ଫିରିଙ୍ଗିଆ ପୂର୍ବତନ ଥାନା ଅଧିକାରୀ ଓ ଦୁଇ ହୋମଗାର୍ଡଙ୍କ ନାମରେ ଗଞ୍ଜେଇ ମାମାଲା ରଜ୍ଜୁ : ସ୍ଥଗିତ ରହିଲା କନ୍ଧମାଳ ମିଳିତ ମଞ୍ଚର ପ୍ରତିବାଦ ସଭା

ଫୁଲବାଣୀ : ବହୁ ଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣା ଅଭିଯୋଗରେ ନୀରିହ ଜନତାଙ୍କୁ ପୋଲିସର ବର୍ବର ମାଡକୁ ପ୍ରତିବାଦ କରି ଆସନ୍ତା ୨୮/୮/୨୦୨୩ରେ ହେବାକୁ ଥିବା କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ୧୧ ଦଫା ଦାବୀ ନେଇ ବିରାଟ ଶୋଭାଯାତ୍ରା ଓ ପ୍ରତିବାଦ ସଭା ହେବାର ଥିଲା l ପୁର୍ବତନ ଥାନା ଅଧିକାରୀ ତପନ କୁମାର ନାହକ ଏବଂ ଦୁଇ ହୋମ ଗାର୍ଡ ପ୍ରଶାନ୍ତ କୁମାର ପାତ୍ର, ରବିନ୍ଦ୍ର କୁମାର ନାୟକଙ୍କ ନାମରେ ଗଞ୍ଜେଇ ମାମଲା ରୁଜୁ ପରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ପ୍ରତିବାଦ ସଭା ସ୍ଥଗିତ ରଖାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କନ୍ଧମାଳ ମିଳିତ ମଞ୍ଚର ଆବାହକ ଲମ୍ବୋଦର କହଁର ଓ ସଭାପତି ସମୀର ଘଟାଲ ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା l ପ୍ରକାଶ ଥାଉ କି ଫିରିଙ୍ଗିଆ ଥାନା ଗାଡି ଓଡି- ୦୫ଏସ -୧୭୯୯ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଓ ଏଥିରେ ପୁର୍ବତନ ଥାନା ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଅଭିଯୋଗର କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ରୋକ, ପରେ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ହୋମଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର ନାୟକଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥ‌ିବା ବେଳେ ଥାନା ଅଧିକାରୀ ତପନ କୁମାର ନାହାକଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟାଳୟକୁ ବଦଳୀ କରାଯାଇ ପରେ କାର୍ଯ୍ୟରୁ ନିଲମ୍ବନ କରା ଯାଇଥିଲା । ଏ ନେଇ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ କାର୍ଯ୍ୟକର୍ତ୍ତା ମାନେ ଫିରିଙ୍ଗିଆ ଅଞ୍ଚଳ ଗସ୍ତ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ l ପରେ ସେନେଇ କନ୍ଧମାଳ ମଞ୍ଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ରେ ୧୧ ଦଫା ଦାବୀ ସହ ପୂର୍ବତନ ଥାନା ଅଧିକାରୀ ତପନ କୁମାର ନାହାକ ଓ ଦୁଇ ହୋମ ଗାର୍ଡଙ୍କ ବିରୁଦ୍ଧରେ ଗଞ୍ଜେଇ ମାମଲା ରୁଜୁ କରିବା ସହ ଗିରଫ୍ କରିବା ପାଇଁ, ଆସନ୍ତା ଅଗଷ୍ଟ ୨୮ ତାରିଖରେ ବିରାଟ ପ୍ରତିବାଦ ସଭା କରିବା ପାଇଁ କୁହାଯାଇଥିଲା l
ଆଉ ସେହି ମାମଲାରେ ଆଜି ପୁର୍ବତନ ଥାନା ଅଧିକାରୀ ଓ ୨ ହୋମ ଗାର୍ଡଙ୍କ ବିରୁଦ୍ଧରେ ଫିରିଙ୍ଗିଆ ଥାନାରେ ୧୪୩/୨୩ ରେ ରଜ୍ଜୁ ସହିତ
୩୪୨/ ୩୨୩/୩୪/ ଆଇପିସି ଏବଂ ଆର ଡବ୍ଲ୍ୟୁ ଧାରା ୨୫/୨୮/୨୯ ଏନ୍ ଡି ପି ଏସ ଏକ୍ସ ଓ ଆର ଡବ୍ଲ୍ୟୁ ୨୯ ପୋଲିସ ଏକ୍ଟ ରେ ର ମଧ୍ଯ ମାମଲା ରୁଜ୍ଜୁ ହୋଇଛି lଫଳରେ ଆସନ୍ତା ୨୮ରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଥ‌ିବା ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଏହା ବି କୁହାଯାଇଛି ଯେ ଯଦି ପୋଲିସ ପ୍ରଶାସନ ତିନି ଜଣଙ୍କୁ ଗିରଫ୍ ନକରେ ଆଗାମୀ ଦିନରେ ପୁଣି ପ୍ରତିବାଦ ସଭା କରାଯିବ ବୋଲି ସଭାପତି ସମୀର ଘଟାଲ କହିଛନ୍ତି l

nis-ad
Leave A Reply

Your email address will not be published.