ସମୟରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରିଥିବା ହେତୁ ମୃତ୍ୟୁa ରୁ ଦୁଇ ଜଣ ବଞ୍ଚିଯାଇଛନ୍ତି।

nis-ad
Leave A Reply

Your email address will not be published.