ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ…


ସୁନ୍ଦରଗଡ – ୨୯/୦୮/୨୩ ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ରେ ଜାତୀୟ ଖେଳ ଦିବସ ଆୟୋଜିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମେଜର ଧ୍ୟାନଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦୀପ ପ୍ରଜ୍ବଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଲଳିତ କୁମାର ସାହୁ ସଭାପତିତ୍ବ କରି ଦିବସର ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଭାବରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ତଥା ଓଡ଼ିଶା କ୍ରିକେଟ ଆସୋସିଏସନ୍ ଯୁଗ୍ମ ସମ୍ପାଦକ ଏବଂ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଯୋଗଦାନ କରି ଶିକ୍ଷା ସହିତ କ୍ରୀଡ଼ା କିଭଳି ଗୁରୁତ୍ୱପୂର୍ଣ୍ଣ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ତାହା ସହିତ ଭାରତରେ କ୍ରୀଡ଼ା କ୍ଷେତ୍ରରେ ସୁନ୍ଦରଗଡର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l ସେହିପରି ସୁନ୍ଦରଗଡ ଜିଲ୍ଲା କ୍ରୀଡ଼ା ସଂସଦ କାଉନସିଲ ସଦସ୍ୟ ବିଶ୍ବରଂଜନ ହୋତା କ୍ରୀଡ଼ା କିପରି ମଣିଷ ଜୀବନରେ ଏକାଗ୍ରତା ଆଣେ ଏବଂ କିପରି ଏକ ଭିନ୍ନ

ପରିଚୟ ପ୍ରଦାନ କରେ ସେ ବିଷୟରେ ଆଲୋଚନା କରିଥିଲେ। ମେଜର ଧ୍ୟାନଚାନ୍ଦଙ୍କ ଜୀବନୀ ଉପରେ ସେ ଗଭୀର ଆଲୋକପାତ କରି ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି ବୋଲି ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ନୂତନ ଖମାରୀ ମଞ୍ଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସେହିପରି କ୍ରୀଡ଼ା ପ୍ରଶିକ୍ଷକ ପ୍ରସନ୍ନ ଠାକୁର ଓ ରାଜା ପଟ୍ଟନାୟକ ନିଜ ନିଜ ବକ୍ତବ୍ୟ ରଖିଥିଲେ। ମହାବିଦ୍ୟାଳୟର ଛାତ୍ର ଅନମୋଲ କେର୍କେଟା ନିଜର ଅନୁଭୂତି ପ୍ରଦାନ କରିଥିଲେ। ଶେଷରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ରତ୍ନେଶ ରଞ୍ଜନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.