ପୂଜ୍ୟ ପୂଜା ସମିତି ପକ୍ଷରୁ ବିନାୟକ ଆଚାର୍ଯ୍ୟଙ୍କ ଜୟନ୍ତୀ ପାଳନ…

ବ୍ରହ୍ମପୁର ଷ୍ଟାଡିଅମକୁ ବିନାୟକ ଆଚାର୍ଯ୍ୟଙ୍କ ନାମରେ ନାମକରଣ ଦାବୀ..


ବ୍ରହ୍ମପୁର, ତା.30.8.2023ରିଖ ଜଣେ ସଚ୍ଚୋଟ ଆଦର୍ଶବାନ ମୁଖ୍ୟମନ୍ତ୍ରୀ ଭାବେ ଜଣାଶୁଣା ବିନାୟକ ଆଚାର୍ଯ୍ୟଙ୍କ 106ତମ ଜୟନ୍ତୀକୁ ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ସଂଗଠନ ପୂଜ୍ୟ ପୂଜା ସମିତି ପକ୍ଷରୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ଆସିକାରୋଡ଼ ସ୍ଥିତ ବିନାୟକ ଆଚାର୍ଯ୍ୟ ସ୍ମୃତି ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳୁ ମାଲ୍ୟାର୍ପଣ କରି ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିନାୟକ ଆଚାର୍ଯ୍ୟଙ୍କ ଆଦର୍ଶଗତ ଜୀବନର ଆଲୋଚନାରେ ତାଙ୍କ ଶିକ୍ଷକତା ଜୀବନଠୁ ଆରମ୍ଭ କରି ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ,କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ତ୍ୟାଗ ଓ କଷ୍ଟମୟ ଜୀବନକୁ ଆପଣାଇବା ଓ ଶେଷରେ ଓଡିଶାର ମୁଖ୍ୟମନ୍ତ୍ରୀ ପଦକୁ ଅଳଙ୍କୃତ କରି ସୁଦ୍ଧା ଦୁର୍ନୀତିମୁକ୍ତ ଭାବେ ନିଷ୍କଳଙ୍କ ଜୀବନ ଯାପନ ଜିଇଁବା ଭଳି ଯୁଗାନ୍ତକାରୀ ଦୃଷ୍ଟାନ୍ତ ଓଡିଶା ଇତିହାସରେ ଏକ ସ୍ମରଣୀୟ ଓ ବିରଳ ଅଧ୍ୟାୟ l ସାମ୍ପ୍ରତିକ ପରିସ୍ଥିତିରେ ରାଜନୀତି ଓ ରାଜନେତା ଉଭୟ ଯେଉଁପରି ଭାବେ ଦୁର୍ନୀତିଗ୍ରସ୍ତ,ଏହା ଏକ ବିରାଟ ଚିନ୍ତାର ବିଷୟ l ଏଥିପାଇଁ ଆଜିର ଯୁବପିଢ଼ି ଏ ପ୍ରଦେଶକୁ ତଥା ଏହି ଭାରତବର୍ଷକୁ ବଞ୍ଚାଇବାପାଇଁ ହେଲେ ପୁଣି ସେହି ସଚ୍ଚୋଟ ଆଦର୍ଶର ରାଜନୀତିକୁ ଫେରିବାକୁ ହେବ ବୋଲି ଆଜିର ବୈଠକରେ ଆଲୋଚନା ହୋଇଛି l ବରିଷ୍ଠ ସାମ୍ବାଦିକ ରବିରଥ, ସମାଜସେବୀ ଭାସ୍କର ଚନ୍ଦ୍ର ସାହୁ, ଶିବ ସୁନ୍ଦର ରଥ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସୁବାଷ ଚନ୍ଦ୍ର ମିଶ୍ର, କବିରାଜ ସାହୁ, ପ୍ରସନ୍ନ କୁମାର ବିଶୋଇ, ଅମୁଲ୍ୟ ଚନ୍ଦ୍ର ପଣ୍ଡା, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରି ବ୍ରହ୍ମପୁର ଷ୍ଟାଡିଅମକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିନାୟକ ଆଚାର୍ଯ୍ୟଙ୍କ ନାମରେ ନାମିତ କରିବାପାଇଁ ଦାବୀ କରିଛନ୍ତି l

nis-ad
Leave A Reply

Your email address will not be published.