ଉତ୍କଳ ଆଲୁମିନା ପକ୍ଷରୁ ପୋଲିସ ପ୍ରଶାସନକୁ ୬୦ଟି ସଡକ ସୁରକ୍ଷା ବ୍ୟାରିୟର ହସ୍ତାନ୍ତର


କାଶିପୁର (୨୬/୮/) : କାରଖାନା ଏବଂ ଖଣିଗୁଡିକ ଚତୁର୍ପାର୍ଶ୍ଵରେ ବାସକରୁଥିବା ଗୋଷ୍ଠୀଗୁଡିକର ନିରାପତ୍ତା ଦିଗରେ
ନିଜର ଦୃଢ ଉତ୍ସର୍ଗୀକୃତ ଭାବକୁ ଆଗେଇ ନେଇ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ସହଯୋଗୀ
କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍) ଚଳିତ ମାସ ୨୨ ତାରିଖରେ ରାୟଗଡା ଜିଲ୍ଲା
ପୋଲିସ ପ୍ରଶାସନକୁ ଏକ ମହତ୍ ପ୍ରୟାସ ଭାବରେ ୬୦ଟି ସଡକ ସୁରକ୍ଷା ବ୍ୟାରିୟର ହସ୍ତାନ୍ତର କରିଛି। ଏହି ସଡ଼କ
ସୁରକ୍ଷା ବ୍ୟାରିୟରଗୁଡିକ ଯାନବାହନଗୁଡିକର ବେଗ ହ୍ରାସ କରିବା ସହିତ ଅପ୍ରତ୍ୟାଶିତ ଦୁର୍ଘଟଣା ଏବଂ ସଡ଼କପାର୍ଶ୍ଵ
ବିପଦକୁ ହ୍ରାସ କରିପାରିବ ।
ଶ୍ରୀ ବିବେକାନନ୍ଦ ଶର୍ମା, ଆଇପିଏସ୍, ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ, ରାୟଗଡା, ଶ୍ରୀ ମଜହର ବେଗ୍, ୟୁନିଟ୍ ହେଡ ଓ
ପ୍ରେସିଡେଣ୍ଟ ଉତ୍କଳ ଆଲୁମିନା, ଶ୍ରୀ ବିଜୟ କୁମୁରା, ୟୁନିଟ ଏଚ୍ଆର ହେଡ, ଉତ୍କଳ ଆଲୁମିନା, ଶ୍ରୀମତୀ କିରଣବାଳା
ସାମଲ, ଆଇଆଇସି ଦୋରାଗୁଡା, ଦୋରାଗୁଡ ଏବଂ ଟିକିରି ଥାନାର ଅଧୁକାରୀବୃନ୍ଦ ଏବଂ ଉତ୍କଳ ଆଲୁମିନାର
କାର୍ଯ୍ୟକର୍ତ୍ତାଗଣଙ୍କ ଉପସ୍ଥିତିରେ ଏହି ସଡ଼କ ବ୍ୟାରିୟରଗୁଡିକ ଉତ୍କଳ ଆଲୁମିନା ପକ୍ଷରୁ ପୋଲିସ ପ୍ରଶାସନକୁ ପ୍ରଦାନ
କରାଯାଇଥିଲା ।

nis-ad
Leave A Reply

Your email address will not be published.