ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶ, ସୁରକ୍ଷା ପାଇଁ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ଶୀତ କାଳିନ ଅଧିବେଶନ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥ କଡାକଡି କରାଯାଇଛି । ବିଧାନସଭାରେ ନିୟୋଜିତ ହେବେ ୩୦ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସିନାଲ ଡିସିପି , ୨ କମ୍ପାନୀ ସିଆରପିଏଫ, ୨ ୟୁନିଟ ସ୍ପେସାଲ ଟାକ୍ଟିକାଲ ୟୁନିଟ , ୪ ପ୍ଲାଟୁନ ଏସଓଜି, ଡଗ ସ୍କାର୍ଡ , ବୋମ୍ବ ସ୍କ୍ୱାଡ୍ , ସାଧା ପୋଷାକରେ ରାଜଧାନୀର ବିଭିନ୍ନ ସ୍ଥାନରେ ଗୁଇନ୍ଦା ଅଧିକାରୀମାନେ ନିୟୋଜିତ ରହିବେ । ବିଧାନସଭା ସମୟରେ ଗାନ୍ଧୀ ମାର୍ଗକୁ ସିସିଟିଭି ସର୍ଭଲାନ୍ସ ଭିତରେ ରଖାଯିବ । ବିଧାନସଭା ପାଇଁ କମିଶନରେଟ ପୋଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ କାର୍ଯ୍ୟାଳୟ ପ୍ରସ୍ତୁତ ହୋଇଛି। କାଲିଠୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବିଧାନସଭା ଶୀତକାଳୀନ ଅଧିବେଶନ ଚାଲିବ।

ଅନ୍ୟପଟେ ଆଜି ଶୀତ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଛି । ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ଓ କଂଗ୍ରେସ ବିଧାୟକ ଦଳ ନେତାଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିବେ । ବିଜେପି ସରକାରର ଏହା ଦ୍ବିତୀୟ ଅଧିବେଶନ । ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ଅତିରିକ୍ତ ବଜେଟ ।

nis-ad
Leave A Reply

Your email address will not be published.