ଫୁଲବାଣୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ଶିଳ୍ପ ତାଲିମ କେନ୍ଦ୍ରର ପ୍ରଶିକ୍ଷକ, ସାହିତ୍ୟିକ ତଥା ସଂଗଠକ କମଳା ପ୍ରକାଶନୀର ପ୍ରତିଷ୍ଠାତା ଡଃ ନୃସିଂହା ନନ୍ଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ l ଅନୁଷ୍ଠାନର ସଭାପତି ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି ଶିବ ଶଙ୍କର ପାତ୍ର, କୋଷାଧ୍ଯକ୍ଷ ଗୋବିନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ବଳଦେବଙ୍କ ଜନ୍ମ ତିଥି ପଡୁଥିବାରୁ ଗୋପୁଜନ କରାଯାଇଥିଲା l ତତ୍ ପରେ ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା l ମୁଖ୍ୟ ବକ୍ତା ଶ୍ରୀ ମହାପାତ୍ର ରକ୍ଷା ବନ୍ଧନର ମହତ୍ତ୍ୱ ଆଲୋକପାତ କରିବା ଅବସରରେ ଏହାର ପଟ୍ଟଭୂମିରେ କିପରି ପୌରାଣିକ ଓ ଐତିହାସିକ ତଥା ସାମାଜିକ ସମରସତା ଭରି ରହିଛି ତାହା ଅବଗତ କରାଇଥିଲେ l ପ୍ରାୟ ୬୦୦ ଜଣ ଶିଶୁ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରେ ମେଡିକାଲ ଅଫିସ, ଅବହେଳିତ ଅନ୍ଧମୁକ ବଧିର ବିଦ୍ୟାଳୟ ରେ ଗୁରୁଜୀ ଗୁରୁମା ଓ ଶିଶୁ ମାନେ ରାକ୍ଷୀ ବାନ୍ଧି ଥିଲେ l
ଏହି କାର୍ଯ୍ୟକ୍ରମକୁ ସହ ପ୍ରଧାନ ଆଚାର୍ଯ୍ୟl ବୈଜୟ ନ୍ତି ସାମନ୍ତରାୟ ସଂଯୋଜନା କରିଥିବା ବେଳେ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଶିଶୁ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା l ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ଯ ରାଜେନ୍ଦ୍ର ପାଢୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ
ଟି ଶିବ ଶଙ୍କର ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ l

nis-ad
Leave A Reply

Your email address will not be published.