ବି.ଏସ୍‌.ଏଫ. ପକ୍ଷରୁ କୁମ୍ବି ସମୟରେ ମାଓ ସାମଗ୍ରୀ ଜବତ…

ମାଲକାନଗିରି,୨୯/୦୮ ମାଲକାନଗିରି ସେକ୍ଟର ବି.ଏସ୍‌.ଏଫ୍‌.ର ୧୪୨ ବଟାଲିୟନ ଜବାନ ମାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ କରା ଯାଇଛିା ତଥ୍ୟ ମୁତାବକ ଆନ୍ଧ୍ର ଓଡିଶା ସୀମାନ୍ତ ଗୋମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲରେ ୧୪୨ ବିଏସଏଫ ବାଟାଲିୟନ ଆଜି କୁମ୍ବିଂ ଅପରେସନ କରୁଥିବା ସମୟରେ ମାଓବାଦୀଙ୍କ ବହୁ ପୁରୁଣା ସାମଗ୍ରୀ ଗୁଡିକ ଜବତ କରିଛନ୍ତିା ତେବେ ଗୋମ୍ପାକୋଣ୍ଡା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମାରିଗେଟା ଓ ଟେକଗୁଡା ମଝିରେ ଥିବା ଜଙ୍ଗଲରେ ଏହି ସାମଗ୍ରୀ ଜବତ କରା ଯାଇଛିା ସେହିପରି ୧୭୭ ବାଟାଲିୟନ ବିଏସଏଫ ଦ୍ୱାରା ମଧ୍ୟ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଜୋଡାମ୍ବ ଥାନାର ତାବେରୁ ଗ୍ରାମ ନିକଟ ଜଙ୍ଗଲରେ ମାଓ ସାମଗ୍ରୀ ଜବତ କରା ଯାଇଛିା ତେବେ ୧୪୨ ବାଟାଲିୟନ ତରଫରୁ ଦୁଇ ଲିଟର ଟିଫିନ୍ ବୋମା ତିନିଗୋଟି, ଏସ୍‌.ବି.ଏମ୍‌.ଏଲ୍‌. ରାଇଫଲ ଦୁଇଗୋଟି, ଜିଲଟିନ ଷ୍ଟିକ୍ ୧୦୧ ଗୋଟି, ବିଦ୍ୟୁତ୍ ଡିଟୋନେଟର ଦୁଇଗୋଟି ଜବତ କରା ଯାଇଛିା ସେହିପରି ୧୭୭ ବାଟାଲିୟନ ତରଫରୁ ଟିଫିନ୍ ବୋମା ଏକଗୋଟି, ପ୍ଲାଷ୍ଟିକ ବାକ୍ସ ଦୁଇଗୋଟି, ଜିଲଟିନ୍ ଷ୍ଟିକ୍ ଛଅଗୋଟି ଓ କୋଡେକ୍ସ ତାର ୩୦ ମିଟର ଜବତ କରା ଯାଇଛିା ତେବେ ଏକଦା ଏହି ଦୁଇଟି ଅଞ୍ଚଳ ମାଓବାଦୀଙ୍କ ଗଡ ଥିବା ବେଳେ ଜବାନ ମାନଙ୍କୁ ଟାର୍ଗେଟ କରି ଏହା ଜଙ୍ଗଲ ମଧ୍ୟରେ ଲୁଚାଇ ରଖା ଯାଇଥିବା ବି.ଏସ୍‌.ଏଫ ପକ୍ଷରୁ ସୁଚନା ଦିଆ ଯାଇଛିା

nis-ad
Leave A Reply

Your email address will not be published.