ଚନ୍ଦ୍ରପୃଷ୍ଠରୁ ମିଳିଲା ଅମ୍ଳଜାନ ଓ ସଲଫର୍ ସନ୍ଧାନ

ଜହ୍ନରୁ ଆସିଲା ବଡ଼ ଖବର । ଚନ୍ଦ୍ରପୃଷ୍ଠରୁ ମିଳିଲା ଅମ୍ଳଜାନ ଓ ସଲଫର୍ ସନ୍ଧାନ । ଦକ୍ଷିଣ ମେରୁରେ ଏଭଳି ଅନ୍ୟାନ୍ୟ ପଦାର୍ଥ ଖୋଜି ପାଇଛି ରୋଭର ପ୍ରଜ୍ଞାନ । ରୋଭରରେ ଲାଗିଥିବା ପେଲୋଡ୍ ଲେଜର ଇଣ୍ଡକଟେଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରୋସ୍କୋପି ବା LIBS ମାଧ୍ୟମରେ ସଲଫର ସମେତ ଚନ୍ଦ୍ରପୃଷ୍ଠରେ ଅନ୍ୟାନ୍ୟ ପଦାର୍ଥର ସନ୍ଧାନ ପାଇଛି ।

ପ୍ରାଥମିକ ଅନୁସନ୍ଧାନରୁ ସଲଫର, ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍ ଓ ଟିଟାନିୟମ୍ ମିଳିଥିଲା । ପରେ ମ୍ୟାଗ୍ନେସିୟମ୍, ସିଲିକନ୍ ଓ ଅକ୍ସିଜେନ ବା ଅମ୍ଳଜାନର ଉପସ୍ଥିତି ଜଣା ପଡିଛି । ଏନେଇ ସୂଚନା ଦେଇଛି ଇସ୍ରୋ । ହାଇଡ୍ରୋଜନ୍ ବା ଉଦଯାନର ଉପସ୍ଥିତି ନେଇ ଅନୁସନ୍ଧାନ ଜାରି ରହିଛି ।

ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ ପରେ ଚନ୍ଦ୍ରଯାନ-୩ ତାର କାମ ଜାରି ରଖିଛି । ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଜଛି ରୋଭର ପ୍ରଜ୍ଞାନ । ଅନେକ ବିରଳ ରହସ୍ୟର ଅନୁସନ୍ଧାନ ଜାରି ରହିଛି । ପାଖାପାଖି ସପ୍ତାହେ ହେଲାଣି ଚନ୍ଦ୍ରପୃଷ୍ଠରେ ବୁଲୁଛି ରୋଭର । ଚନ୍ଦ୍ରପୃଷ୍ଠରେ ଖଣିଜ ପଦାର୍ଥ, ମାଟି, ପାଣି, ତାପମାତ୍ରା ଆଦି ଉପରେ ଗବେଷଣା କରୁଛି ଚନ୍ଦ୍ରଯାନ । ଆଗକୁ ଚନ୍ଦ୍ରପୃଷ୍ଠରେ ଆଉ କି ରହସ୍ୟ ଭେଦୁଛି ତାଉପରେ ସାରା ଦେଶ ଓ ବିଶ୍ବର ନଜର ରହିଛି ।

nis-ad
Leave A Reply

Your email address will not be published.