ମିଳିତ ଜନଶୁଣାଣି ଶିବିର ରେ ୧୦୬ଟି ଅଭିଯୋଗ…

ବ୍ରହ୍ମପୁର,୨୮/୮: ଚଳିତ ମାସର ଚତୁର୍ଥ ଯୁଗ୍ମ ଜନ ଶୁଣାଣି ଶିବିର ଆଜି ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ସଦଭାବନା ସଭା ଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ୱି କୀର୍ତ୍ତି ଭାସନ୍ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀ ଏହି ଶିବିର ରେ ଯୋଗଦେଇ ସମୁଦାୟ ୧୦୬ ଟି ଅଭିଯୋଗ ଶୁଣିଥିଲେ l ସେଥିମଧ୍ୟରୁ ୯୧ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ଅଭିଯୋଗ ଥିଲାବେଳେ ୭ଟି ସାମୁହିକ ସମସ୍ୟା ସମ୍ବନ୍ଧୀୟ ଥିଲା l ୫ଟି ଅଭିଯୋଗ କୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି l ରେଡକ୍ରସ୍ ତରଫରୁ ୩ଜଣ ଙ୍କୁ ଚିକିତ୍ସା ଜନିତ ସହାୟତା ପାଇଁ ରେଣୁ ଜେନା ଙ୍କୁ ୧୦,୦୦୦ , ଗଉଡ ସାହୁ ଙ୍କୁ ୧୦,୦୦୦ ଓ ଏମ ଲକ୍ଷ୍ମୀ ଙ୍କୁ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା l ବ୍ରହ୍ମପୁର ଉପଖଣ୍ଡ ର ସମସ୍ତ ବିଡ଼ିଓ, ତହସିଲଦାର ଓ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଏହି ଶିବିର ରେ ଉପସ୍ଥିତ ରହି ଆବଶ୍ୟକ ଅନୁଯାୟୀ ତଥ୍ୟ ପ୍ରଦାନ କରିଥିଲେ l

nis-ad
Leave A Reply

Your email address will not be published.