ରକ୍ଷାବନ୍ଧନରେ ସହିଦ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଭଉଣୀ…

ମାଲକାନଗିରି : ୩୦।୮ ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ । ଆଜିର ଦିନରେ ଭାଇ ଠାରୁ ଭଉଣୀ ଯେତେଦୂରରେ ବି ଥାଉନା କାହିଁକି, ରାକ୍ଷୀଟିଏ ପଠେଇ ଥାଏ କିମ୍ବା ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ତେବେ ଆଜିର ଦିନରେ ଦେଶ ମାତୃକା ପାଇଁ ଜୀବନ ଦେଇଥିବା ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଅନେକ ଭଉଣୀ ମନେ ମନେ ଖୋଜୁଥିବା ବେଳେ କିଛି ଏମିତି ଭଉଣୀ ଅଛନ୍ତି ଯେଉଁମାନେ ନିଜ ସହିଦ ଭାଇଙ୍କ ହାତରେ ଆଜି ରାକ୍ଷୀ ବାନ୍ଧିଛନ୍ତି । ଏମିତି କିଛି ଚିତ୍ର ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଏରାବୋର ଅଞ୍ଚଳରୁ । ଯେଉଁଠି ସହିଦ ଭାଇର ନିର୍ମିତ ପରତିମୂର୍ତ୍ତିର ହାତରେ ରାକ୍ଷୀ ବାନ୍ଧିଛନ୍ତି ଅନେକ ଭଉଣୀ । ଜୀବନ୍ତ ଅବସ୍ତାରେ ଯେଉଁଠି ଭାଇଔ ଭଉଣୀର ସମ୍ପର୍କ ମଧ୍ୟରେ ମଳିନତା ଆସି ଯାଉଛି, ସେହି ସମୟରେ ନିଜ ସହିଦ ଭାଇ ମାନଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି କିଛି ନିଆରା ଉଦାହରଣ ସୃଷ୍ଠୀ କରିଛନ୍ତି ଏହି ଭଉଣୀ ମନେ । ଯେଉଁଠି ଦେଶକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୧୨ ଜଣ ଶହୀଦ ଭାଇଙ୍କ ପ୍ରତିମୂର୍ତ୍ତିରେ ରାକ୍ଷୀ ବାନ୍ଧି ଏହି ପବିତ୍ର ସମ୍ପର୍କ ବଜାୟ ରଖିଛନ୍ତି ତାଙ୍କର ଭଉଣୀ ମନେ । ଏହି ଯବାନ ମନେ ଦେଶ ମାତୃକାକୁ ସୁରକ୍ଷା ଦେବା ପାଇଁ ବିଗତ ୧୪ ବର୍ଷ ତଳେ ମାଓବାଦୀଙ୍କ ସହ ଲଢେଇ କରି ନିଜର ଜୀବନକୁ ବଳିଦାନ ଦେଇଥିଲେ । ହେଲେ ୧୪ ବର୍ଷ ପରେ ମଧ୍ୟ ଆଜୀବୀ ସେହି ସହିଦ ଭାଇ ନିଜ ଭଉଣୀର ସ୍ମୃତିରେ ବଞ୍ଚିଛନ୍ତି। ତାଙ୍କ ସ୍ମୃତିକୁ ମନେ ପକାଇ ତାଙ୍କ ପ୍ରତିମୂର୍ତିରେ ରାକ୍ଷୀ ବାନ୍ଧୁଥିବା ଭଉଣୀମାର ଆଖି ଲୁହରେ ଭିଜି ଯାଇଛି ।

nis-ad
Leave A Reply

Your email address will not be published.