ଲକ୍ଷ୍ମୀ ନୃସିଂହ କଳାମନ୍ଦିରରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ

ହିଞ୍ଜିଳିକାଟୁ (୫/୯) : ନୃତ୍ୟାନୁଷ୍ଠାନ ଲକ୍ଷ୍ମୀନୃସିଂହ କଳାମନ୍ଦିର ତରଫରୁ ମଙ୍ଗଳବାର ଗୁରୁପୂଜନ ଉତ୍ସବ ଲକ୍ଷ୍ମୀନୃସିଂହ କଳାମନ୍ଦିର ପରିସରରେ ଆନନ୍ଦ ଓ ଉଲ୍ଲାସ ର ସହିତ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ସଭାପତି ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଖ୍ୟାତ ବର୍ଷୀୟାନ ଓଡ଼ିଶୀ ନୃତ୍ୟଗୁରୁ ଭୁବନେଶ୍ୱର ସେନାପତି ଙ୍କୁ ମଞ୍ଚ ରେ ପାରମ୍ପରିକ ରୀତି ରେ ବନ୍ଦନା ଓ ପୂଜନ କରାଯାଇ ଉତ୍ତରୀୟ ଦେଈ ସମ୍ମାନିତ କରାଯାଥିଲା। ତାଙ୍କୁ ସ୍ମାରକ, ଉତ୍ତରୀୟ ଓ ଗୁରୁ ପ୍ରଣାମୀ ପ୍ରଦାନ କରାଯାଇଥିଲା। ଏଥି ସହିତ ବରିଷ୍ଠ ଓଡ଼ିଶୀ ନୃତ୍ୟଗୁରୁ ସତ୍ୟନାରାୟଣ ସାହୁ, ଦିଲ୍ଲିପ କୁମାର ସାହୁ, ଗୁରୁ ଲିଙ୍ଗରାଜ ସେନାପତି, ଗୁରୁ ରମାକାନ୍ତ ସାହୁ, ଗୁରୁ ରଜନୀ କାନ୍ତ ସାହୁ, ପିତଳ ଗ୍ରାମ ବାସିନ୍ଦା କଣ୍ଠ ସଙ୍ଗୀତ ଗୁରୁ ଗୌରହରି ନାୟକ, କବିସୂର୍ଯ୍ୟନଗର ର ବର୍ଷୀୟାନ ମର୍ଦ୍ଦଳ ଓ ବଇଁସୀ ବାଦକ ଗୁରୁ କେ ବାଇରି ପାତ୍ର,ଟାଇକୋଣ୍ଡୋ ପ୍ରଶିକ୍ଷକ ତଥା ଗୁରୁ ଅମ୍ବିକା ପ୍ରସାଦ ଦାସ ଓ ବରିଷ୍ଠ ସାମ୍ବାଦିକ ଦୀତୀକୃଷ ପଣ୍ଡା ଙ୍କୁ ଉତ୍ତରୀୟ ଓ ଗୁରୁ ପରଣାମୀ ପ୍ରଦାନ କରାଯାଇଥିଲା। ଅତିଥି ବୃନ୍ଦ ଉପସ୍ଥିତ ରହି ଗୁରୁ ମାନଙ୍କୁ ସମ୍ମାନ ପ୍ରଦାନ କରିବା ସହ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ଆଲୋକପାତ କରିଥିଲେ।

ଏହି ଅବସରରେ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳାମନ୍ଦିର ନୃତ୍ୟାନୁଷ୍ଠାନ ର କଳାକାରଙ୍କ ଦ୍ବାରା ବଶୀଂ,ଓଡିଶି ନୃତ୍ୟ ‘ତଵଲା ସହ‌ କୁନି କୁନି କଳାକାର ମାନଙ୍କ ଦ୍ଵାରା ଗୁରୁ ପୂଜନ ସଙ୍ଗୀତ ପରିବେଷଣ କରାଯାଇଥିଲା । ନୃତ୍ୟଶିଳ୍ପୀ ମାନଙ୍କ ଦ୍ଵାରା ପରିବେଷିତ ଦଳଗତ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା। ଲକ୍ଷ୍ମୀ ନୃସିଂହ କଳାମନ୍ଦିର ର ଉପସଭାପତି ପର୍ଶୁରାମ ସାହୁ, ସମ୍ପାଦକ ଲିଙ୍ଗରାଜ ସେନାପତି, ଯୁଗ୍ମ ସମ୍ପାଦକ ତରଣି କୁମାର ସାହୁ, ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା ସହ‌ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.