ମାଲକାନଗିରି ବ୍ଲକରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜିତ…

ମାଲକାନଗିରି : ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କ ମିଳିତ ଆନୁକୁଲ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର ଆୟୋଜନ କରାଯାଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ, ଅଧ୍ୟକ୍ଷା, ଶ୍ରୀମତୀ ସମାରୀ ତାଙ୍ଗୁଲ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ, ଉପାଧ୍ୟକ୍ଷ, ଶ୍ରୀ ପତିତପାବନ ବୈଦ୍ୟ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ଶ୍ରୀ ତ୍ରିନାଥ ମାଝୀ, ମାଲକାନଗିରି ପୌର ପରିଷଦ, ଅଧ୍ୟକ୍ଷ, ଶ୍ରୀ ମନୋଜ ବାରିକ, ପୌର ପରିଷଦ, ଉପାଧ୍ୟକ୍ଷା, ଶ୍ରୀମତୀ କବିତା ମହନ୍ତ, ପ୍ରଭଗୀୟ ଶ୍ରମ ଆୟୁକ୍ତ, ଶ୍ରୀ ନରେନ୍ଦ୍ର ରାଇକା, ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀ ଶରତ ପାଣିଗ୍ରାହି ଓ ସହକାରୀ ଶ୍ରମ ଅଧିକାରୀ, ଶ୍ରୀ ବିଶ୍ବରଞ୍ଜନ କହଁର ଉପସ୍ଥିତ ଥିଲେ।

ଏହି ଅବସରରେ ଜିଲ୍ଲା ପରିଷଦ, ଅଧ୍ୟକ୍ଷା, ଶ୍ରୀମତୀ ତାଙ୍ଗୁଲ ନିର୍ମାଣ ଶ୍ରମିକଙ୍କ ନିମନ୍ତେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଥିବା ସମସ୍ତ ସହାୟତା ବିଷୟରେ ଅବଗତ ହୋଇ ନିଜ ଅଞ୍ଚଳର ଲୋକଙ୍କୁ ସଚେତନ କରାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ସେହିପରି ଅତିରିକ୍ତ ଜିଲ୍ଲାପାଳ, ଶ୍ରୀ ମାଝୀ କହିଥିଲେ ଯେ ନିର୍ମାଣ ଶ୍ରମିକ ମାନେ ହେଉଛନ୍ତି ଗାଁ, ରାଜ୍ୟ ତଥା ଦେଶର ଭବିଷ୍ୟତ। ସେ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷା ନିମନ୍ତେ ଥିବା ସହାୟତାରେ ପଞ୍ଜିକରଣ କରିବାକୁ ସଚେତନ କରିଥିଲେ। ପ୍ରତ୍ୟେକ ବର୍ଷ ପଞ୍ଜିକରଣ କାର୍ଡର ନବୀକରଣ କରିବା ସହ ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ମଧ୍ୟ ସେ ଗୁରୁତ୍ଵାରୋପ କରିଛନ୍ତି। ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ଅଦ୍ୟାବଧି ୫୫, ୯୪୦ ଜଣ ଶ୍ରମିକ ପଞ୍ଜିକରଣ କରିଛନ୍ତି। ତନ୍ମଧ୍ୟରୁ ୩୨,୩୮୨ ଜଣ ସହାୟତା ପାଇଛନ୍ତି। ମାଲକାନଗିରି ବ୍ଲକରେ ୮,୨୩୫ ଜଣ ଶ୍ରମିକ ପଞ୍ଜିକରଣ କରିଛନ୍ତି ଏବଂ ପୌର ପରିଷଦରେ ୩୬୪୧ ଜଣ ଶ୍ରମିକ ଭାଇଭଉଣୀ ପଞ୍ଜିକରଣ କରିଛନ୍ତି । ଆଜିର ଶିବିରରେ ସଙ୍ଗଠିତ କ୍ଷେତ୍ରରେ ୧୦୩ ଜଣଙ୍କୁ ଏବଂ ଅଣ ସଂଗଠିତ କ୍ଷେତ୍ରରେ ୧୫୭ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ସେହିପରି ୪୮ ଜଣଙ୍କୁ ଶିକ୍ଷା, ୨୩ ଜଣଙ୍କୁ ମୃତ୍ୟୁ କାଳୀନ, ୨୩ ଜଣଙ୍କୁ ଅନେଷ୍ଟି କ୍ରିୟା, ୧୧ ଜଣଙ୍କୁ ପ୍ରସୂତି କାଳୀନ ଓ ୧୩ ଜଣଙ୍କୁ ବିବାହ ଜନିତ ସମୁଦାୟ ୧୧୮ ଜଣଙ୍କୁ ୫୭ ଲକ୍ଷ ୨୪ ହଜାର ୨୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଅଣ ସଂଗଠିତ କ୍ଷେତ୍ରରେ ଦୁଇ ଜଣଙ୍କୁ ଦୁଇ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ ଓ ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.