ଆୟୁଷ ଡାକ୍ତର ନିଯୁକ୍ତି ଲାଗି ଦାବୀ…

ବ୍ରହ୍ମପୁର : ସ୍ୱାସ୍ଥ୍ୟ ସେବା ଏକ ମୌଳିକ ଆବଶ୍ୟକତା । ପ୍ରତ୍ୟେକ ରାଜ୍ୟ ତାଙ୍କ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାର ସୁବିଧା କରିବା ଅତ୍ୟନ୍ତ ଆବଶ୍ୟକ । ଏ ଦେଶରେ ବା ବିଶ୍ୱରେ ସ୍ୱାସ୍ଥ୍ୟ ସେବାର ବିଭିନ୍ନ ନିଜସ୍ୱ କିଛି ମାନ ଓ ମାନକ ରହିଛି । ପ୍ରାୟ ସାଢ଼େ ଚାରିକୋଟି ଓଡିଆଙ୍କ ପାଇଁ ୫୬୨ ହୋମିଓପ୍ୟାଥିକ ଡାକ୍ତର ଏବଂ ୬୧୯ ଆୟୁର୍ବେଦିକ ଡାକ୍ତର ନିଯୁକ୍ତ ଅଛନ୍ତି । ଅର୍ଥାତ ମୋଟ ୧୧୭୯ ସରକାରୀ ଆୟୁଷ ଡାକ୍ତର ଓଡ଼ିଶାରେ ସେବା ପ୍ରଦାନ କରୁଛନ୍ତି । ଏହାର ସରଳ ଅର୍ଥହେଲା ପ୍ରତି ୩,୭୦,୬୫୪ ବ୍ୟକ୍ତିରେ ମାତ୍ର ଜଣେ ଆୟୁଷ ଡାକ୍ତର ତାଙ୍କର ସେବା ପ୍ରଦାନ କରୁଛନ୍ତି । ତେଣୁ ଏକଥା ସ୍ୱୀକାର କରାଯାଇପାରେ ଯେ ଏତିକି ସଂଖ୍ୟକ ଡାକ୍ତରଙ୍କ ସାହାଯ୍ୟରେ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ଅସମ୍ଭବ । କେବଳ ନାମକୁମାତ୍ର ସ୍ୱାସ୍ଥ୍ୟସେବା ପ୍ରତି ସରକାର ଦାୟିତ୍ୱବାନ ବୋଲି କୁହାଯାଇପାରେ ।

ଭାରତ ସରକାରଙ୍କର ଆୟୁଷ ମନ୍ତ୍ରାଳୟ ଅନୁସାରେ କୁହାଯାଇଛି ଯେ ଭାରତରେ ସମାନ ଭାବରେ ଆଧୁନିକ ଚିକତ୍ସା ଓ ଆୟୁଷ ଚିକତ୍ସାକୁ ପ୍ରାଧାନ୍ୟ ଦିଆଯିବ । କିନ୍ତୁ ଦୁଃଖର କଥା ଯେ ଆମ ରାଜ୍ୟର ସରକାର ଆୟୁଷ ସେବାପ୍ରତି ବୈମାତୃକ ଭାବ ପୋଷଣ କରୁଛନ୍ତି । ଦୁଃଖର କଥା ଯେ ଦୀର୍ଘ ୨୧ ବର୍ଷ ଭିତରେ ଜଣେ ହେଲେ ଆୟୁଷ ଚିକିତ୍ସା ପଦାଧିକାରୀ ଆମ ରାଜ୍ୟରେ ନିଯୁକ୍ତ ହୋଇ ନାହାନ୍ତି । ସରକାରଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ସତେ ଯେମିତି ସରକାର ଏଥିପ୍ରତି ବଧିର ପାଲଟି ଯାଇଛନ୍ତି । ଏନଏଏମର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ ୮୦୦0ଆୟୁଷ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୮୦୦ ହସ୍ପିଟାଲ ଖୋଲାଯିବା କଥା । କିନ୍ତୁ ଏଥିପ୍ରତି ସରକାରଙ୍କର କୌଣସି ନଜର ନାହିଁ କହିଲେ ଚଳେ । ରାଜ୍ୟର ଉତ୍ତମ ସ୍ୱାସ୍ଥ୍ୟ ସେବାପାଇଁ ଆମେ ପ୍ରତିବର୍ଷ ଆୟୁଷ ଚିକତ୍ସା ପଦାଧିକାରୀ ନିଯୁକ୍ତି ହେଉ ବୋଲି ଦାବୀ ରଖୁଛୁ । ଯେହେତୁ ୨୧ ବର୍ଷହେଲା ଆୟୁଷ ଚିକତ୍ସା ପଦାଧିକାରୀ ନିଯୁକ୍ତ ହୋଇ ନାହାନ୍ତି ତେଣୁ ଆମେ ଚାହୁଁ ଆପାତତଃ ୫୦୦ ଲେଖାଏଁ ଆୟୁଷ ଚିକିତ୍ସା ପଦାଧିକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ହସ୍ପିଟାଲମାନଙ୍କରେ ଅବିଳମ୍ବେ ନିଯୁକ୍ତ ହୁଅନ୍ତୁ । ଏତଦବ୍ୟତୀତ ଆମେ ପ୍ରତିବର୍ଷ ଅତି କମରେ ୧୦୦ ଆୟୁଷ ଡାକ୍ତର ଏନଏଏମ ଆବଶ୍ୟକତାକୁ ଆଖି ଆଗରେ ରଖି ନିଯୁକ୍ତି ଦିଆଯାଉ ବୋଲି ଦାବୀ କରୁଛୁ ।

nis-ad
Leave A Reply

Your email address will not be published.