ସୂଚନାଥାଉ କି, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପୁଲିସ ଏସଆଇ ନିଖୋଜ ହୋଇଯାଇଥିବା ନେଇ ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା । ସେ ହସ୍ପିଟାଲରେ ନ ଥିବା ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ସଚଳା ବାଗ କହିଥିଲେ । ଏପରିକି ସନ୍ଧ୍ୟା ସୁଦ୍ଧା ଏସଆଇ ମେଡିକାଲ ନଫେରିଲେ ପୁଲିସ ନିକଟରେ ଅଭିଯୋଗ କରାଯିବ ବୋଲି ମଧ୍ୟ କହିଥିଲେ କଲେଜ ସୁପରିଟେଣ୍ଡେଣ୍ଟ ।
ପୋଲିସ ଏସଆଇ କାଜଲ ବାଗ ତିନି ଦିନ ତଳେ ନିଜ ଭଡା ଘରେ ବିଷ ପିଇ ଦେଇଥିଲେ । ଗୁରତର ଅବସ୍ଥାରେ ତାଙ୍କୁ ପ୍ରଥମେ ସଇଁତଳା ହସପିଟାଲ ଏବଂ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରୁ ସେ ଫେରାର ହୋଇ ଯାଇଥିବା କୁହାଯାଇଥିଲା ।
କାଜଲ ବାଗ ବିଷପିଇବା ପୂର୍ବରୁ କାହାସହ ଫୋନରେ ପାଟିତୁଣ୍ଡ କରିଥିଲେ । ଏହାପରେ ସେ ମଶାମରା ତେଲ ପିଇ ଦେଇଥିଲେ। କିଛି ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରି ଡାକ୍ତରଖାନା ଆଣିଥିଲେ । ତେବେ କାଜଲ ପ୍ରେମରେ ପ୍ରତାରିତା ହେବା ପରେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି । ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବା ପରେ ସେ କୁଆଡେ ଏପରି ଚରମ ପଦକ୍ଷେପ ନେଇଛନ୍ତି ।
Post Views: 6