ବ୍ରହ୍ମପୁର ଏସପିଙ୍କୁ ବିଜେପି ପକ୍ଷରୁ ଅଭିଯୋଗ ପତ୍ର

ବ୍ରହ୍ମପୁର (୨୭/୮) : ଆଜି ଦିଗପହଣ୍ଡି ଠାରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମହନ୍ତ ଚିନ୍ମୟଦାସ ମହାରାଜଙ୍କ ସମେତ ‌ମିଟୁ ଦୋରା,ଶଙ୍କର ପ୍ରଧାନ ଏବଂ ଅନ୍ୟାନ୍ୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଜେଡ଼ି ଗୁଣ୍ଡା ମାନଙ୍କ ଆକ୍ରମଣ ପ୍ରତିବାଦରେ ଆଜି ଅପରାହ୍ନ ସମୟରେ ବ୍ରହ୍ମପୁର ଏସପିଙ୍କୁ ବିଜେପି ପକ୍ଷରୁ ଏକ ଅଭିଯୋଗ ପତ୍ର ଦିଆଯାଇଛି I ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବାହ୍ନରେ ଦିଗପହଣ୍ଡି ଠାରେ ଶାନ୍ତି ପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଉଥିବା ବେଳେ ପୋଲିସ ଉପସ୍ଥିତିରେ ବିଜେଡ଼ିର କିଛି ପୋଷା ଗୁଣ୍ଡା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅଶ୍ଳୀଳ ଭାଷା ଗାଳି ଗୁଲଜ ସହ ହତ୍ୟା ଧମକ ଦେବା ସହ ଆକ୍ରମଣ କରିଥିଲେ । ଖୋଦ୍ ନିଜେ ଚିକିଟି ଏସଡ଼ିପିଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଡ଼ାକବାଜି ଯନ୍ତ୍ର ରିକ୍ସାକୁ ଠେଲି ଓଲଟାଇ ଦେଇଥିଲେ । ବିଜେଡ଼ିର ଭବାନୀ କାନ୍ତ ସାହୁ,କାଳିଆ ବେହେରା, ରଞ୍ଜନ ସାହୁଙ୍କ ସମେତ ପଚାଶରୁ ଉର୍ଦ୍ଧ ପୋଷା ଗୁଣ୍ଡା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ପତ୍ରରେ କୁହାଯାଇଛି ।

ବିଜେଡ଼ିର ଗୁଣ୍ଡାଗର୍ଦ୍ଦି ସମୟରେ ପୋଲିସ ନିରବଦ୍ରଷ୍ଟା ସାଜିବା ସହ ଓଲଟା ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିଥିଲେ । ପରେ ତିନି ବିଜେପି କାର୍ଯ୍ୟକର୍ତ୍ତା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଜେଡ଼ିର ପୋଷା ଗୁଣ୍ଡା ମାନଙ୍କ ବିରୁଦ୍ଧରେ ବ୍ରହ୍ମପୁର ଏସପିଙ୍କ ଠାରେ ଅଭିଯୋଗ କରାଯାଇଛି । ଏହି ବିଜେଡ଼ିର ପୋଷା ଗୁଣ୍ଡା ମାନଙ୍କୁ ତୁରନ୍ତ ଗିରଫ କରାଯାଇ ଏମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଦଳ ପକ୍ଷରୁ ଦାବୀ କରାଯାଇଛି । ନଚେତ୍ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଦଳ ପକ୍ଷରୁ କୁହାଯାଇଛି । ଆଜିର ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ମାଡ଼ ହେଇଥିବା ବିଜେପିର ବରିଷ୍ଠ ନେତା ମହନ୍ତ ଚିନ୍ମୟାନନ୍ଦ ଦାସ,ଶଙ୍କର ପ୍ରଧାନ,ମିଟୁ ଦୋରାଙ୍କ ସମେତ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ କୁମାର ସାହୁ,ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ଏଲ୍.ମୋହନ ଦାସ ,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ବାପି ପ୍ରଧାନ,ସୋମନାଥ ପାତ୍ର,ତୁତୁନ୍ ପାତ୍ର,ଏ.ବାବୁଲା ପାତ୍ର, ଆକାଶ ଗୌଡ଼,ସରୋଜ ଦାସ,କିଶୋର ସାହୁ,କୃଷ୍ଣ ଚନ୍ଦ୍ର ଚୌଧୁରୀ,କେ.ଟୁଙ୍ଗୁରୁ ପାତ୍ର,ମାତା ପ୍ରସାଦ ନାୟକ,ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ରତ୍ନଗର୍ଭା ସରସ୍ଵତୀ ଦେବୀ,ସାଧାରଣ ସମ୍ପାଦିକା ବର୍ଷା ବିଦ୍ୟୁସ୍ମିତା ପାଳ ପ୍ରମୁଖ ଉପସ୍ଥିତ ରହି ବ୍ରହ୍ମପୁର ଏସପିଙ୍କ ଅନୁପସ୍ଥିତିରେ ଡ଼ିଏସପି ଭାଲେଣ୍ଟିନା ରାୟ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

nis-ad
Leave A Reply

Your email address will not be published.