କନ୍ଧମାଳ ଜିଲା ସ୍ବର୍ଣ୍ଣଶିଳ୍ପୀ ମହାସଂଘ ବୈଠକ…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ବର୍ଣ୍ଣ ରୌପ୍ୟ ଶିଳ୍ପୀ ମହାସଂଘର ଏକ ବୈଠକ ସ୍ଥାନୀୟ ନାରାୟଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହେବା ସହିତ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇ ଯାଇଛି । ଏଥ‌ିରେ ସଭାପତି ଭାବେ ପ୍ରଶାନ୍ତ କୁମାର ମହାପାତ୍ର ନିର୍ବାଚିତ ହୋଇଥ‌ିବା ବେଳେ ସଂପାଦକ ଭାବେ ମାନସ କୁମାର ପୃଷ୍ଟି ନିର୍ବାଚିତ ହୋଇଛନ୍ତି । ଫୁଲବାଣୀ ସ୍ବର୍ଣ୍ଣ ରୌପ୍ୟ କାରିଗର ସଂଘ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଶେଷ କରି ଆସିବାକୁ ଥ‌ିବା ବିଶ୍ବକର୍ମୀ ଯୋଜନା ଉପରେ ଆଲୋଚନା କରାଯିବା ସହିତ କାରିଗ ର ପ୍ରମାଣପତ୍ର ପ୍ରଦାନ ଉପରେ ଆଲୋଚନା
କରାଯାଇଥିଲା । ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ, ଖଜୁରିପଡ଼ା,
ଉଦୟଗିରି, ପାବୁରିଆ, ଫିରିଙ୍ଗିଆ,ଟିକାବାଲି, ଚକାପାଦ, ଗୋଛାପଡ଼ା, ଶଙ୍କରାଖୋଲ, ସିମନବାଡ଼ି, ଦାରିଙ୍ଗବାଡ଼ି
ରାଇକିଆ, ବ୍ରାହ୍ମଣପାଦ, ବାଲିଗୁଡ଼ା, କଇଁଝର ଓ ସାରଙ୍ଗଡ଼ ଆଦି ଅଞ୍ଚଳର ଶୀଳ୍ପୀ ମାନେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ
ଶୀଳ୍ପୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ କୁମାର ମହାପାତ୍ର, ବିରଞ୍ଚି ମହାରଣା, ଦିଲ୍ଲୀପ ପୃଷ୍ଟି, ବାସୁଦେବ ଆଚାରୀ, ବିଦ୍ୟାଧର ସୁବୁଦ୍ଧି ଓ ଅନ୍ୟମାନେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.