ନିଃସର୍ତ୍ତ ନ୍ୟୂଜ୍ ର ମହାପ୍ରଭାବ:ଖବର ପ୍ରସାରଣ ପରେ ନିୟମାବଳୀରେ ପରିବର୍ତ୍ତନ…

ମାଲକାନଗିରି/କୋରୁକୋଣ୍ଡା:(୩୦/୦୮) ଗତ ୨୮ ଅଗଷ୍ଟରେ ନିସର୍ତ୍ତ ଗଣମାଧ୍ୟମ ଜରିଆରେ କୋରୁକୋଣ୍ଡା ବ୍ଲକ୍ ରେ ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଏକ ଖବର ପ୍ରସାରଣ କରାଯାଇଥିଲା । ମାଲକାନଗିରି ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ୍ ରେ C ଓ D ଉଭୟ ଶ୍ରେଣୀର ଠିକାଦାର ମାନଙ୍କ ନିକଟରୁ ଆବେଦନ ଆହ୍ଵାନ କରାଯାଇଥିବା ସ୍ଥଳେ କୋରୁକୋଣ୍ଡା ବ୍ଲକ୍ ରେ କିନ୍ତୁ ସେ ସମାନ ବ୍ୟୟ ଅଟକଳ ପରିମାଣର ଟେଣ୍ଡରରେ କେବଳ D-ଶ୍ରେଣୀର ଠିକାଦାର ମାନଙ୍କ ଠାରୁ ଟେଣ୍ଡର ଆହ୍ବାନ କରାଯାଇଥିଲା । ତେବେ ଆରୋପକୁ ପାଥେୟ କରି ପୂର୍ବରୁ ଜାରି ହୋଇଥିବା ଟେଣ୍ଡର ବିଜ୍ଞପ୍ତିରେ ଆବଶ୍ୟକ ସଂଶୋଧନ ଜରିଆରେ ବ୍ଲକ୍ ପ୍ରଶାସନ ଗତକାଲି ଅର୍ଥାତ୍ ୨୯.୦୮.୨୦୨୩ ରେ ପତ୍ର ସଂଖ୍ୟା:୩୧୩୦/୨୦୨୩ମାଧ୍ୟମରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଏହା ସହ C ଓ D ଉଭୟ ଶ୍ରେଣୀର ଠିକାଦାର ମାନଙ୍କ ନିକଟରୁ ଟେଣ୍ଡର ଆହ୍ବାନ କରାଯାଇଛି ଓ ସମ୍ପୂର୍ଣ୍ଣ ଘଟଣାକୁ ନେଇ ଉଠିଥିବା ବିବାଦ ତଥା ଅଶାନ୍ତି ବର୍ତ୍ତମାନ ଅଞ୍ଚଳରେ ଏକ ପ୍ରକାର ଶାନ୍ତ ବାତାବରଣ ଫେରାଇ ପାରିଛି ।

nis-ad
Leave A Reply

Your email address will not be published.