କନ୍ଧମାଳରେ ସ୍ଥାପନ ହେଲା ‘କନ୍ଧମାଳ ଛାତ୍ର ଯୁବ ପରିଷଦ’

ଫୁଲବାଣୀ : ଫୁଲବାଣୀ ସ୍ଥିତ ସାମ୍ବାଦିକ ଭବନ ଠାରେ କନ୍ଧମାଳ ଛାତ୍ର ଯୁବ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l କନ୍ଧମାଳ ଜିଲ୍ଲାରେ ଏକ ନୂତନ ସଂଗଠନ ସ୍ଥାପନା ହେଲା ଯାହା ‘କନ୍ଧମାଳ ଛାତ୍ର, ଯୁବ ପରିଷଦ’ ନାମରେ ନାମିତ କରାଯାଇଛି l କନ୍ଧମାଳ ଜିଲ୍ଲାର ଛାତ୍ର, ଯୁବକ ମାନଙ୍କ ସ୍ୱାର୍ଥ ରକ୍ଷା ସହିତ କନ୍ଧମାଳ ଜିଲ୍ଲାର ଉନ୍ନତି ଦିଗରେ କାର୍ଯ୍ୟ କରିବ l କନ୍ଧମାଳ ଛାତ୍ର, ଯୁବ ପରିଷଦର ସଭାପତି ଭାବେ ଯୁବ ନେତା ଶିବାଶିଷ ପଣ୍ଡା ଦାଇତ୍ୱ ନେବା ସହିତ ଆଗାମୀ ଦିନରେ ଏ ସଂଗଠନ ଜିଲ୍ଲାର ଛାତ୍ର, ଯୁବକ ମାନଙ୍କ ପାଇଁ କାମ କରିବ ବୋଲି କହିଛନ୍ତି l ପ୍ରାଥମିକତା ଦୃଷ୍ଟିରେ ଚକାପାଦ ଥାନା ଅଞ୍ଚଳର ଜଣେ 13 ବାର୍ଷିୟା ଛାତ୍ରୀ ଅପହରଣ ଘଟଣା ରେ ଚକାପାଦ ପୋଲିସ ର ନିଷ୍କ୍ରିୟତା ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମୀ ସାତ ଦିନ ଭିତରେ ଯଦି କନ୍ଧମାଳ ଜିଲ୍ଲା ପୋଲିସ ନ୍ୟାୟ ନଦିଏ ତେବେ ସଂଗଠନ ତରଫରୁ ଚକାପାଦ ଥାନା ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଛି l ଏବଂ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଆଗାମୀ ଏକ ମାସ ଭିତରେ ଯଦି ପାନୀୟ ଜଳ ର ସମସ୍ୟାର ସମାଧାନ ନହୁଏ ତେବେ ଏ ସଂଗଠନ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି l ଆଜି ଏ ସଂଗଠନ ର ନୂତନ ଦାଇତ୍ୱ ମଧ୍ୟ୍ୟ ପ୍ରଦାନ କରାଯାଇଛି l ଉପ ସଭାପତି ଭାବେ -ଆମର ଜ୍ୟୋତି ରାଏ, ସାଧାରଣ ସମ୍ପାଦକ ଭାବେ ଦିବ୍ୟାରଞ୍ଜନ ପାରାସେଠ, ସମ୍ପାଦକ ଭାବେ ଦିନେଶ ପାତ୍ର, ସୌମ୍ୟ ସିଦ୍ଧାର୍ଥ ଦେହୁରୀ, ଗୋପାଳ ଷଢଙ୍ଗୀ, କୋଷାଧ୍ଯକ୍ଷ ଭାବେ -ସିତୁନା ମହାନ୍ତି, ସୋସିଆଲ ମିଡ଼ିଆ ସମ୍ପାଦକ ଭାବେ ରାଜବୀର ମାଝୀଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି l ଆଶୁତୋଷ ଦାସ ଓ ଦୀନେଶ ମୁଲି, ହିମାଂଶୁ ନାୟକ ଆଦି ଉପସ୍ଥିତ ଥିଲେ lଏହା ସହିତ ସଂଗଠନ ତରଫରୁ ଜିଲ୍ଲା ପ୍ରସାଶନ ଓ ରାଜ୍ୟ ସରକାରଙ୍କ ନିକଟରେ କିଛି ଦାବୀ ରଖା ଯାଇଛି l କନ୍ଧମାଳ ଜିଲ୍ଲାରେ ଏକ ସରକାରୀ ଆଇନ ମହାବିଦ୍ୟାଳୟ ଖୋଲିବା,
କନ୍ଧମାଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟ ରେ ଅଧ୍ୟାପକ ପଦବୀ ପୂରଣ କରିବା lପ୍ରତ୍ୟେକ ବ୍ଲକରେ ନିଯୁକ୍ତି ପଞ୍ଜୀକରଣ ଅଫିସ ଖୋଲିବା,ଜିଲ୍ଲାରେ ଥିବା ଆଶ୍ରମ ବିଦ୍ୟାଳୟରେ ହେଉଥିବା ଅବ୍ୟବସ୍ଥା ବିଶେଷ ଭାବେ ଝିଅ ମାନଙ୍କ ପ୍ରତି ହେଉଥିବା ବ୍ୟାଭିଚାର ବନ୍ଦ କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ, ଜିଲ୍ଲାରେ ବାହାରୁଥିବା ସରକାରୀ ପଦବୀରେ ପ୍ରଥମେ ଜିଲ୍ଲାର ଶିକ୍ଷିତ ଯୁବକ, ଯୁବତୀ ମାନଙ୍କୁ ଅଗ୍ରାଧିକାର ଦିଆଯିବା ନିମନ୍ତେ ପଦକ୍ଷେପ, ସକ୍ଷୀ, ୱାନ୍ ଷ୍ଟେପ କେନ୍ଦ୍ର ଗୁଡିକରେ ଅଭିଜ୍ଞ ମହିଳା ଡାକ୍ତର ମାନଙ୍କୁ ନିଯୁକ୍ତି ଦିଆଯାଉ lଜିଲ୍ଲାର ମୁଖ୍ୟ ସହର ଗୁଡିକରେ ଅଚଳ ଥିବା ସିସି ଟିଭି ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ସହିତ ପ୍ରମୁଖ ସ୍ଥାନ ମାନଙ୍କରେ ସିସି ଟିଭି ଲଗାଯାଉ lଜିଲ୍ଲାର ପ୍ରମୁଖ ସହର ମାନଙ୍କରେ ଥିବା ରୋଡ଼ ରୋମିଓ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମଧ୍ଯ ସରକାରଙ୍କୁ ଜଣାଯିବ l ବିଦ୍ୟାଳୟ ଓ ମହା ବିଦ୍ୟାଳୟ ଖୋଲିବା ସମୟରେ ପୋଲିସ ପେଟ୍ରୋଲିଙ୍ଗକୁ କଡା କଡୀ କରାଯାଉ lଜିଲ୍ଲାର ଟୁରିଷ୍ଟ ପ୍ଲେସ ଗୁଡିକର ଉନ୍ନତି ଶୀତ ଦିନ ପୂର୍ବରୁ ତୁରନ୍ତ ସାରିବା ପାଇଁ କନ୍ଧମାଳ ଛାତ୍ର ଯୁବ ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି l

nis-ad
Leave A Reply

Your email address will not be published.