ସାମ୍ବାଦିକ ସମ୍ମିଳନୀରେ ବିଜୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ ଅଣଓଡ଼ିଆ କଣ୍ଟ୍ରାକ୍ଟର କ୍ରିମ ଖାଇବା ଭଳି ସବୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର।
ଏବେ ରାଜ୍ୟରେ ଓଡିଶା ବିଡର କିପରି ପ୍ରତିଯୋଗିତା କରି ପାରିବେ ନାହିଁ, ତାହାର ବ୍ୟବସ୍ଥା କରାଯାଉଛି। ବସୁଧା ଯୋଜନା ପାଇ ଯେଉଁ ଟାଙ୍କି ଛିଡ଼ା କରାଯାଉଛି ହେଲେ ଟାଙ୍କିକୁ ପାଣି ପଶିବା କି ବାହାରିବାର ବ୍ୟବସ୍ଥା ନାହିଁ। ବିଧାନସଭାରେ କେତେ ଏଭଳି ପ୍ରକଳ୍ପ ଅଧାପନ୍ତରିଆ ଅଛି ଓ କିଏ ଏହି କାମ ନେଇଛି, ତାହାକୁ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ଉତ୍ତର ଆସିଛି। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ କରି କହିଛନ୍ତି, ଛୋଟ ଛୋଟ ଟେଣ୍ଡରକୁ ମିଶାଇ ବଡ଼ କରିବା କାହା ନିର୍ଦେଶରେ ହେଉଛି? ସେହିପରି ଓ ବି ସି ସିକୁ ଜଗନ୍ନାଥ ମନ୍ଦିର କାମ ଦିଆଯାଇଛି, ହେଲେ ସିଏ ଟାଟାକୁ ଦେଇ ଦେଇଛି। ୨୦୨୦ରୁ ୨୦୨୨ ଭିତରେ ୮୪୩୯ କୋଟି ଟଙ୍କାର କାମ ବାହାର କଣ୍ଟ୍ରାକ୍ଟର ପାଇଛନ୍ତି। ମାତ୍ର ୭.୩୯ ପ୍ରତିଶତ କାମ ଓଡ଼ିଶାର କଣ୍ଟ୍ରାକ୍ଟର ପାଇଛନ୍ତି।
Post Views: 6