ଶିଶୁ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ


ଚିକିଟୀ : ବୁଧବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ ହୋଇଯାଇଛି।ଉତ୍ସବ ରେ ମହିମା ମଣ୍ଡନ କରି ଗଞ୍ଜାମ ଜିଲ୍ଲା ଆର୍ଯ୍ୟ ସମାଜ ର ସଭାପତି ଶ୍ରୀ ବାନପ୍ରସ୍ଥ ସନ୍ଥ କୁଳମଣି ଯୋଗଦାନ କରି ରକ୍ଷାବନ୍ଧନ ର ମହତ୍ତ୍ଵ ଓ ବେଦ ଗ୍ରନ୍ଥର ଦୈନିକ ପଠନ ବିଷୟରେ ପ୍ରବଚନ ଦେଇଥିଲେ। ସହ ସମ୍ପାଦକ କେ.ସିମାଞ୍ଚଳ ରକ୍ଷାବନ୍ଧନ ଦିନର ପବିତ୍ରତା ସମ୍ପର୍କରେ କହିବା ସହ ଶିଶୁଙ୍କୁ ଆମ ଧର୍ମ ରକ୍ଷା ଓ ବର୍ତ୍ତମାନ ଆହ୍ୱାନର ସଫଳ ମୁକାବିଲା କରିବା ସହ ଯୋଗ ପ୍ରାଣାୟାମ କରି ସୁଶକ୍ତ ହେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ ,ସଦସ୍ୟା ଶ୍ରୀମତୀ ସଂଧ୍ୟାରାଣୀ ସେଠୀ ମଧ୍ୟ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ର ପ୍ରମୁଖା ଶ୍ରୀମତୀ ବୀଣାପାଣି ଗୁରୁମା ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମସ୍ତ ସେବାବ୍ରତୀ ସହଯୋଗରେ ଶିଶୁ ମାନଙ୍କୁ ନେଇ ଅଞ୍ଚଳର ବିଭିନ୍ନ ସରକାରୀ ଅନୁଷ୍ଠାନ ରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ।

nis-ad
Leave A Reply

Your email address will not be published.