ସାପ କାମୁଡ଼ାରେ ଚାଷିଙ୍କ ମୃତ୍ୟୁ…

ହିଞ୍ଜିଳିକାଟୁ (୨୨।୮) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବାଳକୃଷ୍ଣପୁର ଗ୍ରାମରେ ଶନିବାର ସାପ କାମୁଡାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚିତ୍ରସେନ ଚୌଧୁରୀ (୫୬) । ସେ ବିଲକୁ ଧାନ ଚାଷ କାମ କରିବାକୁ ଯାଇଥିବା ସମୟରେ ବିଷାକ୍ତ ସାପ କାମୁଡାରେ ତଳେ ପଡିଯାଇଥିଲେ। ପାଖ ବିଲରେ କାମ କରୁଥିବା ଅନ୍ୟମାନେ ଚିତ୍ରସେନ ଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ହିଞ୍ଜିଳି ଥାନାରେ ୧୭/୨୩ ରେ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି।

nis-ad
Leave A Reply

Your email address will not be published.