ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ର ବନ୍ୟା..! : ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷା..!

ମଦ ଭାଟିରେ ପ୍ରସ୍ତୁତ ପୋଚ ର ମାନ୍ୟତା ପରୀକ୍ଷା କରିବାକୁ ଅବକାରୀ ବିଭାଗ ପଛ ଗୁଞ୍ଚା କାହିଁକି…???

ବ୍ରହ୍ମପୁର:୨୯-୮ ଗଞ୍ଜାମ ଜିଲ୍ଲାର କେତେକ ସରକାରୀ ଦେଶୀ ମହୁଲ ମଦ ଭାଟି ରେ ଅପମିଶ୍ରଣ ମଦ ପ୍ରସ୍ତୁତ କରି ଅବାଧରେ ଚାଲାଣ ହେଉ ଥିବା ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଗଞ୍ଜାମ ଜିଲ୍ଲାର ରେ ବିଷାକ୍ତ ଅପମିଶ୍ରଣ ମଦ ପ୍ରସ୍ତୁତ ସମ୍ପର୍କରେ ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇଲେ ମଧ୍ୟ ଜିଲ୍ଲା ମୁଖିଆ ଙ୍କ ପାଖରୁ କୁଆଡେ ଗୋଟିଏ ଉତ୍ତର ମିଳୁଛି,କେଉଁ ଅଞ୍ଚଳରେ ଏହି ଅପମିଶ୍ରଣ ହେଉଛି ବୋଲି..? ସତରେ କଣ ପ୍ରଶାସନ ଜାଣିନି..? ନା ସବୁଜାଣି ଆଖିରେ ଅନ୍ଧ ପୁଟଳି ବାନ୍ଧି ବସିଛି ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି, ଗଞ୍ଜାମ ଜିଲ୍ଲାର କେତେକ ସରକାରୀ ଦେଶୀ ମଦ ମହୁଲ ଭାଟିରେ ପୋଚ ପ୍ରସ୍ତୁତ ବେଳେ ମହୁଲ ବଦଳରେ ଇଷ୍ଟ ଓ ୟୁରିଆ ସାରା ବ୍ୟବହାର ହେଉଥିବା ଘଟଣା ବ୍ଲକରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକାରୀମାନେ ଜାଣିଥିଲେ ମଧ୍ୟ ପୁଣି ଏକ ମଦ ମୃତ୍ୟୁ କୁ ଅପେକ୍ଷ କରିଛନ୍ତି କି ବୋଲି ଚର୍ଚ୍ଚା ହେଉଛି। ଏହି ସବୁ ମଦ ଭାଟିରେ ଅଧିକ ଲାଭ ର ଆଶା ରଖି ମହୁଲ ବଦଳ ରେ ଅତିଶିଘ୍ର ସ୍ୱଳ୍ପ ସମୟ ମଧ୍ୟରେ ପୋଚ ପ୍ରସ୍ତୁତ କରିବା ପାଇଁ ଏହିସବୁ ବିଷାକ୍ତ ରାସାୟନିକ ସାମଗ୍ରୀ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ହେଲେ ମଧ୍ୟ ଅବକାରୀ ବିଭାଗର କେତେକ ଅଧିକାରୀ ମଦ ମାଫିଆଙ୍କ ପାଖରୁ ମୁଠା ମୁଠା ଟଙ୍କା ନେଇ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ଅବକାରୀ ବିଭାଗ ର ଉପର ବାବୁଙ୍କ ନିର୍ଦ୍ଦେଶ ରେ “କୁଜି ଅସରପା ଉପରେ କାଣି ବିରାଡ଼ି ର ଦାଉ ” ଭଳି ବିଭିନ୍ନ ଅଞ୍ଚଳରେ ଥିବା ଛୋଟ ଛୋଟ କୋଚିଆ

ମାନଙ୍କ ଉପରେ ଚଢ଼ାଉ କରି ହଜାର ହଜାର ଲିଟେର ପୋଚ ନଷ୍ଟ କରା ଗଲା ସାର ରେ ପ୍ରସ୍ତୁତ ମଦ ଜବତ ହେଲା ବୋଲି ବାହଃବା ନେଉଛନ୍ତି। ଯେଉଁ ସବୁ ମଦ ଭାଟିରେ ଏହି ଅପମିଶ୍ରଣ ମଦ ପ୍ରସ୍ତୁତ ହେଉଛି, ସେହି ସବୁ ଖବର ଅବକାରୀ ବିଭାଗ ଅଧିକାରୀ ଙ୍କ ପାଖରେ ରହିଥିବା ଯୋଗୁଁ ସେହି ସବୁ ଭାଟିର ପୋଚ କୁ ଯାଞ୍ଜ କରିବାକୁ ସୁଯୋଗ ଦିଆଯାଉ ନାହିଁ ଏହା ମଦ ମୃତ୍ୟୁ କୁ ପୁଣି ଡାକରା କି ବୋଲି ବୁଦ୍ଧିଜୀବୀଙ୍କ ମହୋଲରେ ଚାର୍ଚ୍ଚା ହେଉଛି। ପ୍ରକାଶ ଥାଉକି ଅଧିକାଂଶ ମଦ ମାଫିଆଙ୍କ ପ୍ରତି କୁଆଡେ ଶାସକ ଦଳର ଆଶୀର୍ବାଦ ଥିବା ବିଭାଗ ର କିଛି ଅଧିକାରୀମାନଙ୍କ ପାଇଁ ଏହି ଅଦୃଶ୍ୟ ଶକ୍ତି ର ଚାପ ମଧ୍ୟ ରହିଥିବା ଯୋଗୁଁ ଧର ପଗଡ଼ କିମ୍ବା ଯାଞ୍ଜ ହେଉନି ବୋଲି ଚାର୍ଚ୍ଚା ହେଉଛି।ଗଞ୍ଜାମ ଜିଲ୍ଲାର ଅବକାରୀ ସାଧାରଣ କର୍ମ ଚାରୀ ବି ଜଣେ ଜଣେ କୁବେର l ଚଢ଼ାଉ ହେବା ଅଗ୍ରାମୀ ସୂଚନା ଦେଲେ ତାହାର ଇନାମ ପୁଣି ଅଲଗା, ବିଭାଗ ର ଛୋଟ ମାଛ ଠାରୁ ବଡ଼ ମାଛ ଯାଏ ସମସ୍ତେ ଏକ କୁ ଆରକ l ଆଗକୁ ଅଛି ସାଧାରଣ ନିର୍ବାଚନ ତେଣୁ ଅବକାରୀ ବିଭାଗ ଠିକ ସେ ଜାଣିଛି ମଦ ହିଁ ନିର୍ବାଚନୀ ବୈତରଣୀ ପାର ହେବାର ମାର୍ଗ ପୁଣି ମଦ ମାଫିଆ ମାନେ ଅଳ୍ପ ସମୟ ଏବଂ ଅଳ୍ପ ଖର୍ଚ୍ଚ ରେ ପ୍ରଚୁର ପରିମାଣରେ ବିଷାକ୍ତ ମଦ ପ୍ରସ୍ତୁତ କରି ନିରୀହ ଲୋକଙ୍କୁ ଭେଟି ଦେଇ କୋଟି କୋଟି ଟଙ୍କାର ବ୍ୟବସାୟ କରନ୍ତି l କିନ୍ତୁ ଏହି ବିଷାକ୍ତ ମଦ ପିଇ କେତେଯେ ପରିବାର ଛାର ଖାର ହୋଇ ଯାଏ ତାହା ହିସାବ କିଏ ରଖିଛି l ତଳେ ଦିନେ ଗଞ୍ଜାମ ମଦ ମୃତ୍ୟୁ ର ବିଭୀଷିକା ଆଖିରୁ ଲିଭିନି ଅବକାରୀ ବିଭାଗ ସବୁ ଜାଣି ଆଉ ଏକ ମଦ ମୃତ୍ୟୁ ବିଭୀଷିକା କୁ ନିମଂତ୍ରଣ କରୁନି ତ…? ଗଞ୍ଜାମ ଜିଲ୍ଲାର ମୁଖ୍ୟତଃ ଆସିକା, ପୁରୁଷୋତ୍ତମପୁର, ଚିକିଟି, ପାତ୍ରପୁର କନିସି, ରଙ୍ଗେଈଲୁଣ୍ଡା, କୋଦଳା, ବେଗୁନିଆପଡା , ଭଞ୍ଜନଗର, ଦିଗପହଣ୍ଡି ଆଦି ଅଞ୍ଚଳ ରେ ଥିବା ଅନେକ ମଦ ପ୍ରସ୍ତୁତି ଭାଟି ଗୁଡିକ ରେ ପ୍ରସ୍ତୁତ ହେଉଥିବା ମଦର ମାନ୍ୟତା ଯଦି ପରୀକ୍ଷା କରାଯାଏ ତେବେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ଅଭିଯୋଗ ହେଉଛି l ମହୁଲ ରେ ପେଷ୍ଟି ସାଇଡ ମିଶାଇ ରସତଳ କରି ମଦ ପ୍ରସ୍ତୁତ କରାଯାଉଛି ଯାହାକି ଅଭିଯୋଗ ବି ଆସୁଛି l ମଦ ମାଫିଆ ମାନଙ୍କୁ ଭୟ କରି ବୁଦ୍ଧିଜୀବୀ ମୁହଁ ଖୋଲି ପାରୁନାହାନ୍ତି, ଅବକାରୀ ବିଭାଗ କୁ ଅଭିଯୋଗ କଲେ ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ନ୍ୟାୟ ରେ ଏହା ଚାଲିଛି ଏବଂ ବିଭାଗ ଉକ୍ତ ମଦ ମାଫିଆ ମାନଙ୍କୁ ଅଭିଯୋଗ କାରୀ ଙ୍କ ନାମ ଜଣାଇ ଧମକ ଦେଉଥିବା ନଜିର ବି ରହିଛି, ତେଣୁ ରାଜ୍ୟ ଅବକାରୀ ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ପୁଣି ଏକ ମଦ ମୃତ୍ୟୁ ଭିବିଶିକା ରୁ ଗଞ୍ଜାମ ଜିଲ୍ଲାକୁ ରକ୍ଷା କରନ୍ତୁ ବୋଲି ବୁଦ୍ଧିଜୀବୀ ଅନୁରୋଧ କରୁଛନ୍ତି l

nis-ad
Leave A Reply

Your email address will not be published.